Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 27

ଦାଉଦଙ୍କର ଗୀତ।

27 ହେ ସଦାପ୍ରଭୁ ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
    ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
    ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
    ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
    ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
    ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
    ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
    ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”

ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
    ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
    ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
    ତା’ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
    ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
    ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।

ହେ ସଦାପ୍ରଭୁ, ମୋର ଡାକ ଶୁଣ।
    ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
    ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
ହେ ପରମେଶ୍ୱର, ମୋ’ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
    ମୋତେ ସାହାଯ୍ୟ କର।
    ମୋତେ ଦୂର କର ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
    ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
    କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
    ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
    ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
    ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
    ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
    ବଳଶାଳୀ ଓ ସାହସିକ ହୁଅ
    ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

ମଲାଖି ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:10-3:1

ଯିହୁଦା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା

10 ପରମେଶ୍ୱର ଆମ୍ଭ ସମସ୍ତଙ୍କର ପିତା ଓ ଆମ୍ଭ ସମସ୍ତଙ୍କର ସୃଷ୍ଟିକର୍ତ୍ତା। ତେଣୁ କାହିଁକି ଆମ୍ଭ ମଧ୍ୟରୁ କେହି ଜଣେ ଅନ୍ୟ ଜଣକୁ ପ୍ରତାରଣା କରୁଛି? କାହିଁକି ଆମ୍ଭେମାନେ ଜଣେ ଅନ୍ୟ ଜଣ ପ୍ରତି ଅବିଶ୍ୱସ୍ତ? କାହିଁକି ପରମେଶ୍ୱର ଯେଉଁ ଚୁକ୍ତି ଆମ୍ଭ ପୂର୍ବପୁରୁଷଙ୍କ ସହିତ କରିଥିଲେ, ଆମ୍ଭେମାନେ ତାହା ଭାଙ୍ଗୁଛୁ? 11 ଯିହୁଦାର ଲୋକମାନେ ଅବିଶ୍ୱସ୍ତ ଥିଲେ। ଯିରୁଶାଲମ ଓ ଇସ୍ରାଏଲର ଲୋକମାନେ ବହୁତ ଘୃଣିତ କାର୍ଯ୍ୟ କରିଛନ୍ତି। ପରମେଶ୍ୱର ତାଙ୍କର ମନ୍ଦିରକୁ ଭଲପାଆନ୍ତି, ମାତ୍ର ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କରିଛନ୍ତି। ସେମାନେ ବିଦେଶୀ ଦେବତାର କନ୍ୟାକୁ ବିବାହ କଲେ। 12 ସଦାପ୍ରଭୁ ଯାକୁବ ପରିବାରରୁ ସେହି ଲୋକମାନଙ୍କୁ ବିତାଡ଼ିତ କରିବେ। ସେହି ଲୋକମାନେ ଯଦିଓ ସଦାପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି, ତାହା କିଛି ଫଳ ହେବ ନାହିଁ ଏବଂ ସଦାପ୍ରଭୁ କେବେହେଲେ ସନ୍ତୁଷ୍ଟ ହେବେ ନାହିଁ। 13 ଏପରିକି ଯଦି ତୁମ୍ଭେମାନେ ପୁଣି ଯଜ୍ଞବେଦି ତୁମ୍ଭ ଲୁହରେ ବୁଡ଼ାଇ ଦେବାକୁ ଚେଷ୍ଟା କର, ସେ ତୁମ୍ଭମାନଙ୍କର ଉପହାର ଗ୍ରହଣ କରିବେ ନାହିଁ। ତୁମ୍ଭେ ଆଣିଥିବା ଜିନିଷରେ ସେ ଖୁସୀ ହେବେ ନାହିଁ।

14 ତୁମ୍ଭେମାନେ ପଗ୍ଭରିବ, “କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ ହେବ ନାହିଁ?” କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ଯୁବକ ଅବସ୍ଥାରେ ବିବାହ କରିଛ। ସେ ତୁମ୍ଭର ସାଥୀ ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ। 15 ପରମେଶ୍ୱର ଉଭୟ ସ୍ୱାମୀ ଓ ସ୍ତ୍ରୀ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଶରୀର ଓ ଆତ୍ମାରେ ଏକ ହେବା ପାଇଁ ନିର୍ଦ୍ଧିଷ୍ଟ କରିଛନ୍ତି। ପରମେଶ୍ୱର ଧର୍ମପରାୟଣ ସନ୍ତାନସନ୍ତତି ଗ୍ଭହାନ୍ତି। ତେଣୁ ନିଜକୁ ଜଗ ଏବଂ ତୁମ୍ଭ ସ୍ତ୍ରୀ ପ୍ରତି ଅବିଶ୍ୱସ୍ତ ହୁଅ ନାହିଁ, ଯାହାକୁ ତୁମ୍ଭେ ଯୁବାବସ୍ଥାରେ ବିବାହ କରିଛ।

16 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କୁହନ୍ତି! “ଆମ୍ଭେ ଛାଡ଼ପତ୍ରକୁ ଘୃଣା କରୁ। ଏବଂ ଆମ୍ଭେ ମଧ୍ୟ ଲୋକମାନେ କରୁଥିବା ନିଷ୍ଠୁର କାର୍ଯ୍ୟକୁ ଘୃଣା କରୁ। ତେଣୁ ତୁମ୍ଭେ ଜାଗ୍ରତ ହୁଅ ଓ ଅବିଶ୍ୱସ୍ତ ହୁଅ ନାହିଁ।”

ବିଗ୍ଭରର ସ୍ୱତନ୍ତ୍ର ଦିନ

17 ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି।

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।

ଲୂକ ଲିଖିତ ସୁସମାଗ୍ଭର 1:5-17

ଜିଖରିୟ ଓ ଏଲୀଶାବେଥ

ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ। ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା। କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।

ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା। ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। 10 ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ।

11 ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ। 12 ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ। 13 କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ। 14 ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ। 15 ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।

16 “ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି। 17 ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center