Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:1-5

ପରମେଶ୍ୱର କହିଲେ ଓ ଯୂନସ ପାଳନ କଲେ

ତା’ପରେ ସଦାପ୍ରଭୁ ଯୂନସଙ୍କୁ ପୁନର୍ବାର କହିଲେ। ପ୍ରଭୁ କହିଲେ, “ବୃହତ୍ ନଗର ନୀନିବୀକୁ ଯାଅ ଏବଂ ଆମ୍ଭେ ଯାହା କହିଛୁ ତାକୁ ଲୋକମାନଙ୍କ ମଧ୍ୟରେ ପ୍ରଗ୍ଭର କର।”

ଯୂନସ ସଦାପ୍ରଭୁଙ୍କ ବାକ୍ୟକୁ ପାଳନ କରି ନୀନିବୀକୁ ଗଲେ। ଏହା ଏକ ବିରାଟ ନଗର ଥିଲା। ଜଣେ ଲୋକକୁ ସମଗ୍ର ସହରରେ ବୁଲି ଆସିବାକୁ ତିନି ଦିନ ସମୟ ଲାଗୁଥିଲା।

ଯୂନସ ନଗରର କେନ୍ଦ୍ରସ୍ଥଳୀକୁ ଯାଇ ତା’ର ପ୍ରଗ୍ଭର ଲୋକମାନଙ୍କ ମଧ୍ୟରେ ଆରମ୍ଭ କଲେ। ଯୂନସ କହିଲେ, “ଗ୍ଭଳିଶ୍ ଦିନ ପରେ ନୀନିବୀ ଧ୍ୱଂସ ହେବ।”

ନୀନିବୀର ଲୋକମାନେ ପରମେଶ୍ୱରଙ୍କର ଏହି ବାର୍ତ୍ତାକୁ ବିଶ୍ୱାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସେମାନେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ଼ ସମସ୍ତ ଲୋକେ ଏହି କାର୍ଯ୍ୟ କଲେ।

ଯୂନସ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:10

10 ଲୋକମାନେ ଯାହା କଲେ ପରମେଶ୍ୱର ସବୁ ଦେଖିଲେ। ସେମାନେ ମନ୍ଦକାର୍ଯ୍ୟ ବନ୍ଦ କରିବା ପରମେଶ୍ୱର ଦେଖିଲେ। ତେଣୁ ସେ ତାଙ୍କର ମନ ବଦଳାଇଲେ ଏବଂ ଯାହା ଯୋଜନା କରିଥିଲେ ତାହା କଲେ ନାହିଁ। ସେ ଲୋକମାନଙ୍କୁ ଆଉ ଦଣ୍ତ ଦେଲେ ନାହିଁ।

ଗୀତସଂହିତା 62:5-12

ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
    କାରଣ ତାଙ୍କଠାରୁ ମୋର ଆଶା ଆସେ।
ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
    ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
    ମୁଁ ଧ୍ୱଂସରୁ ନିରାପଦ ରହିବି।
ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
    ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
    ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
    ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।

ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
    ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
    ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
    ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
    ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
    “ପରମେଶ୍ୱର ବଳବାନ୍ ଅଟନ୍ତି।”

12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
    ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:29-31

29 ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ। 30 ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ। 31 ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ।

ମାର୍କ ଲିଖିତ ସୁସମାଗ୍ଭର 1:14-20

ଯୀଶୁ ଗାଲିଲୀରେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ(A)

14 ଏହା ପରେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ରଖାଗଲା। ଯୀଶୁ ଗାଲିଲୀକୁ ଆସିଲେ ଓ ସେ ପରମେଶ୍ୱରଙ୍କ ସୁସମାଗ୍ଭର ପ୍ରଗ୍ଭର କରିବାକୁ ଲାଗିଲେ। 15 ଯୀଶୁ କହିଲେ, “ବର୍ତ୍ତମାନ ଉପଯୁକ୍ତ ସମୟ ଆସିଯାଇଛି। ପରମେଶ୍ୱରଙ୍କ ରାଜ୍ୟ ପାଖ ହୋଇ ଗଲାଣି। ତୁମ୍ଭମାନଙ୍କର ହୃଦୟ ପରିବର୍ତ୍ତନ କର। ସୁସମାଗ୍ଭରରେ ବିଶ୍ୱାସ କର।”

ଯୀଶୁ କେତେକ ଶିଷ୍ୟଙ୍କୁ ବାଛିଲେ(B)

16 ଯୀଶୁ ଗାଲିଲୀ ହ୍ରଦ ଦେଇ ଯିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟକୁ ଦେଖିଲେ। ଶିମୋନ, ପିତରଙ୍କର ଏହା ଅନ୍ୟ ଏକ ନାମ। ସେହି ଦୁଇଜଣ କେଉଟ ଥିଲେ। ମାଛ ଧରିବା ପାଇଁ ସେମାନେ ହ୍ରଦ ଭିତରକୁ ଜାଲ ଫିଙ୍ଗୁଥିଲେ। 17 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆସ ଓ ମୋତେ ଅନୁସରଣ କର। ମୁଁ ତୁମ୍ଭମାନଙ୍କୁ ଏକ ଭିନ୍ନ ପ୍ରକାରର ମାଛ ଧରିବା ଶିଖାଇବି। ତୁମ୍ଭେମାନେ ମାଛ ବଦଳରେ ମନୁଷ୍ୟଙ୍କୁ ଏକାଠି କରିବ।” 18 ତେଣୁ ଶିମୋନ ଓ ଆନ୍ଦ୍ରିୟ ସେମାନଙ୍କର ଜାଲ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।

19 ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ। 20 ସେହି ଦୁଇ ଭାଇଙ୍କ ସହ, ଡଙ୍ଗାରେ ସେମାନଙ୍କ ବାପା ଜେବଦୀ ଓ ଅନ୍ୟ ସାହାଯ୍ୟକାରୀ ଶ୍ରମିକମାନେ ଥିଲେ। ସେହି ଦୁଇ ଭାଇଙ୍କୁ ଦେଖିବା ମାତ୍ରେ ଯୀଶୁ ସେମାନଙ୍କୁ ଆସିବାକୁ ଅନୁରୋଧ କଲେ। ସେମାନେ ସେମାନଙ୍କର ବାପା ଓ ଶ୍ରମିକମାନଙ୍କୁ ଛାଡ଼ି, ଯୀଶୁଙ୍କୁ ଅନୁସରଣ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center