Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।
69 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ।
ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି।
2 ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ।
ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି।
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି।
କେବଳ ମୁଁ ବୁଡ଼ିଯିବା ଉପରେ।
3 ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି।
ମୋର କଣ୍ଠ ଯନ୍ତ୍ରଣା ହେଉଛି।
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି।
ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।
4 ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ।
ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି।
ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି।
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି।
ସେମାନେ ମିଛରେ ମୋତେ ଗ୍ଭେର କହିଲେ
ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ।
5 ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ।
ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ।
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି
ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି।
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ।
ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ।
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି,
ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ।
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି।
ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ
ତାଙ୍କର ପ୍ରଶଂସା କରନ୍ତୁ।
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ
ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ।
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ।
36 ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ।
ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ।
ଅଭିଷେକାର୍ଥକ ତୈଳ
22 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ଏହି ଅତ୍ୟୁତ୍ତମ ସୁଗନ୍ଧି ଦ୍ରବ୍ୟ, ଅର୍ଥାତ୍ ପବିତ୍ର ସ୍ଥାନର ଶେକଲ ଅନୁସାରେ ପାଞ୍ଚଶତ ଶେକଲ ନିର୍ମଳ ଗନ୍ଧରସ ଓ ତା’ର ଅଧା ଅର୍ଥାତ୍ ଅଢ଼ାଇଶ ଶେକଲ ସୁଗନ୍ଧି ବାରୁଚିନୀ ଓ ଅଢ଼ାଇଶତ ଶେକଲ ସୁଗନ୍ଧି ବଚ ସଂଗ୍ରହ କର। 24 କାଶିଆର 500 ଶେକଲ ସଂଗ୍ରହ କର। ଯେତେବେଳେ ଏହିସବୁ ଓଜନ କରୁଛ, କାର୍ଯ୍ୟାଳୟ ମାପ ବ୍ୟବହାର କର। ଆଉ ମଧ୍ୟ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।
25 “ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ୟ ତିଆରି କରୁଥିବା ଯନ୍ତ୍ର ଆଣ। ତାହା ଅଭିଷେକାର୍ଥକ ପବିତ୍ର ତୈଳ ମିଶାଇବ। 26 ଏହା ନେଇ ତୁମ୍ଭେମାନେ ସମାଗମ-ତମ୍ବୁ ଓ ନିୟମ-ସିନ୍ଦୁକ ଉପରେ ସିଞ୍ଚନ କର। 27 ମେଜ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବେଦି, 28 ହୋମବଳିର ବେଦି ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା। 29 ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସେଗୁଡ଼ିକ ମହାପବିତ୍ର ହେବ ଏବଂ ଯାହାକିଛି ସେଗୁଡ଼ିକ ସ୍ପର୍ଶ କରେ ସେସବୁ ନିଶ୍ଚୟ ପବିତ୍ର ହେବ।
30 “ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ। 31 ଇସ୍ରାଏଲର ଲୋକମାନଙ୍କୁ ଏହି ଅଭିଷେକାର୍ଥକ ତୈଳ ବିଷୟରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ୟବହାର ହେବ। 32 କେହି ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ସାଧାରଣ ତୈଳ ପରି ବ୍ୟବହାର କରି ପାରିବେ ନାହିଁ। ବିଶେଷ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କର ନାହିଁ। ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହେବା ଉଚିତ୍। 33 ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”
ଧୂପ
34 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଆପଣା ନିକଟରେ ସୁଗନ୍ଧି ଦ୍ରବ୍ୟ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରତ୍ୟେକ ସୁଗନ୍ଧି ଦ୍ରବ୍ୟ ସମଭାବରେ ସଂଗ୍ରହ କର। 35 ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥିରେ ଲବଣ ମଧ୍ୟ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ। 36 ତହିଁରୁ କିଛି ଚୂର୍ଣ୍ଣ କରି ଯେଉଁ ସମାଗମ-ତମ୍ବୁରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧ୍ୟରେ ନିୟମ-ସିନ୍ଦୁକ ମଧ୍ୟରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହେବ। 37 ତୁମ୍ଭେମାନେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ୟର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 38 ଯଦି କେହି ଆପଣା ଘ୍ରାଣାର୍ଥେ ସେହିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତେବେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ ହେବ।”
2 ସେମାନେ ପାଉଲଙ୍କୁ ଯିହୂଦୀ ଭାଷାରେ କହିବାର ଶୁଣି ଆହୁରି ଅଧିକ ଶାନ୍ତ ହୋଇଗଲେ। ତା’ପରେ ପାଉଲ କହିଲେ,
3 “ମୁଁ ଜଣେ ଯିହୂଦୀୟ ଲୋକ। ମୋର ଜନ୍ମ କିଲିକିଆ ଦେଶର ତାର୍ଷ ନଗରରେ। କିନ୍ତୁ ଏହି ନଗରରେ ମୋର ଲାଳନପାଳନ ହୋଇଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟରେ ଗୁରୁ ଗମଲୀୟେଲଙ୍କ ପାଖରୁ ବହୁତ ଯତ୍ନ ସହକାରେ ତାଲିମ ପାଇଛି। ତୁମ୍ଭେମାନଙ୍କ ପରି, ମୁଁ ମଧ୍ୟ ପରମେଶ୍ୱରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି। 4 ମୁଁ ଯୀଶୁଙ୍କ ପଥରେ ଯାଉଥିବା ଲୋକମାନଙ୍କୁ ତାଡ଼ନା ଓ କଷ୍ଟ ଦେଉଥିଲି। ମୁଁ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବନ୍ଦୀ କରି କାରାଗାରରେ ରଖିଥିଲି।
5 “ମହାଯାଜକ ଓ ପ୍ରାଚୀନ ଲୋକମାନଙ୍କର ସମ୍ପୂର୍ଣ୍ଣ ପରିଷଦ ଏ କଥାର ସାକ୍ଷୀ ଅଟନ୍ତି। ମୁଁ ସେମାନଙ୍କଠାରୁ ଦମ୍ମେସକରେ ଥିବା ସେମାନଙ୍କର ଭାଇମାନଙ୍କ ପାଖକୁ ପତ୍ର ନେଇ ଯାଇଥିଲି। ସେଠାରେ ଥିବା ଯୀଶୁଙ୍କର ଶିଷ୍ୟମାନେ ଯେପରି ଦଣ୍ଡ ପାଇପାରନ୍ତି, ଏଥିନିମନ୍ତେ ସେମାନଙ୍କୁ ବନ୍ଦୀ କରି ଯିରୁଶାଲମକୁ ନେଇ ଆସିବା ପାଇଁ ମୁଁ ଯାଉଥିଲି।
ପାଉଲ ନିଜ ମନ ପରିବର୍ତ୍ତନ ବିଷୟରେ କହିଲେ
6 “ମୁଁ ଦମ୍ମେସକର ନିକଟବର୍ତ୍ତୀ ହେଲାବେଳେ ହଠାତ୍ ଗୋଟିଏ ଘଟଣା ଘଟିଲା। ଦମ୍ମେସକରେ ପହଞ୍ଚିବା ବେଳେ ପ୍ରାୟ ଦ୍ୱିପ୍ରହର ହୋଇଥିଲା। ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଆଲୋକ ମୋ’ ଗ୍ଭରିପାଖରେ ପ୍ରକାଶିତ ହେଲା। 7 ମୁଁ ତଳେ ପଡ଼ିଗଲି। ସେତେବେଳେ ମୋତେ ଗୋଟିଏ ବାଣୀ ଶୁଭିଲା, ‘ଶାଉଲ, ଶାଉଲ, ତୁମ୍ଭେ କାହିଁକି ମୋତେ ତାଡ଼ନା କରୁଛ?’
8 “ମୁଁ ପଗ୍ଭରିଲି, ‘ଆପଣ କିଏ, ପ୍ରଭୁ?’ ସେ ମୋତେ କହିଲେ, ‘ମୁଁ ସେହି ନାଜରିତୀୟ ଯୀଶୁ, ଯାହାକୁ ତୁମ୍ଭେ ତାଡ଼ନା କରୁଅଛ।’ 9 ମୋ’ ସହିତ ଥିବା ଲୋକମାନେ ମଧ୍ୟ ସେହି ଆଲୋକ ଦେଖି ପାରିଲେ। କିନ୍ତୁ ସେମାନେ ମୋତେ କୁହାଯିବା ବାକ୍ୟ ଶୁଣି ବୁଝି ପାରିଲେ ନାହିଁ।
10 “ମୁଁ ପଗ୍ଭରିଲି, ‘ପ୍ରଭୁ ମୁଁ କ’ଣ କରିବି?’ ପ୍ରଭୁ ମୋତେ କହିଲେ, ‘ଉଠ ଦମ୍ମେସକ ନଗରକୁ ଯାଅ।’ ଯେଉଁସବୁ କାର୍ଯ୍ୟ ନିମନ୍ତେ ତୁମ୍ଭକୁ ମନୋନୀତ କରାଯାଇଛି, ତାହା ସେଠାରେ ତୁମ୍ଭକୁ କୁହାଯିବ। 11 ମୁଁ କିଛି ଦେଖି ପାରୁ ନ ଥିଲି, କାରଣ ସେହି ଆଲୋକର ତେଜ ମୋତେ ଅନ୍ଧ କରି ପକାଇଥିଲା। ସେଥିପାଇଁ ମୋର ବନ୍ଧୁମାନେ ମୋ’ ହାତ ଧରି ଦମ୍ମେସକ ନେଇଗଲେ।
12 “ହନନିୟ ନାମକ ଜଣେ ଭକ୍ତ ଦମ୍ମେସକ ନଗରରେ ଥିଲେ। ସେ ମୋଶାଙ୍କ ବ୍ୟବସ୍ଥା ମାନୁଥିଲେ। ସେଠାରେ ରହୁଥିବା ସମସ୍ତ ଯିହୂଦୀୟମାନେ ତାହାଙ୍କୁ ସମ୍ମାନ ଦେଉଥିଲେ। 13 ହନନିୟ ମୋ’ ପାଖରେ ଆସି ଠିଆ ହୋଇ କହିଲେ, ‘ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।’ ମୁଁ ସେହି ମୁହୂର୍ତ୍ତରେ ତାହାଙ୍କୁ ଦେଖି ପାରିଲି।
14 “ସେ ମୋତେ କହିଲେ, ‘ଆମ୍ଭମାନଙ୍କ ପୈତୃକ ପରମେଶ୍ୱର ତାହାଙ୍କର ଇଚ୍ଛା ଜାଣିବା ନିମନ୍ତେ, ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ଓ ତାହାଙ୍କ ମୁଖର କଥା ଶୁଣିବା ନିମନ୍ତେ ତୁମ୍ଭକୁ ମନୋନୀତ କରି ଅଛନ୍ତି। 15 କାରଣ ତୁମ୍ଭେ ସମସ୍ତ ଲୋକମାନଙ୍କ ପାଖରେ ତାହାଙ୍କର ସାକ୍ଷୀ ହେବ। ତୁମ୍ଭେ ଯାହା ଯାହା ଦେଖିଛ ଓ ଶୁଣିଛ, ତାହା ସମସ୍ତଙ୍କୁ କହିବ। 16 ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମରେ ତୁମ୍ଭର ପାପରୁ ଧୋଇ ହୁଅ।’
2010 by World Bible Translation Center