Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 85:1-2

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ସନ୍ତାନଗଣଙ୍କର ଗୀତ।

85 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦେଖାଇଅଛ।
    ବିଦେଶରେ ଯାକୁବର ଲୋକମାନେ ବନ୍ଦୀ ହୋଇଥିଲେ।
    ସେମାନଙ୍କୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନେଇଆସିଲ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ।
    ଆଉ ତୁମ୍ଭେ ସେମାନଙ୍କର ପାପସବୁ ପୋଛିଲ।

ଗୀତସଂହିତା 85:8-13

ସଦାପ୍ରଭୁ ପରମେଶ୍ୱର ଯାହା କହିବେ ମୁଁ ଶୁଣିବି।
    ସେ ପ୍ରତିଜ୍ଞା କରିଛନ୍ତି ଯେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ।
    ସେମାନେ ପୁନର୍ବାର ମୂର୍ଖତା ଜୀବନଯାପନ କରିବା ପାଇଁ ଫେରି ନ ଯାଆନ୍ତୁ।
ପରମେଶ୍ୱର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ।
    ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
10 ସ୍ନେହପୂର୍ଣ୍ଣ କରୁଣା ଓ ବିଶ୍ୱସ୍ତତା ଦେଶକୁ ପ୍ରତ୍ୟାବର୍ତ୍ତନ କରେ।
    ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
11 ପୃଥିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ହେବେ
    ଏବଂ ସ୍ୱର୍ଗରେ ପରମେଶ୍ୱର ସେମାନଙ୍କର ମଙ୍ଗଳ କରିବେ।
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ
    ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
13 ଧର୍ମ ପରମେଶ୍ୱରଙ୍କର ଆଗେ ଆଗେ ଯିବ
    ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:1-6

ସଦାପ୍ରଭୁଙ୍କ ନିକଟକୁ ଫେରିବାର ପୁରସ୍କାର

“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା।
    ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ।
    ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।
ଦୁଇ ଦିନ ପରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦେବେ।
    ତିନି ଦିନ ପରେ ସେ ଆମ୍ଭକୁ ଛିଡ଼ା କରାଇବେ।
    ତା’ପରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।
ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା।
    ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା।
ପ୍ରଭାତ ଆସିଲା ପରି
    ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ।
ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି
    ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”

ଲୋକମାନେ ବିଶ୍ୱସ୍ତ ନୁହନ୍ତି

“ହେ ଇଫ୍ରୟିମ, ହେ ଯିହୁଦା,
    ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ?
ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ
    ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।
ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ
    ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ
ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ।
    କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।
କାରଣ ଆମ୍ଭେ ବିଶ୍ୱସ୍ତ ପ୍ରେମ ଗ୍ଭହୁଁ,
    ବଳିଦାନ ନୁହେଁ।
ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ ବୋଲି ଆମ୍ଭେ ଗ୍ଭହୁଁ,
    କିନ୍ତୁ ହୋମବଳି ଆଣନ୍ତୁ ବୋଲି ନୁହେଁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1:2-10

ଥେସଲନୀକୀୟମାନଙ୍କ ଜୀବନ ଓ ବିଶ୍ୱାସ

ପ୍ରାର୍ଥନା କଲାବେଳେ ଆମ୍ଭେ ସର୍ବଦା ତୁମ୍ଭମାନଙ୍କ କଥା ମନେ ପକାଉ ଓ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।

ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ। ଏବେ ତୁମ୍ଭେମାନେ ମଧ୍ୟ ଆମ୍ଭ ଭଳି ଓ ପ୍ରଭୁଙ୍କ ଭଳି ହୋଇ ଯାଇଛ। ଅତ୍ୟଧିକ କଷ୍ଟ ପାଇଲା ପରେ ମଧ୍ୟ ତୁମ୍ଭେମାନେ ସେହି ଶିକ୍ଷାକୁ ଆନନ୍ଦରେ ଗ୍ରହଣ କରିଛ। ପବିତ୍ରଆତ୍ମା ତୁମ୍ଭମାନଙ୍କୁ ଏହି ଆନନ୍ଦ ପ୍ରଦାନ କରିଛନ୍ତି।

ମାକିଦନିଆ ଓ ଆଖାୟାର ବିଶ୍ୱାସୀ ଲୋକମାନଙ୍କ ପାଇଁ ତୁମ୍ଭେମାନେ ଆଦର୍ଶ ହୋଇଥିଲ। ମାକିଦନିଆ ଓ ଆଖାୟାରେ ତୁମ୍ଭମାନଙ୍କ ପାଖରୁ ପ୍ରଭୁଙ୍କର ଶିକ୍ଷା ପ୍ରସାରିତ ହୋଇଥିଲା। ପ୍ରତ୍ୟେକ ସ୍ଥାନରେ ପରମେଶ୍ୱରଙ୍କଠାରେ ତୁମ୍ଭ ବିଶ୍ୱାସ ପରିଚିତ ହୋଇଛି। ଅତଏବ ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଆମ୍ଭର କିଛି କହିବାର ଆବଶ୍ୟକ ନାହିଁ। ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ, ଯେପରି ଭଲ ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭେମାନେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ୱରଙ୍କ ସେବା କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟରେ ସେମାନେ କହନ୍ତି। 10 ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଙ୍କର ସ୍ୱର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌‌ଥିତ କରିଛନ୍ତି। ପରମେଶ୍ୱରଙ୍କ ଆଗାମୀ କ୍ରୋଧପୂର୍ଣ୍ଣ ବିଗ୍ଭରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center