Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 139:1-6

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।

ଗୀତସଂହିତା 139:13-18

13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 2:6-15

ଅମାନ୍ୟ ଓ ପରାସ୍ତ

ଏହା ପରେ ଯିହୋଶୂୟ ସମସ୍ତଙ୍କୁ ଗୃହକୁ ଯିବା ପାଇଁ କହିଲେ। ଏବଂ ଇସ୍ରାଏଲର ପରିବାରବର୍ଗ ସେମାନଙ୍କର ନିଜ ଭୂମି ଅଧିକାର କରିବାକୁ ନିଜ ଜାଗାକୁ ଗଲେ। ଇସ୍ରାଏଲର ଲୋକମାନେ ଯିହୋଶୂୟ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ସେବା କଲେ। ସେମାନେ ସଦାପ୍ରଭୁଙ୍କ ସେବା ଅବ୍ୟାହତ ରଖିଲେ, ଯିହୋଶୂୟଙ୍କ ମୃତ୍ୟୁପରେ ଥିବା ସେମାନଙ୍କର ପ୍ରାଚୀନବର୍ଗ ଜୀବିତ ଥିବା ପର୍ଯ୍ୟନ୍ତ। ଇସ୍ରାଏଲ ଲୋକମାନଙ୍କ ପାଇଁ ସଦାପ୍ରଭୁ କି ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ଏହି ବୃଦ୍ଧ ବ୍ୟକ୍ତିମାନେ ଦେଖିଥିଲେ। ନୂନର ପୁତ୍ର ଯିହୋଶୂୟ ସଦାପ୍ରଭୁଙ୍କର ସେବକ 110 ବର୍ଷରେ ମୃତ୍ୟୁବରଣ କଲେ। ଇସ୍ରାଏଲର ଲୋକମାନେ ଯିହୋଶୂୟଙ୍କୁ କବର ଦେଲେ। ସେମାନେ ଗାଶ୍ ପର୍ବତର ଉତ୍ତର ପାର୍ଶ୍ୱରେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ତିମ୍ନତ୍ ହେରସରେ ତାଙ୍କର ନିଜର ଭୂମିରେ ତାଙ୍କୁ କବର ଦେଲେ।

10 ଏହା ପରେ ପୂରା ପିଢ଼ି ମୃତ ହେଲେ ଏବଂ ପର ପିଢ଼ି ସେମାନଙ୍କର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସେମାନେ ଜାଣିଲେ ନାହିଁ ଇସ୍ରାଏଲର ଲୋକମାନଙ୍କର କ’ଣ ସେ କଲେ। 11 ଏହା ପରେ ଇସ୍ରାଏଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ସେହିପରି କାର୍ଯ୍ୟ କଲେ। ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ବାଲ୍- ଦେବତାଙ୍କୁ ପୂଜା କଲେ। 12 ସଦାପ୍ରଭୁ ମିଶରରୁ ସେହି ଲୋକମାନଙ୍କୁ ଇସ୍ରାଏଲକୁ ଆଣିଥିଲେ ଏବଂ ସେମାନଙ୍କର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସେବା କରୁଥିଲେ। କିନ୍ତୁ ଏହା ପରେ ଇସ୍ରାଏଲର ଲୋକମାନେ ମିଥ୍ୟାବାଦୀ ଦେବତାଙ୍କୁ ସେବା କରିବାକୁ ଲାଗିଲେ, ଯେଉଁମାନେ ସେମାନଙ୍କ ଚତୁର୍ପାର୍ଶ୍ୱରେ ରହୁଥିଲେ। ଏହା ସଦାପ୍ରଭୁଙ୍କର କ୍ରୋଧ ଉତ୍ପନ୍ନ କଲା। 13 ଇସ୍ରାଏଲବାସୀମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ ଏବଂ ମିଥ୍ୟାବାଦୀ ବା‌‌ଲ୍‌‌ଦେବ ଓ ଅଷ୍ଟାରୋତ ଦେବତାଗଣଙ୍କୁ ପୂଜା କରିବାକୁ ଲାଗିଲେ।

14 ସଦାପ୍ରଭୁ ଇସ୍ରାଏଲ ଉପରେ କୋପଦୃଷ୍ଟି ପକାଇଲେ। ପରମେଶ୍ୱର ଲୁଣ୍ଠନକାରୀମାନଙ୍କୁ ସେମାନଙ୍କ ଆକ୍ରମଣ ପାଇଁ ଆଦେଶ ଦେଲେ। ତେଣୁ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଲୁଣ୍ଠନ କଲେ। ସଦାପ୍ରଭୁ ସେମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଶତ୍ରୁମାନଙ୍କୁ ସାହାଯ୍ୟ କଲେ, ସେମାନଙ୍କୁ ହରାଇବାକୁ। ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରୁ ନିଜକୁ ରକ୍ଷା କରି ପାରିଲେ ନାହିଁ। 15 ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 10:1-11

ପାଉଲ ନିଜ ସେବାକାର୍ଯ୍ୟର ପକ୍ଷସମର୍ଥନ କଲେ

10 ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବେଦନ କରେ। କେତେକ ଲୋକ କୁହନ୍ତି, ମୁଁ ତୁମ୍ଭ ମଧ୍ୟରେ ଥିଲାବେଳେ ନମ୍ର ଥାଏ କିନ୍ତୁ ଦୂରରେ ଥିଲାବେଳେ ସାହସୀ ବା ନିର୍ଭୟ ଅଟେ। ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତେବେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତେବେଳେ ସେଭଳି ସାହସିକତା ଦେଖାଇବାକୁ ମୋ’ ଉପରେ ଗ୍ଭପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସେମାନଙ୍କ ପ୍ରତି ସାହସୀ ହେବି। ଆମ୍ଭେ ମଧ୍ୟ ଜଗତରେ ରହୁଛୁ। କିନ୍ତୁ ଆମ୍ଭ ଜାଗତିକ ଲୋକଙ୍କ ଭଳି ସଂଗ୍ରାମ କରୁ ନାହୁଁ। ଆମ୍ଭେ ଯେଉଁ ଅସ୍ତ୍ରଗୁଡ଼ିକ ସାହାଯ୍ୟରେ ସଂଗ୍ରାମ କରୁ ସେଗୁଡ଼ିକ ଜାଗତୀକ ଅସ୍ତ୍ରଶସ୍ତ୍ର ନୁହେଁ। ଆମ୍ଭର ଅସ୍ତ୍ରଶସ୍ତ୍ରରେ ପରମେଶ୍ୱରଙ୍କ ଶକ୍ତି ନିହିତ ଅଛି। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁର ଶକ୍ତିଶାଳୀ ସ୍ଥାନ ଗୁଡ଼ିକ ନଷ୍ଟ କରିପାରେ। ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ସାହାଯ୍ୟରେ ଆମ୍ଭେ ଲୋକଙ୍କ ସମସ୍ତ ଯୁକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଠୁଥିବା ପ୍ରତ୍ୟେକ ଗର୍ବର କଥା ଖଣ୍ଡନ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଯେଉଁ ଲୋକ ପୂର୍ଣ୍ଣ ଭାବରେ ଯୀଶୁଙ୍କୁ ମାନେ ନାହିଁ ଆମ୍ଭେ ତାହାଙ୍କୁ ଦଣ୍ଡ ଦେବା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ପ୍ରଥମରେ ଆମ୍ଭେ ଇଚ୍ଛା କରୁ ଯେ ତୁମ୍ଭେମାନେ ପୂର୍ଣ୍ଣଭାବରେ ତାହାଙ୍କୁ ମାନ।

ତୁମ୍ଭମାନଙ୍କ ଆଗରେ ଥିବା ତଥ୍ୟ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ଆମ୍ଭେ ମଧ୍ୟ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ। ଏହା ସତ୍ୟ ଯେ ମୁଁ ପ୍ରଭୁଙ୍କ ଦ୍ୱାରା ପ୍ରଦତ୍ତ ଅଧିକାର ବିଷୟରେ ଅତ୍ୟଧିକ ଗର୍ବର କଥା କହେ, କିନ୍ତୁ ସେ ଆମ୍ଭକୁ ଏହି ଅଧିକାର ତୁମ୍ଭମାନଙ୍କର ବିନାଶ ପାଇଁ ନୁହେଁ, ମାତ୍ର ତୁମ୍ଭମାନଙ୍କୁ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ କରିବା ପାଇଁ ପ୍ରଦାନ କରିଛନ୍ତି। ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମୋ’ ପତ୍ରଗୁଡ଼ିକ ମାଧ୍ୟମରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭେମାନେ ଭାବ ନାହିଁ। 10 କେତେକ ଲୋକ କୁହନ୍ତି “ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ତ୍ୱପୂର୍ଣ୍ଣ କିନ୍ତୁ ଯେତେବେଳେ ସେ ଆମ୍ଭ ସହିତ ଥା’ନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।” 11 ଏଭଳି କହିବା ଲୋକ ଜାଣି ରଖିବା ଉଚିତ୍ ଯେ: ଆମ୍ଭେ ତୁମ୍ଭମାନଙ୍କ ସହିତ ଏବେ ନାହୁଁ, ଅତଏବ ଆମ୍ଭେ ଏହି କଥା ଗୁଡ଼ିକ ପତ୍ରରେ ଲେଖିଛୁ। କିନ୍ତୁ ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଯିବୁ ଆମ୍ଭେ ଦେଖାଇ ଦେବୁ ଯେ, ଆମ୍ଭ ପତ୍ରଟି ଯେଉଁ ଶକ୍ତି ଧାରଣ କରିଛି ସେହି ସମାନ ଶକ୍ତି ଆମ୍ଭେ ଧାରଣ କରିଛୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center