Revised Common Lectionary (Semicontinuous)
64 ତୁମ୍ଭେ ଯଦି ଆକାଶକୁ ବିଦୀର୍ଣ୍ଣ କରି ପୃଥିବୀକୁ ଆସନ୍ତ,
ତେବେ ସବୁକିଛି ପରିବର୍ତ୍ତନ ହୁଅନ୍ତା
ଓ ପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ପ୍ରବାହିତ ହୁଅନ୍ତେ।
2 ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ
ଓ ଏଥି ସକାଶେ ତୁମ୍ଭ ବିପକ୍ଷଗଣଙ୍କୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ
ପର୍ବତଗୁଡ଼ିକ ଜ୍ୱଳନ୍ତ ଝାଟି ସଦୃଶ
ଓ ଉତ୍ତପ୍ତ ଜଳ ଫୁଟିଲା ସଦୃଶ ହେବେ।
3 ଯେତେବେଳେ ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କଲ, ଆମ୍ଭେ ଆଶାକରି ନ ଥିଲୁ।
ତା'ପରେ ତୁମ୍ଭେ ଓହ୍ଲାଇ ଆସିଲ ଓ ପର୍ବତ ତୁମ୍ଭ ଆଗରେ କମ୍ପନ କରିବାକୁ ଆରମ୍ଭ କରିବ।
4 କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି,
ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା
ଅନ୍ୟ ପରମେଶ୍ୱର କଥା ଶୁଣି ନାହାନ୍ତି
କିମ୍ବା କର୍ଣ୍ଣଗୋଚର ହୋଇ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।
5 ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି,
ତୁମ୍ଭେ ସେହିମାନଙ୍କୁ ଆଘାତ କରିଛ।
ମାତ୍ର ଅତୀତ କାଳରେ ଆମ୍ଭେ ପାପ କଲୁ
ଏବଂ ତୁମ୍ଭେ ରାଗିଲ।
ଅତୀତ କାଳରେ ଆମ୍ଭେମାନେ ଦୋଷ କଲୁ।
6 ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର
ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ।
ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ
ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ
ଆମ୍ଭମାନଙ୍କୁ ଉଡ଼ାଇ ନିଏ।
7 ତୁମ୍ଭ ନାମରେ ପୂଜା କରିବାକୁ
ଓ ତୁମ୍ଭକୁ ଅନୁସରଣ କରିବା ନିମନ୍ତେ
ନିଜକୁ ଉତ୍ତେଜିତ କରିବାକୁ କେହି ନାହିଁ।
କାରଣ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ବିମୁଖ ହୋଇଅଛି
ଓ ଆମ୍ଭମାନଙ୍କ ପାପଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।
8 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ।
ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର।
ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।
9 ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ
କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ।
ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର,
ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ;
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ[a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ଆମ୍ଭର ପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ଉପରେ ବର୍ତ୍ତୁ। ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ।
ପାଉଲ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି
4 ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଅନୁଗ୍ରହ ପ୍ରଦାନ କରିଛନ୍ତି, ସେଥିପାଇଁ ମୁଁ ତୁମ୍ଭମାନଙ୍କ ସକାଶେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି। 5 ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ସମସ୍ତ ବିଷୟରେ ଆଶୀର୍ବାଦ ପାଇଅଛ। ତୁମ୍ଭେମାନେ ସମସ୍ତ କଥା ଓ ସମସ୍ତ ଜ୍ଞାନରେ ଖ୍ରୀଷ୍ଟ ଯୀଶୁଙ୍କ ଆଶୀର୍ବାଦରେ ପୂର୍ଣ୍ଣତା ଲାଭ କରିଛ। 6 ଖ୍ରୀଷ୍ଟଙ୍କ ବିଷୟକ ସତ୍ୟ ତୁମ୍ଭଠାରେ ପ୍ରମାଣିତ ହୋଇଛି। 7 ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ। 8 ସେ ଶେଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ ଦୃଢ଼ କରି ରଖିବେ, ଏବଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବା ଦିନ ତୁମ୍ଭେମାନେ ନିର୍ଦ୍ଦୋଷ ଦେଖାଯିବ। 9 ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି। ତାହାଙ୍କ ପୁତ୍ର ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଜୀବନରେ ସହଭାଗୀ ହେବା ପାଇଁ ସେ ତୁମ୍ଭମାନଙ୍କୁ ବାଛିଛନ୍ତି।
24 “ସେହି ଦିନମାନଙ୍କରେ ଏହି ବଡ଼ ବିପଦର ସମୟ ଗ୍ଭଲି ଗଲାପରେ
‘ସୂର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ,
ଚନ୍ଦ୍ର ତା'ର ଆଲୋକ ଦେବ ନାହିଁ।
25 ଆକାଶରୁ ତାରାମାନେ ଖସି ପଡ଼ିବେ,
ଆକାଶରେ ନକ୍ଷତ୍ର ମଣ୍ଡଳର ମହାଶକ୍ତିଗୁଡ଼ିକ ଦୋହଲି ଯିବ।’(A)
26 “ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧ୍ୟରେ ଆସିବାର ଦେଖିବେ। 27 ମନୁଷ୍ୟପୁତ୍ର ପୃଥିବୀର ଗ୍ଭରି ଆଡ଼କୁ ତାହାଙ୍କ ସ୍ୱର୍ଗ ଦୂତମାନଙ୍କୁ ପଠାଇବେ। ସେମାନେ ତାହାଙ୍କ ଦ୍ୱାରା ବଛା ଯାଇଥିବା ଲୋକଙ୍କୁ ପୃଥିବୀର ପ୍ରତ୍ୟେକ ସ୍ଥାନରୁ ଆଣି ଏକାଠି କରିବେ।
28 “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। 29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’[a] ନିକଟରେ ଆସି ପହଞ୍ଚିଗଲାଣି। 30 ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 31 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ।
32 “ସେହି ଦିନ ବା ସେହି ସମୟ ବିଷୟରେ କାହାରିକୁ କିଛି ଜଣା ନାହିଁ। ସ୍ୱର୍ଗଦୂତ ବା ମନୁଷ୍ୟପୁତ୍ର କେହି କିଛି ଜାଣନ୍ତି ନାହିଁ। କେବଳ ଏ କଥା ପରମପିତା ପରମେଶ୍ୱର ଜାଣନ୍ତି। 33 ସାବଧାନ, ସଦାବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତେବେଳେ ପହଞ୍ଚିବ, ତାହା ତୁମ୍ଭେମାନେ ଜାଣି ନାହଁ।
34 “ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ୟକ୍ତି କୌଣସି ସ୍ଥାନକୁ ଯାତ୍ରା କଲାବେଳେ ଗ୍ଭକରମାନଙ୍କ ଉପରେ ନିଜ ଘରର ଦାୟିତ୍ୱ ଛାଡ଼ି ଦେଇଯାଏ ଓ ପ୍ରତ୍ୟେକ ଗ୍ଭକରକୁ ତା'ର ନିର୍ଦ୍ଦିଷ୍ଟ କାମ ଦେଇଥାଏ ଏବଂ ଦ୍ୱାରପାଳକକୁ ସଦାବେଳେ ପ୍ରସ୍ତୁତ ହୋଇ ରହିବାକୁ ଆଦେଶ ଦେଇଥାଏ। 35 ଏଣୁ ତୁମ୍ଭେମାନେ ମଧ୍ୟ ସର୍ବଦା ପ୍ରସ୍ତୁତ ହୋଇ ରୁହ। କାରଣ ତୁମ୍ଭେ ଜାଣ ନାହିଁ, ଘରର ମାଲିକ କେତେବେଳେ ଆସି ପହଞ୍ଚି ଯିବେ। ସନ୍ଧ୍ୟାବେଳେ, ଅଧରାତିରେ, ପାହାନ୍ତିଆରେ ବା ସକାଳେ, କୌଣସି ସମୟରେ ସେ ଆସି ଯାଇ ପାରନ୍ତି। 36 ସେ ଖୁବ୍ ଶୀଘ୍ର ମଧ୍ୟ ଆସି ଯାଇ ପାରନ୍ତି। ତୁମ୍ଭେ ଯଦି ସର୍ବଦା ପ୍ରସ୍ତୁତ ଥିବ, ତେବେ ସେ ତୁମ୍ଭକୁ କଦାପି ଶୋଇଥିବା ଅବସ୍ଥାରେ ଦେଖି ପାରିବେ ନାହିଁ। 37 ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସେହି ଏକା କଥା କହୁଛି ଯେ, ସର୍ବଦା ପ୍ରସ୍ତୁତ ରୁହ।”
2010 by World Bible Translation Center