Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
27 ହେ ସଦାପ୍ରଭୁ, ତୁମ୍ଭେ ମୋର ଆଲୋକବର୍ତ୍ତିକା ଓ ମୋର ତ୍ରାଣକର୍ତ୍ତା।
ମୁଁ ତାହାଦ୍ୱାରା ଭୟଭୀତ ହେବି ନାହିଁ।
ସଦାପ୍ରଭୁଙ୍କ ଆଶ୍ରୟସ୍ଥଳ ମୋ’ ପାଇଁ ସବୁଠାରୁ ନିରାପଦସ୍ଥଳ।
ତେଣୁ ମୁଁ କାହାରିକୁ ଭୟ କରିବି ନାହିଁ।
2 ଦୁଷ୍ଟ ଲୋକମାନେ ହୁଏତ ମୋତେ ଆକ୍ରମଣ କରି ପାରନ୍ତି,
ସେମାନେ ମୋର ଶରୀରକୁ ଆଘାତ କରିବାକୁ ଗ୍ଭହାନ୍ତି।
ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି
ଧ୍ୱଂସ କରିଦେବାକୁ ଗ୍ଭହାନ୍ତି।
3 ଯଦି ସମସ୍ତ ସେନାବାହିନୀ ମୋର ଗ୍ଭରି ଦିଗରୁ ମୋତେ ଘେରି ଯାଆନ୍ତି, ତେବେ ମୁଁ ଭୟ କରିବି ନାହିଁ।
ଯଦି ମୋତେ ଲୋକମାନେ ଯୁଦ୍ଧ କ୍ଷେତ୍ରରେ ଆକ୍ରମଣ କରନ୍ତି, ତଥାପି ମୁଁ ଭୟଭୀତ ହେବି ନାହିଁ, କାରଣ ମୁଁ ସଦାପ୍ରଭୁଙ୍କୁ ବିଶ୍ୱାସ କରେ।
4 ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ,
“ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ,
ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି
ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”
5 ସଦାପ୍ରଭୁ ମୋତେ ନିଶ୍ଚୟ ବିପଦରୁ ରକ୍ଷା କରିବେ।
ସେ ମୋତେ ତାଙ୍କ ମନ୍ଦିରରେ ଲୁଗ୍ଭଇ ରଖିବେ।
ସେ ମୋତେ ନେଇ ତାଙ୍କ ନିରାପଦ ସ୍ଥାନରେ ରଖିବେ।
6 ମୋର ଶତ୍ରୁମାନେ ମୋତେ ଘେରି ଗଲେଣି।
କିନ୍ତୁ ମୋର ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରି ମୋତେ ରକ୍ଷା କରିବେ।
ତା'ପରେ ମୁଁ ତାଙ୍କ ମନ୍ଦିରରେ ମୋର ବଳିଦାନ ଅର୍ପଣ କରିବି।
ମୁଁ ଆନନ୍ଦ ଧ୍ୱନିରେ ବଳିଦାନ ଉତ୍ସର୍ଗ ଦେବି।
ମୁଁ ଗୀତ ବୋଲି ସଦାପ୍ରଭୁଙ୍କର ମହିମା ବର୍ଣ୍ଣନା କରି ତାଙ୍କ ପ୍ରତି ଥିବା ସମ୍ମାନକୁ ନିବେଦନ କରିବି।
7 ହେ ସଦାପ୍ରଭୁ, ମୋର ଡାକ ଶୁଣ।
ମୋତେ ଉତ୍ତର ଦିଅ ଓ ମୋ’ ପ୍ରତି ସଦୟ ହୁଅ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହିତ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ସହିତ ଅନ୍ତରର ଗଭୀରତମ ପ୍ରଦେଶରୁ କଥା ହେବାକୁ ଗ୍ଭହେଁ।
ମୁଁ ତୁମ୍ଭ ନିକଟକୁ କହିବା ପାଇଁ ଆସିଛି।
9 ହେ ପରମେଶ୍ୱର, ମୋ'ଠାରୁ ଆପଣା ମୁଖ ଲୁଗ୍ଭଅ ନାହିଁ।
ମୋତେ ସାହାଯ୍ୟ କର।
ମୋତେ ଦୂର କର ନାହିଁ।
ମୋତେ ପରିତ୍ୟାଗ କର ନାହିଁ।
ମୋର ପରମେଶ୍ୱର, ତୁମ୍ଭେ ହିଁ ମୋର ତ୍ରାଣକର୍ତ୍ତା।
10 ମୋର ପିତାମାତା ମୋତେ ଛାଡ଼ି ଗ୍ଭଲିଗଲେ।
କିନ୍ତୁ ସଦାପ୍ରଭୁ ମୋତେ ଲାଳନପାଳନ କରିବେ।
11 ହେ ସଦାପ୍ରଭୁ, ମୋର ଶତ୍ରୁମାନେ ଅଛନ୍ତି।
ତେଣୁ ମୋତେ ନ୍ୟାୟମାର୍ଗ ପ୍ରଦର୍ଶନ କର।
ମୋତେ ସରଳ ମାର୍ଗରେ ଯିବାକୁ ଶିକ୍ଷା ଦିଅ।
12 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିଛନ୍ତି।
ସେମାନେ ମୋ’ ବିଷୟରେ ମିଥ୍ୟା କହିଛନ୍ତି।
ସେମାନେ ମୋତେ ମିଥ୍ୟା କହି ଆଘାତ ଦେଇଛନ୍ତି।
13 ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ,
ମୃତ୍ୟୁ ପୂର୍ବରୁ ମୁଁ ନିଶ୍ଚୟ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
14 ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର,
ବଳଶାଳୀ ଓ ସାହସିକ ହୁଅ
ଏବଂ ସଦାପ୍ରଭୁଙ୍କର ଅନୁସରଣ କର।
2 ସେହି ସମୟରେ, ସଦାପ୍ରଭୁଙ୍କ ଶାଖା (ଯିହୁଦା) ଅତି ମନୋରମ ଆକର୍ଷଣୀୟ ଓ ମହାନ ହେବ। ଇସ୍ରାଏଲର ପରିବେଷ୍ଟନୀୟର ଉପଯୋଗୀ ସେମାନଙ୍କ ଦେଶର ଉତ୍ତମ ଫଳ ଯୋଗୁଁ ଗୌରବାନ୍ୱିତ ହେବେ। 3 ସେହି ସମୟରେ ସିୟୋନ ଓ ଯିରୁଶାଲମର ଅବଶିଷ୍ଟ ସମସ୍ତ ଲୋକ ସ୍ୱତନ୍ତ୍ର ଓ ପବିତ୍ର ଲୋକ ବୋଲି କଥିତ ହେବେ। ଏହା ସେହି ଲୋକମାନଙ୍କ ପ୍ରତି ଘଟିବ ଯେଉଁମାନେ ଏକ ସ୍ୱତନ୍ତ୍ର ତାଲିକାରେ ଥିବେ ଓ ସେହି ତାଲିକାଭୁକ୍ତ ଲୋକେ କେବଳ ବଞ୍ଚି ରହିବେ।
4 ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧୌତ କରିବେ। ସେ ଯିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦେବେ। ପରମେଶ୍ୱର ତାଙ୍କର ନ୍ୟାୟ ଆତ୍ମାକୁ ପ୍ରୟୋଗ କରିବେ। ଆଉ ମଧ୍ୟ ସେ ତାଙ୍କର ଜ୍ୱଳନ୍ତ ଆତ୍ମାକୁ ବ୍ୟବହାର କରିବେ। 5 ସେତେବେଳେ ପରମେଶ୍ୱର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସରେ ପରମେଶ୍ୱର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରିରେ ଜ୍ୱଳନ୍ତ ଅଗ୍ନିଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହେବ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘରେ ଆଚ୍ଛାଦିତ ହେବ। ପ୍ରତ୍ୟେକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହେବ। 6 ଏହି ଆଚ୍ଛାଦନ ଏକ ନିରାପଦ ସ୍ଥାନ ହେବ। ଏହା ଦିବସରେ ସୂର୍ଯ୍ୟ ତାପରୁ ସୁରକ୍ଷା ଦେବ ଓ ସମସ୍ତ ବନ୍ୟା, ଝଡ଼ ଓ ବର୍ଷାରୁ ଏହି ଛାୟା ରକ୍ଷା କରିବ।
ପିତର ଯିରୁଶାଲମ ଫେରି ଆସିଲେ
11 ଯିହୂଦାରେ ପ୍ରେରିତମାନେ ଓ ଭାଇମାନେ ଶୁଣିବାକୁ ପାଇଲେ ଯେ, ଅଣଯିହୂଦୀ ଲୋକମାନେ ମଧ୍ୟ ପରମେଶ୍ୱରଙ୍କ ସୁସମାଗ୍ଭର ଗ୍ରହଣ କରିଛନ୍ତି। 2 ତେଣୁ ପିତର ଯିରୁଶାଲମରେ ପହଞ୍ଚିବା ପରେ ସୁନ୍ନତ ହୋଇଥିବା ଲୋକମାନେ ତାହାଙ୍କୁ ସମାଲୋଚନା କଲେ। 3 ସେମାନେ କହିଲେ, “ତୁମ୍ଭେ ସୁନ୍ନତ ନ ହୋଇଥିବା ଲୋକଙ୍କ ଘରକୁ ଯାଇଛ ଓ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଛ।”
4 ତେଣୁ ପିତର ସେମାନଙ୍କୁ ସମସ୍ତ ଘଟଣାମାନ ବୁଝାଇ କହିଲେ, 5 “ମୁଁ ଯାଫୋ ନଗରରେ ପ୍ରାର୍ଥନା କଲାବେଳେ ଗୋଟିଏ ଦିବ୍ୟଦର୍ଶନ ଦେଖିଲି। ଗୋଟିଏ ଗ୍ଭଦର ଗ୍ଭରି କୋଣରୁ ଧରାଯାଇ ସ୍ୱର୍ଗରୁ ମୋ’ ଆଡ଼କୁ ଖସିଆସୁଥିବାର ମୁଁ ଦେଖିଲି। 6 ମୁଁ ମନୋଯୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥିରେ ଗ୍ଭରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି। 7 ତା'ପରେ ମୁଁ ଗୋଟିଏ ସ୍ୱର ଶୁଣିଲି, ‘ପିତର ଉଠ। ଏମାନଙ୍କ ଭିତରୁ କୌଣସିଟିକୁ ମାରି ଖାଅ।’
8 “କିନ୍ତୁ ମୁଁ କହିଲି, ‘ପ୍ରଭୁ, ମୁଁ ଏହା କଦାପି କରିବି ନାହିଁ, କାରଣ ମୁଁ କେବେ ଅପବିତ୍ର ଓ ଅପରିଷ୍କାର ଖାଦ୍ୟ ଖାଇ ନାହିଁ।’
9 “ଏହି ସ୍ୱର ମୁଁ ସ୍ୱର୍ଗରୁ ଦ୍ୱିତୀୟ ଥର ପୁଣି ଶୁଣିଲି, ‘ପରମେଶ୍ୱର ଯାହାସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ୍ ନୁହେଁ।’
10 “ଏହିପରି ତିନିଥର ହେବାପରେ, ଏହା ସବୁ ସ୍ୱର୍ଗକୁ ଉଠାଇ ନିଆଗଲା। 11 ଠିକ୍ ସେହି ସମୟରେ ତିନି ଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସେମାନଙ୍କୁ କାଇସରୀଆରୁ ମୋ’ ପାଖକୁ ପଠା ଯାଇଥିଲା। 12 ମୋତେ ସେମାନଙ୍କ ସହିତ ବିନା ସଙ୍କୋଚରେ ଯିବା ପାଇଁ ପବିତ୍ରଆତ୍ମା ନିର୍ଦ୍ଦେଶ ଦେଲେ। ମୋ’ ସାଙ୍ଗରେ ଏଠାରେ ଥିବା ଏହି ଛଅଜଣ ବିଶ୍ୱାସୀ ଭାଇ ମଧ୍ୟ ଆସିଥିଲେ। ଆମ୍ଭେମାନେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ। 13 କର୍ଣ୍ଣୀଲିୟ କିପରି ତାହାଙ୍କ ଘରେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେହିସବୁ ଆମ୍ଭକୁ କହିଲେ। ଏହି ଦୂତ ତାହାଙ୍କୁ କହିଲେ, ‘ଯାଫୋ ନଗରକୁ ଲୋକ ପଠାଇ ପିତର ନାମରେ ପରିଚିତ ଶିମୋନଙ୍କୁ ଆଣ। 14 ସେ ତୁମ୍ଭକୁ ଓ ତୁମ୍ଭ ଘରେ ରହୁଥିବା ଲୋକମାନଙ୍କୁ ବାକ୍ୟ କହିବେ, ଯାହାଦ୍ୱାରା ତୁମ୍ଭେ ସମସ୍ତେ ରକ୍ଷା ପାଇବ।’
15 “ମୁଁ କହିବାକୁ ଆରମ୍ଭ କଲା ମାତ୍ରେ, ପବିତ୍ରଆତ୍ମା ସେମାନଙ୍କ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମରେ ଓହ୍ଲାଇ ଆସିଥିଲେ। 16 ସେତେବେଳେ ମୋର ପ୍ରଭୁଙ୍କର କଥା ମନେ ପଡ଼ିଲା। ସେ କହିଥିଲେ, ‘ଯୋହନ ଲୋକମାନଙ୍କୁ ଜଳରେ ବାପ୍ତିସ୍ମ କରାଇଥିଲେ, କିନ୍ତୁ ତୁମ୍ଭେମାନେ ପବିତ୍ରଆତ୍ମାରେ ବାପ୍ତିଜିତ ହେବ।’ 17 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମା ଦାନ ଦେଇଥିଲେ, ସହିପରି ଯଦି ସେ ସେମାନଙ୍କୁ ସେହି ସମାନ ଦାନ ଦେଲେ, ତେବେ ମୁଁ ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବା ପାଇଁ କିଏ?”
18 ଯିହୂଦୀୟ ବିଶ୍ୱାସୀମାନେ ଏ କଥା ଶୁଣି ଆଉ ଯୁକ୍ତିତର୍କ କଲେ ନାହିଁ। ସେମାନେ ପରମେଶ୍ୱରଙ୍କର ପ୍ରଶଂସା କଲେ, ପୁଣି କହିଲେ, “ଏହାର ଅର୍ଥ ଯେ, ପରମେଶ୍ୱର ଆମ୍ଭପରି ଅନ୍ୟ ଜାତିର ଲୋକମାନଙ୍କୁ ମଧ୍ୟ ଅନୁତାପ କରି ପ୍ରକୃତ ଜୀବନର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଇଛନ୍ତି।”
2010 by World Bible Translation Center