Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 126

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:2-6

ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି
    ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି।
ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ।
    ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ।
ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର।
    ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର।

ପରମେଶ୍ୱର ତୈମନରୁ ଆସୁଛନ୍ତି।
    ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି।

ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ।
    ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
    ତାଙ୍କର ଶକ୍ତି ସେଠାରେ ଲୁଚିଅଛି।
ରୋଗଗୁଡ଼ିକ ତାଙ୍କ ଆଗେ ଆଗେ ଗ୍ଭଲିଲେ
    ଏବଂ ଧ୍ୱଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ।
    ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ
    ଭିନ୍ନଭିନ୍ନ କରି ତଡ଼ି ଦେଲେ।
ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ
    ସେଗୁଡ଼ିକ ଧ୍ୱଂସ ହେଲେ।
ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା।
    କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 3:12-16

ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଯତ୍ନ କରିବା

12 ମୁଁ କହୁ ନାହିଁ ଯେ ପରମେଶ୍ୱର ମୋତେ ଯେପରି ହେବାକୁ ଗ୍ଭହାନ୍ତି, ମୁଁ ଠିକ୍ ସେହିପରି ହୋଇସାରିଛି। ମୁଁ ସେହି ଲକ୍ଷ୍ୟସ୍ଥଳରେ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କିନ୍ତୁ ମୁଁ ମୋର ଚେଷ୍ଟା ଅବିରତ ଜାରି ରଖିଛି, ଯାହାଦ୍ୱାରା ସେହି ଲକ୍ଷ୍ୟ ହାସଲ କରି ପାରିବି। ଯୀଶୁ ଖ୍ରୀଷ୍ଟ ଗ୍ଭହାନ୍ତି ଯେ ମୁଁ ସେହି ଲକ୍ଷ୍ୟ ପାଇପାରେ, ସେଥିପାଇଁ ସେ ମୋତେ ନିଜର କରିଛନ୍ତି। 13 ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ମୁଁ ଏପର୍ଯ୍ୟନ୍ତ ସେହି ଲକ୍ଷ୍ୟ ସ୍ଥଳକୁ ଯାଇ ପାରି ନାହିଁ। କିନ୍ତୁ ମୁଁ ସବୁବେଳେ ଏହି ଗୋଟିଏ କାର୍ଯ୍ୟ କରେ: ମୁଁ ଅତୀତର ବିଷୟସବୁ ଭୁଲି, ମୋ’ ଆଗରେ ଥିବା ଲକ୍ଷ୍ୟକୁ ଆଖିରେ ରଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରେ। 14 ମୁଁ ସବୁବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପୁରସ୍କାରଟି ପାଇବା ପାଇଁ ଚେଷ୍ଟା କରୁଥାଏ। ଖ୍ରୀଷ୍ଟଙ୍କଠାରେ ସ୍ୱର୍ଗୀୟ ଜୀବନର ପୁରସ୍କାର ପାଇବା ଲାଗି ପରମେଶ୍ୱର ମୋତେ ଡାକିଛନ୍ତି।

15 ଆମ୍ଭମାନଙ୍କ ଭିତରୁ ଯେଉଁମାନେ ଆତ୍ମିକ ଭାବରେ ସିଦ୍ଧ ହେବା ପାଇଁ ଯାଉଛୁ, ସେମାନେ ମଧ୍ୟ ଏହିଭଳି ଭାବିବା ଦରକାର। ଯଦି ଏଥିରେ କୌଣସି କଥାରେ ତୁମ୍ଭର ଭିନ୍ନ ମତ ଥାଏ, ତା’ହେଲେ ପରମେଶ୍ୱର ତୁମ୍ଭ ପାଇଁ ଏହାକୁ ମଧ୍ୟ ସ୍ପଷ୍ଟ କରିଦେବେ। 16 କିନ୍ତୁ ଆମ୍ଭେ ଯେଉଁସବୁ ସତ୍ୟ ଜାଣିଛୁ, ସେହି ସତ୍ୟ ମାର୍ଗରେ ଅବିରତ ଗ୍ଭଲିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center