Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
5 ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6 ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।
22 ବହୁ ଧନ ଅପେକ୍ଷା ସୁନାମ ଅର୍ଜ୍ଜନ କରିବା ଭଲ। ଖ୍ୟାତି ଅର୍ଜ୍ଜନ କରିବା ସୁନା, ରୂପା ଅର୍ଜ୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।
2 ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
3 ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।
4 ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।
5 କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସେମାନଙ୍କଠାରୁ ଦୂରରେ ରହିବ।
6 ନିଜର ଯୁବାବସ୍ଥାରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।
7 ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି ଋଣୀ ମହାଜନର ଦାସ ହୁଏ।
8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।
9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
ତୁମ୍ଭର ଶତ୍ରୁକୁ ପ୍ରେମ କର(A)
27 “ତୁମ୍ଭେମାନେ ଯେଉଁମାନେ ମୋ’ କଥା ଶୁଣୁଛ, ମୁଁ ସେହିମାନଙ୍କୁ କହୁଛି, ନିଜ ଶତ୍ରୁକୁ ପ୍ରେମ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସେମାନଙ୍କର ମଙ୍ଗଳ କର। 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦେଉଛନ୍ତି, ପରମେଶ୍ୱରଙ୍କୁ ପ୍ରାର୍ଥନା କର ଯେ ସେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନେ ତୁମ୍ଭମାନଙ୍କୁ ଆପମାନ ଦେଉଛନ୍ତି, ତୁମ୍ଭେମାନେ ସେମାନଙ୍କ ପାଇଁ ପ୍ରାର୍ଥନା କର। 29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ। 30 ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ। 31 ଅନ୍ୟ ଲୋକମାନେ ତୁମ୍ଭମାନଙ୍କୁ ଯେଭଳି ବ୍ୟବହାର ଦେଖାନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି ବ୍ୟବହାର ଦେଖାଅ।
2010 by World Bible Translation Center