Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ଶାମୁୟେଲ ବୈଥ୍ଲେହମକୁ ଗଲେ
16 ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେକାଳ ଶାଉଲଙ୍କ ପାଇଁ ଶୋକ କରିବ? ମୁଁ ତାଙ୍କୁ ଇସ୍ରାଏଲର ରାଜା ରୂପେ ପ୍ରତ୍ୟାଖ୍ୟାନ କରିଅଛି। ତୁମ୍ଭେ ଆପଣା ଶିଙ୍ଗ ତୈଳରେ ପୂର୍ଣ୍ଣ କରିଗ୍ଭଲ, ମୁଁ ତୁମ୍ଭକୁ ବୈଥ୍ଲେହମର ଯିଶୀ ନାମକ ବ୍ୟକ୍ତି ନିକଟକୁ ପଠାଇବି। କାରଣ ତାହାର ପୁତ୍ରମାନଙ୍କ ମଧ୍ୟରୁ ମୁଁ ଆପଣା ପାଇଁ ଏକ ରାଜା ଦେଖିଅଛୁ।”
2 କିନ୍ତୁ ଶାମୁୟେଲ କହିଲେ, “ଯଦି ମୁଁ ଯାଏ, ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ।”
ସଦାପ୍ରଭୁ କହିଲେ, “ବୈଥ୍ଲେହମକୁ ଯାଅ। ତୁମ୍ଭ ସହିତ ଏକ ଛଡ଼ା ନିଅ ଓ କୁହ, ‘ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ଦେବାକୁ ଆସିଅଛୁ।’ 3 ଯିଶୀକୁ ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତା’ପରେ କ’ଣ କରିବା ପାଇଁ ହେବ ମୁଁ ତୁମ୍ଭକୁ ଜଣାଇବି। ମୁଁ ଯାହାକୁ କହିବି, ତୁମ୍ଭେ ତାହାକୁ ଅଭିଷିକ୍ତ କର।”
4 ଶାମୁୟେଲ ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ କାର୍ଯ୍ୟ କଲେ। ଶାମୁୟେଲ ବୈଥ୍ଲେହମରେ ପହଞ୍ଚିଲେ। ତହିଁରେ ନଗରର ପୁରୁଖାମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଗ୍ଭରିଲେ, “ଆପଣଙ୍କ ଆଗମନ କୁଶଳ ତ?”
5 ଶାମୁୟେଲ ଉତ୍ତର ଦେଲେ, “ହଁ, ମୁଁ କୁଶଳରେ ଆସିଛି! ମୁଁ ସଦାପ୍ରଭୁଙ୍କ ଆଗରେ ବଳିଦାନ ଦେବାକୁ ଆସିଅଛି। ତୁମ୍ଭେମାନେ ନିଜକୁ ପବିତ୍ର କର ଓ ମୋ’ ସାଙ୍ଗରେ ବଳିଦାନ କରିବାକୁ ଆସ।” ଶାମୁୟେଲ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ।
6 ଯେତେବେଳେ ଯିଶୀ ଓ ତା’ର ପୁତ୍ରମାନେ ପହଞ୍ଚିଲେ, ଶାମୁୟେଲ ଇଲୀୟାବଙ୍କୁ ଦେଖିଲେ। ଶାମୁୟେଲ ଭାବିଲେ, “ଏହା ନିଶ୍ଚିତ ଯେ ସଦାପ୍ରଭୁ ଏହି ଲୋକଟିକୁ ରାଜା ହେବା ପାଇଁ ବାଛିଛନ୍ତି।”
7 କିନ୍ତୁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଇଲୀୟାବ ଡେଙ୍ଗା ଓ ସୁନ୍ଦର ଅଟନ୍ତି। କିନ୍ତୁ ତୁମ୍ଭେ ଏପରି ଭାବନାହିଁ ମନୁଷ୍ୟ ଯେପରି ଦେଖେ ସଦାପ୍ରଭୁ ସେପରି ଦେଖନ୍ତି ନାହିଁ। ଲୋକମାନେ ସର୍ବଦା ଉପର ଦେଖନ୍ତି। କିନ୍ତୁ ସଦାପ୍ରଭୁ ତାହାର ଅନ୍ତର ଦେଖନ୍ତି। ଇଲୀୟାବ ଉପଯୁକ୍ତ ଲୋକ ନୁହଁ।”
8 ତା’ପରେ ଯିଶୀ ତାଙ୍କର ଦ୍ୱିତୀୟ ପୁତ୍ର ଅବିନାଦବଙ୍କୁ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦେଇ ଗଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏ ଲୋକ ନୁହନ୍ତି ଯାହାଙ୍କୁ ସଦାପ୍ରଭୁ ଉପଯୁକ୍ତ ମନେ କରନ୍ତି।”
9 ତା’ପରେ ଯିଶୀ ଶମ୍ମକୁ ଶାମୁୟେଲଙ୍କ ପାଖକୁ ଡକାଇଲେ। କିନ୍ତୁ ଶାମୁୟେଲ କହିଲେ, “ନା, ଏହାକୁ ମଧ୍ୟ ସଦାପ୍ରଭୁ ମନୋନୀତ କରି ନାହାନ୍ତି।”
10 ଏହିରୂପେ ଯିଶୀ ନିଜର ସାତ ପୁତ୍ରଙ୍କୁ ଶାମୁୟେଲଙ୍କର ସମ୍ମୁଖରେ ଚଳାଇଲେ। ମାତ୍ର ଶାମୁୟେଲ ଯିଶୀଙ୍କୁ କହିଲେ, “ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି।”
11 ଶାମୁୟେଲ ଯିଶୀଙ୍କୁ କହିଲେ, “ତୁମ୍ଭର ସବୁ ସନ୍ତାନ କ’ଣ ଏଠାରେ ଅଛନ୍ତି?”
ସେ କହିଲେ, “କେବଳ କନିଷ୍ଠଟି ଏଠାରେ ନାହିଁ। ସେ ମେଷପଲ ଚରାଉ ଅଛି।”
ଶାମୁୟେଲ କହିଲେ, “ଲୋକ ପଠାଇ ତାଙ୍କୁ ଡକାଅ। ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେ ଭୋଜନରେ ବସିବୁ ନାହିଁ।”
12 ତାକୁ ଡାକିବା ପାଇଁ ଯିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଦେଖିବାକୁ ସୁନ୍ଦର ଅଟନ୍ତି।
ସେତେବେଳେ ସଦାପ୍ରଭୁ କହିଲେ, “ଉଠ ଏହାଙ୍କୁ ଅଭିଷେକ କର, ଏ ହେଉଛନ୍ତି ସେହି ଲୋକ।”
13 ଶାମୁୟେଲ ତୈଳ ଶିଙ୍ଗ ନେଇ ତାଙ୍କ ଭାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହା ପରେ ଶାମୁୟେଲ ଉଠି ରାମାକୁ ଗ୍ଭଲିଗଲେ।
11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।
13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟଦ୍ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା’ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ।
2010 by World Bible Translation Center