Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 29

ଦାଉଦଙ୍କର ଗୀତ।

29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
    ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
    ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
    ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
    ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
    ସଦାପ୍ରଭୁ ଲିବାନୋ‌ନ୍‌ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ସେ ଲିବାନୋ‌ନ୍‌କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
    ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
    ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
    ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।

10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
    ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
    ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।

ରାଜାବଳୀର ପ୍ରଥମ ପୁସ୍ତକ 2:1-4

ରାଜା ଦାଉଦଙ୍କ ମୃତ୍ୟୁ

ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ, “ମୁଁ ପାର୍ଥିବ ମଣିଷ ପରି ମୃତ୍ୟୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ। ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’”

ରାଜାବଳୀର ପ୍ରଥମ ପୁସ୍ତକ 2:10-12

10 ତା’ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ। 11 ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।

ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ

12 ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।

ଲୂକ ଲିଖିତ ସୁସମାଗ୍ଭର 5:1-11

ପିତର, ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁସରଣ କଲେ(A)

ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ। ଯୀଶୁ ହ୍ରଦ କୂଳରେ ଦୁଇଟି ଡଙ୍ଗା ଥୁଆ ହୋଇଥିବାର ଦେଖିଲେ। କେଉଟମାନେ ସେହି ଡଙ୍ଗାରୁ ଓହ୍ଲେଇ ତାହାଙ୍କ ଜାଲ ଧୋଉଥିଲେ। ଯୀଶୁ ସେଥିରୁ ଗୋଟିଏ ଡଙ୍ଗାରେ ଚଢ଼ିଗଲେ। ସେ ଡଙ୍ଗାଟି ଶିମୋନ [a]ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନେବାକୁ ଶିମୋନଙ୍କୁ କହିଲେ। ତା’ପରେ ସେ ଡଙ୍ଗାଟିରେ ବସି ପଡ଼ିଲେ ଓ ସେହି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।

ଉପଦେଶ ଦେଇ ସାରିବା ପରେ ଯୀଶୁ ଶିମୋନଙ୍କୁ କହିଲେ, “ଡଙ୍ଗାକୁ ଗଭୀର ଜଳକୁ ନେଇ ଗ୍ଭଲ। ପାଣିରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକେଇବ, ତେବେ କିଛି ମାଛ ଧରିବ।”

ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।” କେଉଟମାନେ ସେମାନଙ୍କର ଜାଲ ପାଣିରେ ପକେଇଲେ। ତାହାଙ୍କର ଜାଲସବୁ ଏତେ ମାଛରେ ବୋଝେଇ ହୋଇଗଲା ଯେ ଜାଲସବୁ ଛିଣ୍ଡି ଯିବାକୁ ଲାଗିଲା। ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା।

8-9 ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।” 10 ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ।

ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।”

11 ତା’ପରେ ସେମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ କୂଳକୁ ଆଣିଲେ। ସେମାନେ ସବୁକିଛି ତ୍ୟାଗ କରିଦେଇ ଯୀଶୁଙ୍କ ଅନୁଗମନ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center