Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଲୂକ ଲିଖିତ ସୁସମାଗ୍ଭର 1:46-55

ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ

46 ତା’ପରେ ମରିୟମ କହିଲେ,

“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47     ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
    କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
    ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
    ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
    ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
    ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
    କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
    ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
    ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 1:1-18

ଇ‌ଲ୍‌କାନା ଓ ତାଙ୍କ ପରିବାର ଶୀଲୋଠାରେ ଉପାସନା କଲେ

ଇଫ୍ରୟିମର ପର୍ବତମୟ ଦେଶର ରାମାଠାରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇ‌ଲ୍‌କାନା। ଇ‌ଲ୍‌କାନା ସୂଫ ପରିବାରବର୍ଗର ଥିଲେ। ଇ‌ଲ୍‌କାନା ଯିରୋହମର ପୁତ୍ର ଥିଲା, ଯିଏ ଇଲୀହର ପୁତ୍ର ଥିଲା, ଯିଏ ତୋହର ପୁତ୍ର ଥିଲା, ଯିଏ ସୂଫର ପୁତ୍ର ଥିଲା ଓ ଏମାନେ ଇଫ୍ରୟିମ ପରିବାରବର୍ଗର ଥିଲେ।

ଇ‌ଲ୍‌କାନାର ଦୁଇଟି ସ୍ତ୍ରୀ ଥିଲେ, ଜଣକର ନାମ ଥିଲା ହାନ୍ନା ଓ ଅନ୍ୟ ଜଣକର ନାମ ଥିଲା ପନିନ୍ନା। ପିନ୍ନିନାର ପିଲାପିଲି ଥିଲେ। କିନ୍ତୁ ହାନ୍ନାର କୌଣସି ପିଲାପିଲି ନ ଥିଲେ।

ପ୍ରତି ବର୍ଷ ଇ‌ଲ୍‌କାନା ତା’ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହ‌ଫ୍‌ନି ଓ ପୀନହସ୍। ପ୍ରତ୍ୟେକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରୁ କିଛି ଅଂଶ ତା’ର ସ୍ତ୍ରୀ ପନିନ୍ନା ଏବଂ ତା’ର ସମସ୍ତ ପୁତ୍ରଗଣ ଓ କନ୍ୟାମାନଙ୍କୁ ଦେଉଥିଲା। ଇ‌ଲ୍‌କାନା ମଧ୍ୟ ତା’ର ସ୍ତ୍ରୀ ହାନ୍ନାକୁ ତା’ର ଦୁଇଗୁଣ ଅଂଶ ଦେଉଥିଲା। କାରଣ ନିଜ ସ୍ତ୍ରୀ ହାନ୍ନାକୁ ସେ ବାସ୍ତବରେ ପ୍ରେମ କରୁଥିଲା। କିନ୍ତୁ ସଦାପ୍ରଭୁ ତା’ କୋଳରେ କୌଣସି ସନ୍ତାନସନ୍ତତି ଦେଇ ନ ଥିଲେ।

ପନିନ୍ନା ହାନ୍ନାକୁ ଧୈର୍ଯ୍ୟଚ୍ୟୁତ କଲା

ସଦାପ୍ରଭୁ ହାନ୍ନା କୋଳରେ କୌଣସି ସନ୍ତାନ ଦେଇ ନ ଥିଲେ, ତେଣୁ ପନିନ୍ନା ତାକୁ ଦୁଃଖିତ କରୁଥିଲା ଏବଂ ତାକୁ ବିରକ୍ତି କରୁଥିଲା। ଯେତେବେଳେ ସେହି ପରିବାର ସଦାପ୍ରଭୁଙ୍କ ମନ୍ଦିରକୁ ଯାଉଥିଲେ ପ୍ରତି ବର୍ଷ ଏହିପରି ହେଉଥିଲା। ପନିନ୍ନା ହାନ୍ନାକୁ ଦୁଃଖିତ କରୁଥିଲା। ତେଣୁ ସେ କ୍ରନ୍ଦନ କଲା ଓ କିଛି ଖାଇଲା ନାହିଁ। ତା’ର ସ୍ୱାମୀ ଇ‌ଲ୍‌କାନା ପଗ୍ଭରୁ ଥିଲେ, “ତୁମ୍ଭେ କାହିଁକି କାନ୍ଦୁଛ? ତୁମ୍ଭେ କାହିଁକି କିଛି ଖାଉ ନାହଁ? ତୁମ୍ଭେ କାହିଁକି ଦୁଃଖିତ। ମୁଁ ତୁମ୍ଭର ସ୍ୱାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁଁ ତୁମ୍ଭ ପାଇଁ ତୁମ୍ଭର ଦଶ ଜଣ ପୁତ୍ର ପାଇବା ସକ୍ଷମ।”

ହାନ୍ନାର ପ୍ରାର୍ଥନା

ଖାଇପିଇ ସାରିବା ପରେ ହାନ୍ନା ଚୁ‌ପ୍‌ଗ୍ଭପ୍ ଭାବରେ ଉଠିଯାଇ ସଦାପ୍ରଭୁଙ୍କ ପ୍ରାଙ୍ଗଣକୁ ପ୍ରାର୍ଥନା କରିବାକୁ ଗଲା। ଏଲି ଯିଏ କି ଧର୍ମଯାଜକ ଥିଲେ, ସେ ସେହି ସଦାପ୍ରଭୁଙ୍କ ପବିତ୍ର ମନ୍ଦିରର ଫାଟକ ନିକଟରେ ବସି ରହିଥିଲା। 10 ହାନ୍ନା ଭାରି ଦୁଃଖିନୀ ଥିଲା। ସେ ଯେତେବେଳେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା, ସେ ବହୁତ କାନ୍ଦୁଥିଲା। 11 ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା’ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା’ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା’ର ବାଳ କାଟିବା ପାଇଁ କୌଣସି କ୍ଷୁର ତା’ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”

12 ଯେତେବେଳେ ସେ ସଦାପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଏହିପରି ପ୍ରାର୍ଥନା କରୁଥିଲା, ଏଲି ତା’ର ପାଟିକୁ ଦେଖୁଥିଲେ। 13 ସେହି ସମୟରେ ହାନ୍ନା ମନେ ମନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲା। କେବଳ ତା’ର ଓଷ୍ଠ ହଲୁଥିଲା। ମାତ୍ର ତା’ର ସ୍ୱର ଶୁଣା ଯାଉ ନ ଥିଲା। ତେଣୁ ସେ ଗଭୀର ଭାବରେ ଦ୍ରାକ୍ଷାପାନ କରିଛି ବୋଲି ଏଲି ଭାବିଲେ। 14 ଏଲି ହାନ୍ନାଙ୍କୁ କହିଲେ, “ତୁମ୍ଭେ ଆଉ କେତେକାଳ ମାତାଲ ହେଉଥିବ? ଦ୍ରକ୍ଷାରସରୁ ଦୂରେଇ ରୁହ।”

15 ହାନ୍ନା ଉତ୍ତର ଦେଲା, “ନା, ମୋର ମହାଶୟ, ମୁଁ ଜଣେ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରି ନାହିଁ। ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ଆପଣାର ପ୍ରାଣ ବେଦନା ଢାଳୁଥିଲି। 16 ଆପଣା ଦାସୀକୁ କୁଚରିତ୍ରା ଭାବ ନାହିଁ। ମୁଁ ଆପଣା ଚିନ୍ତା ଓ ସମସ୍ୟାକୁ ସଦାପ୍ରଭୁଙ୍କ ନିକଟରେ ଜଣାଉଥିଲି। କାରଣ ମୋର ଅନେକ ସମସ୍ୟା ଅଛି ଏବଂ ମୁଁ ଅତ୍ୟନ୍ତ ଦୁଃଖିତ।”

17 ତହିଁରେ ଏଲି ଉତ୍ତର ଦେଲେ, “ଶାନ୍ତିରେ ଯାଅ, ଯାହା ତୁମ୍ଭେ ପରମେଶ୍ୱରଙ୍କଠାରେ ମାଗିଲ, ଇସ୍ରାଏଲର ପରମେଶ୍ୱର ତୁମ୍ଭର ମନସ୍କାମନା ପୁରଣ କରନ୍ତୁ।”

18 ତା’ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା’ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।

ଏବ୍ରୀ 9:1-14

ପୁରାତନ ନିୟମର ଉପାସନା

ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା। ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗରେ ଦୀପ, ମେଜ ଓ ତହିଁ ଉପରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ ‘ପବିତ୍ର ସ୍ଥାନ’ [a] ବୋଲି କୁହା ଯାଇଥିଲା। ଦ୍ୱିତୀୟ ପରଦା ପଛ ପଟରେ ଯେଉଁ ବଖରାଟି ଥିଲା ତାହାକୁ ‘ମହାପବିତ୍ର ସ୍ଥାନ’ କୁହାଯାଉଥିଲା। ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ [b] ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା [c] ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା । ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା। ବାକ୍ସ ଉପରେ କିରୁବ ସ୍ୱର୍ଗଦୂତଗଣ ପରମେଶ୍ୱରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ ‘ଦୟାର ଆସନ’ [d]ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟରେ କହି ପାରିବୁ ନାହିଁ।

ମୋର କହିବା ଅନୁଯାୟୀ ସେହି ତମ୍ବୁରେ ସମସ୍ତ କିଛି ପ୍ରସ୍ତୁତ କରି ରଖା ଯାଇଥିଲା। ଯାଜକମାନେ ଉପାସନା କାର୍ଯ୍ୟ କରିବା ପାଇଁ ପ୍ରଥମ ବଖରାଟିକୁ ପ୍ରତିଦିନ ଯାଆନ୍ତି। କିନ୍ତୁ ଦ୍ୱିତୀୟ ବଖରା ଭିତରକୁ କେବଳ ବର୍ଷରେ ଥରେ ମହାଯାଜକ ଯାଇ ପାରୁଥିଲେ। ମହାଯାଜକ ଉତ୍ସର୍ଗ କରିବାର ରକ୍ତ ନ ନେଇ କଦାପି ସେଠାରେ ପ୍ରବେଶ କରନ୍ତି ନାହିଁ। ଯାଜକ ନିଜର ଲୋକମାନଙ୍କ ଆଜ୍ଞାନକୃତ ପାପ ନିମନ୍ତେ ସେହି ରକ୍ତ ପରମେଶ୍ୱରଙ୍କୁ ଅର୍ପଣ କରୁଥିଲେ।

ଏତଦ୍ଦ୍ୱାରା ପବିତ୍ରଆତ୍ମା ଆମ୍ଭକୁ ଏହି ଶିକ୍ଷା ଦିଅନ୍ତି ଯେ, ପ୍ରଥମ ବଖରାଟି ଥିବା ପର୍ଯ୍ୟନ୍ତ ଅତିପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ଖୋଲା ହୋଇ ନାହିଁ। ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ୱରୂପ। ଏହା ସୂଗ୍ଭଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ୱାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହୋଇପାରେ ନାହିଁ। ଉକ୍ତ ବଳି ହେତୁ ସେ ସିଦ୍ଧିଲାଭ କରିପାରେ ନାହିଁ। 10 ସେଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିୟା କେବଳ ଶାରୀରିକ ବିଧିବିଧାନ ଅଟେ, ଏତଦ୍ଦ୍ୱାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସମୟ ପର୍ଯ୍ୟନ୍ତ ପରମେଶ୍ୱର ସେହିସବୁ ନିୟମ ଲୋକମାନଙ୍କୁ ଦେଲେ।

ନୂତନ ନିୟମର ଉପାସନା

11 କିନ୍ତୁ ଏବେ ଖ୍ରୀଷ୍ଟ ମହାଯାଜକ ରୂପେ ଆସିଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ଆମ୍ଭ ପାଖରେ ଥିବା ସମସ୍ତ ଉତ୍ତମ ବିଷୟର ମହାଯାଜକ। କିନ୍ତୁ ଯୀଶୁ ଅନ୍ୟ ଯାଜକମାନଙ୍କ ଭଳି ତମ୍ବୁରେ ଆପଣା ସେବାକାର୍ଯ୍ୟ କରନ୍ତି ନାହିଁ। ଖ୍ରୀଷ୍ଟ ତାହା ଅପେକ୍ଷା ମହତ୍ତର ଓ ଶ୍ରେଷ୍ଠ ସ୍ଥଳରେ ସେବାକାର୍ଯ୍ୟ କରନ୍ତି ଏବଂ ଏହି ସ୍ଥାନଟି ମଣିଷମାନେ ତିଆରି କରି ନାହାନ୍ତି। 12 ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନରେ ଛେଳି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘେନି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।

13 ଯେଉଁ ଲୋକମାନେ ଉପାସନାସ୍ଥଳରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହନ୍ତି ସେମାନଙ୍କ ଉପରେ ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଉଥିଲା। ସେହି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା। 14 ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center