Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 62:5-12

ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
    କାରଣ ତାଙ୍କଠାରୁ ମୋର ଆଶା ଆସେ।
ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
    ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
    ମୁଁ ଧ୍ୱଂସରୁ ନିରାପଦ ରହିବି।
ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
    ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
    ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
    ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।

ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
    ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
    ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
    ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
    ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
    “ପରମେଶ୍ୱର ବଳବାନ୍ ଅଟନ୍ତି।”

12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
    ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 20:14-18

ଯିରିମିୟଙ୍କ ଷଷ୍ଠ ଅଭିଯୋଗ

14 ମୋର ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁ ଦିନ ମୋର ମାତା ମୋତେ ଜନ୍ମ ଦେଲା,
    ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ।
15 ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା,
    “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ।
16 ପୁଣି ସଦାପ୍ରଭୁ କ୍ଷମା ନ କରି ଯେପରି ସମସ୍ତ ନଗର ବିନାଶ କରିଥିଲେ।
    ସେ ଲୋକ ସେହିସବୁ ନଗର ତୁଲ୍ୟ ହେଉ।
ଆଉ ସେ ଲୋକ ପ୍ରାତଃକାଳରେ କ୍ରନ୍ଦନ
    ଓ ମଧ୍ୟାହ୍ନ କାଳରେ ଚିତ୍କାର ଶବ୍ଦ ଶୁଣୁ।
17 କାରଣ, ସେ ମୋତେ ମାତୃ ଗର୍ଭରେ
    ମାରି ପାରିଲା ନାହିଁ।
ତାହା କରିଥିଲେ
    ମୋର ମାତୃଗର୍ଭ ମୋର କବର ହୋଇଥା’ନ୍ତା
    ଓ ମୁଁ ଜନ୍ମ ନେଇ ନ ଥା’ନ୍ତି।
18 ମୁଁ କାହିଁକି ଜନ୍ମ ହେଲି?
    ଲଜ୍ଜା ଓ ଦୁଃଖରେ ମୋର ସମସ୍ତ ଜୀବନ
    ଅତିବାହିତ ହେଲା।

ଲୂକ ଲିଖିତ ସୁସମାଗ୍ଭର 10:13-16

ଅବିଶ୍ୱାସୀମାନଙ୍କୁ ଯୀଶୁଙ୍କ ଚେତାବନୀ(A)

13 “ହାୟ କୋରାଜୀନ୍! ହାୟ ବେ‌ଥ୍‌ସାଇଦା! [a] ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା’ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ। 14 ବିଗ୍ଭର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ। 15 ଏବଂ ହେ କଫର୍ନାହୂମ! ତୁମ୍ଭକୁ କ’ଣ ସ୍ୱର୍ଗ ଯେତେ ଉଚ୍ଚ, ସେତେ ଉଚ୍ଚକୁ ଉଠାଯିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସେହିପରି ନୀଚ୍ଚ ସ୍ଥାନକୁ ଅଣାଯିବ।

16 “ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center