Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 46

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।

46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
    ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
    ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
    ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।

ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
    ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
    ଏହା କେବେ ବି ଧ୍ୱଂସ ପାଇବ ନାହିଁ।
    ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
    ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
    ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।

ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
    ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
    ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।

10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
    ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
    ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”

11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
    ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।

ଆଦିପୁସ୍ତକ 45:25-46:7

25 ଏହିପରି ଭାବରେ ଯୋଷେଫଙ୍କର ଭାଇମାନେ ମିଶର ଛାଡ଼ି କିଣାନ ଦେଶକୁ ଗଲେ। ତା’ପରେ ସେମାନେ ସେମାନଙ୍କର ପିତା ଯାକୁବଙ୍କ ଆଗକୁ ଆସିଲେ। 26 ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।”

ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। 27 ତା’ପରେ ଯୋଷେଫଙ୍କ ସମସ୍ତ କଥା ସେମାନେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟମାନ ଦେଖିଲେ। ଏହା ପରେ ଯାକୁବ ଅତ୍ୟନ୍ତ ଆନନ୍ଦିତ ହେଲେ। 28 ଯାକୁବ କହିଲେ, “ଏହା ଯଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମୋର ପୁତ୍ର ଯୋଷେଫ ଏବେବି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ଯିବି।”

ପରମେଶ୍ୱର ଇସ୍ରାଏଲକୁ ସାନ୍ତ୍ୱନା ଦେଲେ

46 ତେଣୁ ଇସ୍ରାଏଲ ମିଶରକୁ ଯାତ୍ରା କଲେ। ପ୍ରଥମେ ଇସ୍ରାଏଲ ‌ବେ‌ର୍‌ଶେବାକୁ ଗଲେ। ସେଠାରେ ସେ ପରମେଶ୍ୱରଙ୍କ ଉପାସନା କଲେ। ତାଙ୍କର ପିତା ଇ‌ସ୍‌ହାକଙ୍କ ପରମେଶ୍ୱରଙ୍କୁ। ଏବଂ ସେ ସେଠାରେ ହୋମବଳି ଦେଲେ। ରାତିରେ ପରମେଶ୍ୱର ଇସ୍ରାଏଲକୁ ସ୍ୱପ୍ନରେ କହିଲେ, “ଯାକୁବ, ଯାକୁବ।”

ଇସ୍ରାଏଲ ଉତ୍ତର ଦେଲେ, “ମୁଁ ଏହିଠାରେ।”

ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେ ପରମେଶ୍ୱର, ତୁମ୍ଭ ପିତାଙ୍କର ପରମେଶ୍ୱର। ମିଶରକୁ ଯିବାକୁ ଭୟ କର ନାହିଁ। ମିଶରରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା। ଆମ୍ଭେ ତୁମ୍ଭ ସହିତ ମିଶରକୁ ଯିବି। ଏବଂ ଆମ୍ଭେ ତୁମ୍ଭକୁ ପୁନରାୟ ମିଶରରୁ ଆଣିବା। ତୁମ୍ଭେ ମିଶରରେ ଦେହ ତ୍ୟାଗ କରିବ। ତୁମ୍ଭେ ଦେହ ତ୍ୟାଗ କରିବା ସମୟରେ ଯୋଷେଫ ତୁମ୍ଭ ପାଖରେ ଥିବ।”

ଇସ୍ରାଏଲ ମିଶରକୁ ଗଲେ

ଏହା ପରେ ଯାକୁବ ‌ବେ‌ର୍‌ଶେବା ଛାଡ଼ି ମିଶରକୁ ଯାତ୍ରା କଲେ। ଇସ୍ରାଏଲଙ୍କ ପୁତ୍ରମାନେ, ତାଙ୍କ ପିତା ଯାକୁବ, ତାଙ୍କ ପିଲାମାନେ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ୱାରା ପ୍ରେରିତ ଶକଟରେ ଆସିଲେ। ସେମାନେ ମଧ୍ୟ ସେମାନଙ୍କର ଥିବା ସମସ୍ତ ପଶୁ ଏବଂ ସେମାନେ ଯାହା ଜିନିଷ କିଣାନ ଦେଶରେ ଅର୍ଜ୍ଜନ କରିଥିଲେ ତାହା ସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧର ସହିତ। ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5:33-42

33 ଯିହୂଦୀୟ ନେତାମାନେ ଏ କଥା ଶୁଣି ଭୀଷଣ ରାଗିଗଲେ ଓ ପ୍ରେରିତମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 34 କିନ୍ତୁ ସେହି ସଭାରେ ଆଇନ ଶିକ୍ଷକ ଗମଲୀୟେଲ ନାମକ ଜଣେ ସମ୍ମାନଜନକ ଫାରୂଶୀ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ପାଇଁ ବାହାରକୁ ଯିବା ପାଇଁ ଆଦେଶ ଦେଲେ। 35 ତା’ପରେ ସେ ସେମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହି ଲୋକମାନଙ୍କ ପାଇଁ ଯାହା କରିବାକୁ ଯାଉଛ ସେଥିପାଇଁ ସାବଧାନ ରୁହ। 36 ଏହା ପୂର୍ବରୁ ଥିଉଦା ନାମକ ଜଣେ ଲୋକ ନିଜକୁ ବହୁତ ବଡ଼ ବୋଲି ଭାବୁଥିଲା। ପ୍ରାୟ ଗ୍ଭରିଶହ ଲୋକ ତାହାର ଅନୁଗାମୀ ଥିଲେ। କିନ୍ତୁ ତାହାକୁ ମାରିଦିଆଗଲା। ପରେ ତା’ର ସମସ୍ତ ଶିଷ୍ୟମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। ଏହି ସମସ୍ତର କୌଣସି ଫଳ ହେଲା ନାହିଁ। 37 ତାହାଙ୍କ ପରେ ଜନଗଣନା ସମୟରେ ଗାଲିଲୀ ଦେଶର ଯିହୂଦା ନାମକ ଜଣେ ବ୍ୟକ୍ତି ବାହାରିଲେ। ସେ ମଧ୍ୟ କେତେକ ଲୋକଙ୍କୁ ନିଜର ଶିଷ୍ୟ କଲେ। କିନ୍ତୁ ତାହାଙ୍କୁ ମଧ୍ୟ ହତ୍ୟା କରାଗଲା। ତାହାଙ୍କର ସମସ୍ତ ଅନୁଗାମୀମାନେ ଛିନ୍ନଭିନ୍ନ ହୋଇ ପଳାଇଗଲେ। 38 ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ସେମାନଙ୍କୁ ଏକୁଟିଆ ଛାଡ଼ିଦିଅ। ଯଦି ସେମାନଙ୍କର ମନ୍ତ୍ରଣା ବା ଏହି କାମ ମନୁଷ୍ୟମାନଙ୍କ ପକ୍ଷରୁ ହୋଇଥାଏ, ତେବେ ତାହା ବିଫଳ ହେବ। 39 କିନ୍ତୁ ଯଦି ଏହା ପରମେଶ୍ୱରଙ୍କଠାରୁ ହୋଇଥାଏ, ତେବେ ତୁମ୍ଭେମାନେ ସେମାନଙ୍କ କାମ ବନ୍ଦ କରି ପାରିବ ନାହିଁ। ତୁମ୍ଭେମାନେ ନିଜକୁ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବାର ଦେଖିବ।”

ସେମାନେ ତାହାଙ୍କ ଉପଦେଶ ମାନିଲେ। 40 ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକି ନେଇ ପ୍ରହାର କଲେ। ସେମାନଙ୍କୁ ଯୀଶୁଙ୍କ ନାମରେ କିଛି ନ କହିବା ପାଇଁ ଆଦେଶ ଦେଲେ। ତା’ପରେ ସେମାନଙ୍କୁ ଛାଡ଼ି ଦେଲେ। 41 ପ୍ରେରିତମାନେ ମହାସଭା ଛାଡ଼ି ଗ୍ଭଲିଗଲେ। ସେମାନେ ଖୁସୀ ହେଲେ ଯେ, ସେମାନଙ୍କୁ ଯୀଶୁଙ୍କ ନାମରେ ଅପମାନ ସହିବାକୁ ଯୋଗ୍ୟ ବିବେଚିତ କରାଯାଇଛି। 42 ପ୍ରେରିତମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଏହି ସୁସମାଗ୍ଭର ଦେଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ। ସେମାନେ ପ୍ରଗ୍ଭର କାର୍ଯ୍ୟ ଆଦୌ ବନ୍ଦ କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center