Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 125

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ରାଜାବଳୀର ପ୍ରଥମ ପୁସ୍ତକ 18:1-18

ଏଲିୟ ଓ ବାଲଙ୍କ ଭବିଷ୍ୟ‌ଦ୍‌ବକ୍ତାଗଣ

18 ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।” ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ।

ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା। ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ। ପୁଣି ଯେଉଁ ସମୟରେ ଈଷେବଲ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିୟ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଗୋଟିଏ ଗହ୍ୱର ମଧ୍ୟରେ ଲୁଗ୍ଭଇ ରଖି ସେମାନଙ୍କୁ ଅନ୍ନ ଜଳ ଦେଇ ପ୍ରତିପାଳନ କରିଥିଲେ। ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।” ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ଦେଶ ମଧ୍ୟରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ୱେଷଣ କରିବାକୁ ଗଲେ। ଆହାବ ଗୋଟିଏ ଦିଗରେ ଓ ଓବଦିୟ ଅନ୍ୟ ଦିଗରେ ଗଲେ। ଓବଦିୟ ପଥ ମଧ୍ୟରେ ଯାଉ ଯାଉ ଏଲିୟଙ୍କୁ ଭେଟିଲେ। ସେ ସଙ୍ଗେ ସଙ୍ଗେ ଏଲିୟଙ୍କୁ ଚିହ୍ନିଲେ ଓ ମୁଣ୍ତ ନୁଆଁଇ ପ୍ରଣାମ କରି କହିଲେ, “ତୁମ୍ଭେ କ’ଣ ମୋର ମହାଶୟ ଏଲିୟ?”

ଏଲିୟ ତହୁଁ ଉତ୍ତର କଲେ, “ହଁ, ମୁଁ ଏଲିୟ, ଯାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠାରେ ଅଛି।”

ତା'ପରେ ଓବଦିୟ କହିଲେ, “ଯଦି ମୁଁ ଆହାବଙ୍କୁ ତୁମ୍ଭର ଉପସ୍ଥିତି କହେ, ତେବେ ସେ ମୋତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତେବେ ତୁମ୍ଭେ ମୋତେ କାହିଁକି ମରାଇବାକୁ ଇଚ୍ଛା କରୁଛ?” 10 ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି। 11 ଏବେ ତୁମ୍ଭେ କହୁଛ, ଯାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିୟ ଏଠାରେ ଅଛନ୍ତି। 12 ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି। 13 ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଏକଶତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଦୁଇଟି ଗହ୍ୱରରେ ଲୁଗ୍ଭଇ ରଖିଥିଲି ଓ ସେମାନଙ୍କୁ ଅନ୍ନ ଜଳ ଦେଇ ଭରଣ ପୋଷଣ କରିଥିଲି। 14 ଏବେ ତୁମ୍ଭେ କହୁଛ, ଯାଅ ତୁମ୍ଭ ମୁନିବଙ୍କୁ କୁହ ଏଲିୟ ଏଠାରେ ଅଛି। ତହିଁରେ ସେ ମୋତେ ବଧ କରିବେ।”

15 ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।”

16 ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ।

17 ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?”

18 ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବା‌ଲ୍‌‌‌ର ପୂଜା କରିବା ଆରମ୍ଭ କଲ।

ଏଫିସୀୟଙ୍କ ପ୍ରତି ପତ୍ର 6:10-17

ପରମେଶ୍ୱରଙ୍କ ଯୁଦ୍ଧସାଜ ପିନ୍ଧ

10 ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ। 11 ପରମେଶ୍ୱରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ୱାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧରେ ସଂଘର୍ଷ କରି ପାରିବ। 12 ଆମ୍ଭର ସଂଘର୍ଷ ଏହି ପୃଥିବୀର ମନୁଷ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ମାତ୍ର ପୃଥିବୀସ୍ଥ ଅନ୍ଧକାର ଶକ୍ତି, ପରାକ୍ରମୀ ଅଧିପତି ଓ ଶାସକମାନଙ୍କ ବିରୁଦ୍ଧରେ। ଆକାଶସ୍ଥ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ୍ଭେ ସଂଘର୍ଷ କରୁଛୁ। 13 ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।

14 ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ। 15 ଯେପରି ତୁମ୍ଭେ ଅଟଳ ଭାବରେ ଠିଆ ହୋଇ ରୁହ, ଏଥିପାଇଁ, ପାଦରେ ଶାନ୍ତି ଦାୟକ ସୁସମାଗ୍ଭରର ଜୋତା ପିନ୍ଧ। 16 ଏହା ସହିତ ବିଶ୍ୱାସର ଢାଲ ମଧ୍ୟ ବ୍ୟବହାର କର। ତାହାଦ୍ୱାରା ତୁମ୍ଭେ ଶୟତାନର ସମସ୍ତ ଜ୍ୱଳନ୍ତ ତୀରଗୁଡ଼ିକୁ ଅଟକାଇ ପାରିବ। 17 ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center