Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 3:1-10

ଶାମୁୟେଲକୁ ପରମେଶ୍ୱରଙ୍କ ଡାକରା

ବାଳକ ଶାମୁୟେଲ ଏଲିଙ୍କ ଅଧୀନରେ ସଦାପ୍ରଭୁଙ୍କର ସେବା କଲେ। ସେହି ସମୟରେ ସଦାପ୍ରଭୁଙ୍କ ବାକ୍ୟ ଓ ଦର୍ଶନ ଦୁର୍ଲଭ ଥିଲା।

ଏହି ସମୟରେ ଏଲିଙ୍କର ଚକ୍ଷୁ ଧୁନ୍ଦୁଳା ହେବାକୁ ଲାଗିଲା। ଏଣୁ ସେ ଦେଖି ପାରିଲେ ନାହିଁ, ଏକ ଦିନ ସେ ଆପଣା ସ୍ଥାନରେ ଶୋଇଥିଲେ। ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରୁ ଯେତେବେଳେ ଶାମୁୟେଲ ଶୋଇଥିଲେ, ସେତେବେଳେ ସଦାପ୍ରଭୁ ଶାମୁୟେଲକୁ ଡାକିଲେ ଓ ଶାମୁୟେଲ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।” ଶାମୁୟେଲ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?”

ସେ କହିଲେ, “ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”

ଏବଂ ସେ ଶୋଇଲେ। ଏହା ପରେ ସଦାପ୍ରଭୁ “ଶାମୁୟେଲ” ବୋଲି ଆଉ ଥରେ ଡାକିଲେ, ତହୁଁ ଶାମୁୟେଲ ଉଠି ଏଲିଙ୍କ ନିକଟକୁ ଯାଇ କିହିଲେ, “ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ?”

ସେ ଉତ୍ତର ଦେଲେ, “ହେ ମୋର ପୁତ୍ର, ମୁଁ ତୁମ୍ଭକୁ ଡାକି ନାହିଁ, ଫେରିଯାଅ ଓ ଶୁଅ।”

ସେ ସମୟରେ ଶାମୁୟେଲ ସଦାପ୍ରଭୁଙ୍କୁ ଜାଣି ନ ଥିଲା, କାରଣ ସଦାପ୍ରଭୁ ତାଙ୍କଠାରେ ତାଙ୍କର ବାକ୍ୟ କଥା ପ୍ରକାଶ କରି ନ ଥିଲେ।

ଏହା ପରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ଶାମୁୟେଲଙ୍କୁ ଡାକିଲେ। ତହୁଁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, “ମୁଁ ଏଠାରେ ଅଛି ଆପଣ ମୋତେ ଡାକିଲେ ପରା,”

ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି ଏହା ଏଲି ବୁଝିଲେ। ତେଣୁ ଏଲି ଶାମୁୟେଲକୁ କହିଲେ, “ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି, ତେବେ ତୁମ୍ଭେ କହିବ, ‘ହେ ସଦାପ୍ରଭୁ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।’”

ତହୁଁ ଶାମୁୟେଲ ଯାଇ ଆପଣା ସ୍ଥାନରେ ଶୋଇଲେ। 10 ଏହା ପରେ ସଦାପ୍ରଭୁ ଆସିଲେ ଏବଂ ସେଠାରେ ଛିଡ଼ା ହେଲେ, ଆଗ ଥର ପରି ସେ “ଶାମୁୟେଲ, ଶାମୁୟେଲ” ବୋଲି ଡାକିଲେ।

ତା’ପରେ ଶାମୁୟେଲ ଉତ୍ତର ଦେଲେ, “ମୋତେ କୁହନ୍ତୁ ଆପଣଙ୍କ ଦାସ ଶୁଣୁଅଛି।”

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 3:11-20

11 ତା’ପରେ ସଦାପ୍ରଭୁ ଶାମୁୟେଲକୁ କହିଲେ, “ଦେଖ, ମୁଁ ଇସ୍ରାଏଲରେ କିଛି ଗୋଟେ କରିବି, ସେହି ସମସ୍ତେ ଯେଉଁମାନେ ଏବିଷୟରେ ଶୁଣିବେ, ମନ ଦୁଃଖ କରିବେ। 12 ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ। 13 ମୁଁ ତାକୁ କହିଅଛି ଯେ, ମୁଁ ଚିରଦିନ ତା’ର ବଂଶକୁ ଦଣ୍ତ ଦେବି, ଯେହେତୁ ତା’ର ଅପରାଧ ତାକୁ ଜଣା ଅଛି। ସେ ଜାଣିଲା ଯେ, ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ କରୁଛନ୍ତି ଓ କହୁଛନ୍ତି। ତଥାପି ଏଲି ତା’ର ପୁତ୍ରମାନଙ୍କୁ ନିୟନ୍ତ୍ରଣ କଲା ନାହିଁ। 14 ମୁଁ ପ୍ରତିଜ୍ଞା କରୁଅଛି ଯେ, ଏଲିର ପରିବାର ପାପ ବଳିଦାନ ଉତ୍ସର୍ଗ ଦ୍ୱାରା ଶସ୍ୟ ନୈବେଦ୍ୟ ଉତ୍ସର୍ଗ ଦ୍ୱାରା କେବେ ପ୍ରାୟଶ୍ଚିତ ହେବ ନାହିଁ।”

15 ତହୁଁ ଶାମୁୟେଲ ଶୋଇବାକୁ ଗଲେ। ସଦାପ୍ରଭୁଙ୍କ ମନ୍ଦିରଦ୍ୱାର ଫିଟାଇବାକୁ ଶୀଘ୍ର ଉଠିଲେ। ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ଶାମୁୟେଲ ଭୟକଲେ।

16 ଏଥୁ, “ହେ ମୋହର ପୁତ୍ର ଶାମୁୟେଲ,” ଏହା କହି ଏଲି ଶାମୁୟେଲଙ୍କୁ ଡାକିଲେ।

ତହିଁରେ ସେ ଉତ୍ତର ଦେଲେ, “ମୁଁ ଏଠାରେ ଅଛି।”

17 ତା’ପରେ ସେ ପଗ୍ଭରିଲେ, “ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ମୁଁ ତୁମ୍ଭକୁ ବିନୟ କରୁଅଛି, କିଛି ନ ଲୁଗ୍ଭଇ ମୋତେ କୁହ, “ପରମେଶ୍ୱରଙ୍କ ବାର୍ତ୍ତା ଯଦି କିଛି ମୋ’ଠାରେ ଲୁଗ୍ଭଅ ପରମେଶ୍ୱର ତୁମ୍ଭଙ୍କୁ ଦଣ୍ତ ଦେବେ।”

18 ତହିଁରେ ଶାମୁୟେଲ କିଛି ଗୁପ୍ତ ନ କରି ତାହାଙ୍କୁ ସବୁକଥା ଜଣାଇଲେ।

ତା’ପରେ ଏଲି କହିଲେ, “ସେ ସଦାପ୍ରଭୁ, ଯାହା ସଦାପ୍ରଭୁ ଭାବନ୍ତି ତାହା ଯଥାର୍ଥ, ତାହା ସେ କରନ୍ତୁ।”

19 ତା’ପରେ ଶାମୁୟେଲ ବଡ଼ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ୟ ମିଛ ହେବାକୁ ଦେଲେ ନାହିଁ। 20 ତା’ପରେ ଶାମୁୟେଲ ସଦାପ୍ରଭୁଙ୍କ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ବୋଲି ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲୀୟ ଜ୍ଞାତ ହେଲେ।

ଗୀତସଂହିତା 139:1-6

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।

ଗୀତସଂହିତା 139:13-18

13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:12-20

ନିଜ ଶରୀରକୁ ପରମେଶ୍ୱରଙ୍କ ମହିମାରେ ଲଗାଅ

12 “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି।” କିନ୍ତୁ ପ୍ରତ୍ୟେକ ବିଷୟ ଭଲ ନୁହେଁ। “ସମସ୍ତ ବିଷୟ ସାଧନ କରିବା ପାଇଁ ମୋତେ ଅନୁମତି ମିଳିଛି” କିନ୍ତୁ ମୋ’ ଉପରେ କର୍ତ୍ତୃତ୍ୱ କରିବାକୁ ମୁଁ କାହାକୁ ଦେବି ନାହିଁ। 13 “ଖାଦ୍ୟ ପେଟ ପାଇଁ ଓ ପେଟ ଖାଦ୍ୟ ପାଇଁ ଅଟେ।” ଏ କଥା ଠିକ୍, କିନ୍ତୁ ପରମେଶ୍ୱର ଏ ଦୁହିଁକୁ ନାଶ କରିବେ। ଶରୀର ଯୌନଗତ ପାପ ପାଇଁ ନୁହେଁ, ଏବଂ ପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ, ଓ ପ୍ରଭୁ ଶରୀର ପାଇଁ ଅଟନ୍ତି। 14 ପରମେଶ୍ୱର କେବଳ ପ୍ରଭୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରି ନାହାନ୍ତି, ବରଂ ନିଜର ଶକ୍ତି ଦ୍ୱାରା ସେ ଆମ୍ଭମାନଙ୍କୁ ମଧ୍ୟ ମୃତ୍ୟୁରୁ ପୁନରୁ‌ତ୍‌ଥିତ କରିବେ। 15 ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା’ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ। 16 ଶାସ୍ତ୍ରରେ ଲେଖାଅଛି “ଉଭୟ ଏକ ହେବେ।” [a] ଅତଏବ ତୁମ୍ଭେମାନେ ଜାଣିବା ଉଚିତ୍ ଯେ ବେଶ୍ୟାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା’ ସହିତ ଏକ ହୁଏ। 17 କିନ୍ତୁ ଯେଉଁ ଲୋକ ପ୍ରଭୁଙ୍କ ସଙ୍ଗରେ ରହେ ସେ ଆତ୍ମାରେ ତାହାଙ୍କ ସହିତ ଏକ ହୁଏ।

18 ଅତଏବ ଯୌନଗତ ପାପଠାରୁ ଦୂରରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହାରେ କରେ। କିନ୍ତୁ ଯୌନଗତ ପାପ ଦ୍ୱାରା ସେ ନିଜ ଶରୀର ବିରୁଦ୍ଧରେ ପାପ କରେ। 19 ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ରଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ରଆତ୍ମା ଅନ୍ତରରେ ଅଛନ୍ତି। ପବିତ୍ରଆତ୍ମାଙ୍କୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ପାଇଛ। ତୁମ୍ଭେମାନେ ନିଜେ ନିଜର ନୁହଁ। 20 କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।

ଯୋହନ ଲିଖିତ ସୁସମାଗ୍ଭର 1:43-51

43 ତା’ ପରଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲି‌ପ୍‌ପଙ୍କୁ ଦେଖି କହିଲେ, “ମୋର ଅନୁସରଣ କର।” 44 ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ। 45 ଫିଲି‌ପ୍‌ପ ନିଥନିୟେଲଙ୍କର ଦେଖା ପାଇ କହିଲେ, “ମୋଶା ବ୍ୟବସ୍ଥାରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମୋଶା ଜଣେ ବ୍ୟକ୍ତିଙ୍କ ଆଗମନ ବିଷୟରେ ଲେଖିଥିଲେ। ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ତାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭେଟିଛୁ, ତାହାଙ୍କ ନାମ ଯୀଶୁ। ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”

46 ନିଥନିୟେଲ ଫିଲି‌ପ୍‌ପଙ୍କୁ କହିଲେ, “ନାଜରିତ, ନାଜରିତରୁ କ’ଣ କୌଣସି ଉତ୍ତମ ବସ୍ତୁ ଉତ୍ପନ୍ନ ହୋଇପାରେ?”

ଫିଲି‌ପ୍‌ପ ଉତ୍ତର ଦେଲେ, “ତୁମ୍ଭେ ଆସି ଦେଖ।”

47 ଯୀଶୁ ନିଥନିୟେଲଙ୍କୁ ତାହାଙ୍କ ଆଡ଼େ ଆସିବାର ଦେଖିଲେ। ସେ କହିଲେ, “ଏହି ଲୋକ ପ୍ରକୃତରେ ପରମେଶ୍ୱରଙ୍କର ଜଣେ ବ୍ୟକ୍ତି। ତାହାଙ୍କଠାରେ କୌଣସି ଅସାଧୁତା ନାହିଁ।”

48 ନିଥନିୟେଲ ତାହାଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?”

ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି, ଫିଲି‌ପ୍‌ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବରୁ ମୁଁ ତୁମ୍ଭକୁ ଦେଖିଥିଲି।”

49 ତା’ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”

50 ଯୀଶୁ ନିଥନିୟେଲଙ୍କୁ କହିଲେ, “ମୁଁ ତୁମ୍ଭକୁ କହିଲି ଯେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁଛ। କିନ୍ତୁ ତୁମ୍ଭେ ତା’ଠାରୁ ଆହୁରି ଶ୍ରେଷ୍ଠତର ବିଷୟ ଦେଖିବ।” 51 ଯୀଶୁ ପୁଣି କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେମାନେ ସ୍ୱର୍ଗ ଖୋଲି ଯିବାର ଦେଖିବ। ତୁମ୍ଭେମାନେ ପରମେଶ୍ୱରଙ୍କ ‘ଦୂତମାନଙ୍କୁ [a] ମନୁଷ୍ୟପୁତ୍ରଙ୍କ [b] ନିକଟକୁ ଆରୋହଣ ଓ ଅବତରଣ’ କରୁଥିବାର ଦେଖିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center