Revised Common Lectionary (Semicontinuous)
5 ହେ ମୋର ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ୱରଙ୍କୁ ଅପେକ୍ଷା କର।
କାରଣ ତାଙ୍କଠାରୁ ମୋର ଆଶା ଆସେ।
6 ହଁ, ସତରେ ପରମେଶ୍ୱର ହେଉଛନ୍ତି ମୋର ଶୈଳ, ଯିଏକି ମୋତେ ସୁରକ୍ଷିତ ରଖନ୍ତି।
ପରମେଶ୍ୱର ହେଉଛନ୍ତି ଉଚ୍ଚତମ ପର୍ବତରେ ଥିବା ମୋର ଦୁର୍ଗ।
ମୁଁ ଧ୍ୱଂସରୁ ନିରାପଦ ରହିବି।
7 ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ।
ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।
8 ହେ ଲୋକମାନେ! ସବୁକାଳେ ପରମେଶ୍ୱରଙ୍କଠାରେ ନିର୍ଭର କର।
ପରମେଶ୍ୱରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ।
ପରମେଶ୍ୱର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରୟସ୍ଥଳ।
9 ପ୍ରକୃତରେ, ଲୋକମାନେ ସାହାଯ୍ୟ କରି ପାରିବେ ନାହିଁ।
ତୁମ୍ଭେ ସେମାନଙ୍କ ଉପରେ ଭରସା କରି ପାରିବ ନାହିଁ।
ଯେତେବେଳେ ସେମାନେ ନିକିତିରେ ଓଜନ ହୁଅନ୍ତି,
ସେମାନଙ୍କ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
10 ଦୌରାତ୍ମ୍ୟରେ ଭରସା କର ନାହିଁ।
ଗ୍ଭେରି କରି ଲାଭ କରିବାର ଚିନ୍ତା କର ନାହିଁ,
ଏବଂ ଯଦି ତୁମ୍ଭେ ଧନୀ ହେଲେ
ତୁମ୍ଭର ଧନ ତୁମ୍ଭକୁ ସାହାଯ୍ୟ କରିବ ବୋଲି ଆଶା କର ନାହିଁ।
11 ପରମେଶ୍ୱର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି:
“ପରମେଶ୍ୱର ବଳବାନ୍ ଅଟନ୍ତି।”
12 ହେ ମୋର ପ୍ରଭୁ, ତୁମ୍ଭର ପ୍ରେମ ହିଁ ପ୍ରକୃତ।
ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।
ଯିରିମିୟଙ୍କ ପଞ୍ଚମ ଅଭିଯୋଗ
7 ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି।
ତୁମ୍ଭେ ମୋ’ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ’ଠାରୁ ଜୟ କରିଅଛ।
ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି,
ସମସ୍ତେ ମୋତେ ପରିହାସ କରୁଛନ୍ତି।
8 ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ।
ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ।
ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ
ଲୋକେ ପ୍ରତିଥର ମୋତେ ଧିକ୍କାର ଓ ବିଦ୍ରୂପ କରିଛନ୍ତି।
9 ସମୟେ ସମୟେ ମୁଁ ନିଜେ ନିଜକୁ କହେ, “ମୁଁ ଆଉ ସଦାପ୍ରଭୁଙ୍କ ବିଷୟ କହିବି ନାହିଁ
କି ତାଙ୍କ ପାଇଁ ପ୍ରଗ୍ଭର କରିବି ନାହିଁ।”
ମାତ୍ର ଏହା କହିଲା ବେଳେ ମୋ’ ଅସ୍ଥି ମଜ୍ଜା ମଧ୍ୟରେ ଯେପରି ପ୍ରଭୁଙ୍କର ବାଣୀ ଅଗ୍ନିତୁଲ୍ୟ ଜଳି ଉଠେ।
ମୁଁ ହୃଦୟ ମଧ୍ୟରେ ତାକୁ ସମ୍ଭାଳି ରଖିପାରେ ନାହିଁ।
ସେଗୁଡ଼ିକୁ ଭିତରେ ଧରି ରଖିବା ପାଇଁ ଚେଷ୍ଟା କଲି
କିନ୍ତୁ ମୁଁ ତାହା କରିବା ପାଇଁ ଅସମର୍ଥ ହେଲି।
10 ମୁଁ ବହୁବାର ଅପବାଦ ଶୁଣିଅଛି।
ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି।
ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି
ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି।
ସେମାନେ ଅଭିଯୋଗ କରି କହନ୍ତି,
“ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ
ମିଥ୍ୟା ଓ ମନ୍ଦକଥା କହିବା,
ତୁମ୍ଭେମାନେ ମଧ୍ୟ ତାହା କହିବ।
ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା
ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।”
11 କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି।
ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି।
ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବ
ଓ ମୋତେ ପରାସ୍ତ କରି ପାରିବେ ନାହିଁ।
ସେମାନେ ଘୋର ଅପମାନିତ ହେବେ
କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି
ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ।
ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।
12 ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ।
ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ।
ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି।
ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ।
13 ସଦାପ୍ରଭୁଙ୍କ ବିଷୟରେ ଗାନ କର,
ତାଙ୍କର ପ୍ରଶଂସା କର।
କାରଣ ସେ ଦୁଷ୍ଟାଗ୍ଭରୀଙ୍କ ହସ୍ତରୁ
ଦୀନହୀନର ପ୍ରାଣ ଉଦ୍ଧାର କରନ୍ତି।
ଯୀଶୁ ପୁନର୍ବାର ଆସିବେ
3 ମୋ’ ମିତ୍ରଗଣ, ଏହି ଦ୍ୱିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତେଗୁଡ଼ିଏ ବିଷୟ ମନେ ପକାଇ ଦେବା ଲାଗି ମୁଁ ଦୁଇଟି ପତ୍ର ଲେଖିଛି। 2 ପବିତ୍ର ଭବିଷ୍ୟଦ୍ବକ୍ତାମାନେ ଅତୀତରେ ଯାହାକିଛି କହି ଯାଇଛନ୍ତି ମୁଁ ଗ୍ଭହେଁ ଯେ, ସେଗୁଡ଼ିକୁ ତୁମ୍ଭେମାନେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦେଇଛନ୍ତି, ସେଗୁଡ଼ିକୁ ମଧ୍ୟ ମନେ ପକାଅ। ତୁମ୍ଭମାନଙ୍କ ପ୍ରେରିତମାନଙ୍କ ମାଧ୍ୟମରେ ସେ ଆମ୍ଭକୁ ଏହି ଆଜ୍ଞା ଦେଇଥିଲେ।
3 ପ୍ରଥମେ, ଶେଷ ଦିନଗୁଡ଼ିକରେ କ’ଣ କ’ଣ ଘଟିବ, ସେଗୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସେମାନେ ନିଜ ଇଚ୍ଛାରେ ମନ୍ଦ କାର୍ଯ୍ୟ କରି ଜୀବନଧାରଣ କରିବେ। 4 ସେମାନେ କହିବେ, “ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବେଳୁ ସେହିପରି ଭାବରେ ଗ୍ଭଲିଛି।”
5 ସୁଦୂର ଅତୀତରେ କ’ଣ ଘଟିଥିଲା, ସେମାନେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ୱର ପାଣିରୁ ଓ ପାଣି ଦ୍ୱାରା ଜଗତକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଏହା ସାଧିତ ହେଲା। 6 ତାହା ପରେ ସେହି ସଂସାର ପ୍ରଳୟକାରୀ ବନ୍ୟା ଜଳ ଦ୍ୱାରା ନଷ୍ଟ ହୋଇଗଲା। 7 ମାତ୍ର ପରମେଶ୍ୱରଙ୍କ ସେହି ବାକ୍ୟ ଦ୍ୱାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ୱାରା ବିନଷ୍ଟ ହେବା ନିମନ୍ତେ ରକ୍ଷିତ ଅଛି। ପରମେଶ୍ୱରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହେବା ନିମନ୍ତେ ବିଗ୍ଭର ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଥିବେ।
2010 by World Bible Translation Center