Revised Common Lectionary (Semicontinuous)
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
110 ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ,
“ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ।
ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”
2 ସଦାପ୍ରଭୁ ତୁମ୍ଭର ରାଜ୍ୟ ସିୟୋନରୁ ବଢ଼ାଇବେ,
ଯେପରିକି ତୁମ୍ଭେ ଶତ୍ରୁଗଣର ରାଜ୍ୟକୁ ଶାସନ କର।
3 ତୁମ୍ଭ ପରାକ୍ରମର ଦିନରେ,
ଯେତେବେଳେ ତୁମ୍ଭର ସୈନ୍ୟବାହିନୀ ଏକତ୍ର ହେବେ,
ତୁମ୍ଭ ଲୋକମାନେ ସ୍ୱଇଚ୍ଛାରେ ମିଶିବେ।
ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସେମାନେ ମିଳିତ ହେବେ।
ସେହି ସମସ୍ତ ଯୁବକ ତୁମ୍ଭ ଗ୍ଭରିପଟେ ପଡ଼ିଆରେ
କାକର ଟୋପା ପରି ବେଢ଼ି ରହିବେ।
4 ସଦାପ୍ରଭୁ ପ୍ରତିଜ୍ଞା କଲେ,
ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ।
“ଯାଜକ ମଲ୍କୀଷେଦକଙ୍କ ପରି
ତୁମ୍ଭେ ଅନନ୍ତକାଳୀନ ଯାଜକ ହେବ।”
5 ମୋର ପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି।
ଯେତେବେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6 ପରମେଶ୍ୱର ଦେଶଗୁଡ଼ିକର ବିଗ୍ଭର କରିବେ।
ଏହି ଭୂମିସବୁ ମୃତ ଦେହରେ ଆଚ୍ଛାଦିତ ହେବ।
ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ୱଂସ କରିବେ।
7 ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ
ଏବଂ ଏହି ହେତୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହେବେ।
ସତ୍ମାର୍ଗ ଅନୁସରଣକାରୀମାନଙ୍କର ଜୀବନ ସୁଦୀର୍ଘ ହେବ
3 ହେ ମୋର ପୁତ୍ର, ମୋର ଶିକ୍ଷା ପାଶୋର ନାହିଁ। ମୋର ଆଜ୍ଞାମାନ ମନେପକାଅ। 2 ମୋର ଶିକ୍ଷା ତୁମ୍ଭ ଜୀବନକୁ ଦୀର୍ଘମୟ ଓ ଶାନ୍ତି ପ୍ରଦାୟକ ହେବ।
3 ପ୍ରେମ, ବିଶ୍ୱାସ ଏବଂ ସତ୍ୟତା ତୁମ୍ଭକୁ କେବେ ପରିତ୍ୟାଗ କରିବା ଉଚିତ୍ ନୁହଁ। ଆପଣା ଗଳାରେ ସେଗୁଡ଼ିକ ବାନ୍ଧି ରଖ। ଆପଣା ହୃଦୟରେ ସେଗୁଡ଼ିକ ଲେଖିରଖ। 4 ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ।
5 ତୁମ୍ଭେ ସର୍ବାନ୍ତଃ ହୃଦୟରେ ସଦାପ୍ରଭୁଙ୍କୁ ବିଶ୍ୱାସ କର ଏବଂ ନିଜର ଚତୁରତା ଉପରେ ନିର୍ଭର କର ନାହିଁ। 6 ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମନେ କର ଓ ସେ ତୁମ୍ଭର ପଥସବୁ ସରଳ କରିବେ। 7 ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ମନ୍ଦଠାରୁ ଦୂରେଇ ରୁହ। 8 ଯଦି ତୁମ୍ଭେ ଏପରି କର, ତେବେ ଏହା ତୁମ୍ଭର ଶରୀର ପାଇଁ ଔଷଧ କି ତାହା ତୁମ୍ଭ ପାଇଁ ଗୋଟିଏ ପୁଷ୍ଟିକର ତରଳ ଔଷଧ ହୋଇ ତୁମ୍ଭକୁ ଶକ୍ତିଶାଳୀ କରିବ।
9 ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ। 10 ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହେବ ଓ ତୁମ୍ଭ କୁଣ୍ଡରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।
11 ହେ ମୋର ପୁତ୍ର, ବେଳେବେଳେ ସଦାପ୍ରଭୁ ତୁମ୍ଭର ଭୁଲ୍ ଦେଖାଇ ଶାସ୍ତିବିଧାନ କରନ୍ତି। ସେଥିରେ ତୁମ୍ଭେ କ୍ରୋଧିତ ହୁଅ ନାହିଁ। ସେଥିରୁ ଶିକ୍ଷା କରିବାକୁ ଚେଷ୍ଟା କର। 12 କାରଣ ସଦାପ୍ରଭୁ ଯେଉଁମାନଙ୍କୁ ଭଲପା’ନ୍ତି, ସେମାନଙ୍କୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସେହିପରି ଶାସ୍ତିବିଧାନ କରନ୍ତି।
ତୁମ୍ଭେ ବିଗ୍ଭରପତି ନୁହଁ
11 ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା’ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା’ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ। 12 କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଗ୍ଭରପତି। ସେ କେବଳ ରକ୍ଷା କରି ପାରନ୍ତି ଓ ବିନାଶ ମଧ୍ୟ କରି ପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଗ୍ଭର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ।
ପରମେଶ୍ୱର ତୁମ୍ଭ ଜୀବନର ଯୋଜନା କରନ୍ତୁ
13 ତୁମ୍ଭ ଭିତରେ କେହି କେହି କୁହନ୍ତି, “ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ। ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ।” ଶୁଣ! ଏହି ବିଷୟରେ ଚିନ୍ତା କର: 14 ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା’ପରେ ସେ ଗ୍ଭଲିଯାଏ। 15 ଅତଏବ ତୁମ୍ଭେ କହିବା ଉଚିତ୍: “ଯଦି ପରମେଶ୍ୱରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।” 16 କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହି ପ୍ରକାର ଅହଂକାର କରିବା ଅନୁଚିତ୍ ଅଟେ। 17 ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା’ହେଲେ ସେ ପାପ କରିଥାଏ।
2010 by World Bible Translation Center