Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।
80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
2 ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ;
ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
3 ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
6 ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
7 ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।
17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
ମନୁଷ୍ୟ[a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
ଲୋକମାନଙ୍କର ମନ୍ଦ ଯୋଜନା
2 ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସେମାନଙ୍କ ନିକଟକୁ ଆସେ।
ସେହି ଲୋକମାନେ ନିଜ ନିଜ ଶଯ୍ୟା ଉପରେ ପଡ଼ିରହି ମନ୍ଦ କଥା ଚିନ୍ତା କରନ୍ତି।
ଯେତେବେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ଯ୍ୟକାରୀ କରନ୍ତି।
କାରଣ ସହଜରେ ସେ କାର୍ଯ୍ୟ କରିବାକୁ ତାଙ୍କର ସେ ଶକ୍ତି ଥାଏ।
2 ସେମାନେ କ୍ଷେତ ଗ୍ଭହାନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି।
ସେମାନେ ଗୃହ ଗ୍ଭହାନ୍ତି, ଅନ୍ୟଠାରୁ ଛଡ଼ାଇ ନିଅନ୍ତି।
ସେମାନେ ମଧ୍ୟ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି।
ଆଉ ମଧ୍ୟ ସେମାନେ ଲୋକମାନଙ୍କୁ ପ୍ରତାରଣା କରି ସେମାନଙ୍କର ଭୂମି ଅପହରଣ କରନ୍ତି।
ଲୋକମାନଙ୍କୁ ଶାସ୍ତି ଦେବାକୁ ସଦାପ୍ରଭୁଙ୍କ ଯୋଜନା
3 ଏଥିପାଇଁ ସଦାପ୍ରଭୁ କୁହନ୍ତି,
“ଦେଖ, ଏହି ପରିବାର ବିରୁଦ୍ଧରେ ମୁଁ ଅମଙ୍ଗଳ ଚିନ୍ତା କରୁଛି।
ତୁମ୍ଭେମାନେ ନିଜକୁ ରକ୍ଷା କରିବାକୁ ସମର୍ଥ ହେବ ନାହିଁ।
ତୁମ୍ଭେମାନେ ଗର୍ବର ସହିତ ବହୁ ଦୂର ଗ୍ଭଲିଯାଇପାରିବ ନାହିଁ।
କାରଣ, ଦୁଃସମୟ ଆସୁଅଛି।
4 ତା'ପରେ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୀତ ଗାଇବେ।
ତାହା ଏକ ଦୁଃଖର ସଙ୍ଗୀତ ହେବ।
ସେମାନେ ବିଳାପ କରି କହିବେ,
‘ଆମ୍ଭେମାନେ ଧ୍ୱଂସ ହୋଇଗଲୁ,
ସଦାପ୍ରଭୁ ଆମ୍ଭର ଭୂମି ନେଇଗଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ।
ଆମ୍ଭର ଭୂମିକୁ ଭାଗଭାଗ କରି ଶତ୍ରୁମାନଙ୍କୁ ବାଣ୍ଟି ଦେଲେ।
5 ତେଣୁ ଆମ୍ଭେମାନେ ଜମିସବୁ ମାପିବାକୁ ସକ୍ଷମ ହେବୁ ନାହିଁ
ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ବାଣ୍ଟି ପାରିବୁ ନାହିଁ।’”
ମୀଖାଙ୍କୁ ପ୍ରଭୁଙ୍କ ବାଣୀ ପ୍ରଗ୍ଭର ନ କରିବାକୁ କୁହାଯାଏ
6 ଲୋକେ କୁହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କର ନାହିଁ।
ଆମ୍ଭମାନଙ୍କୁ ସେ ଅମଙ୍ଗଳ ବାକ୍ୟ କୁହ ନାହିଁ।
ଆମ୍ଭମାନଙ୍କର କୌଣସି ଅମଙ୍ଗଳ ଘଟିବ ନାହିଁ।”
7 ହେ ଯାକୁବ ବଂଶ,
ଆମ୍ଭେ ଏହିସବୁ ନିଶ୍ଚୟ କହିବା।
କାରଣ ତୁମ୍ଭେମାନେ ଯେଉଁ ମନ୍ଦକାର୍ଯ୍ୟ କରିଛ,
ସେଥିପାଇଁ ସଦାପ୍ରଭୁ ତାଙ୍କର ଧୈର୍ଯ୍ୟ ହରାଇଛନ୍ତି।
ତୁମ୍ଭେ ଯଦି ଉଚିତ୍ କର୍ମ କରିବ,
ଆମ୍ଭର ବାକ୍ୟ ତୁମ୍ଭ ପାଇଁ ମଙ୍ଗଳକର ହେବ।
8 କିନ୍ତୁ ତୁମ୍ଭେମାନେ ଆମ୍ଭର ଲୋକମାନଙ୍କ ପ୍ରତି ଶତ୍ରୁ ତୁଲ୍ୟ ହୋଇଛ।
ପଥଗ୍ଭରୀମାନଙ୍କର ଉତ୍ତରୀୟ ବସ୍ତ୍ର ତୁମ୍ଭେମାନେ ଛଡ଼ାଇ ନେଇଛ।
ସେହି ଲୋକମାନେ ନିରାପଦ ବୋଲି ଚିନ୍ତା କରନ୍ତି।
କିନ୍ତୁ ତୁମ୍ଭେମାନେ ଯୁଦ୍ଧ ବନ୍ଦୀ ସଦୃଶ ସେମାନଙ୍କଠାରୁ ସମସ୍ତ ଛଡ଼ାଇ ନିଅ।
9 ଆମ୍ଭ ଲୋକମାନଙ୍କର ନାରୀଗଣଙ୍କୁ ସେମାନଙ୍କର ରମଣୀୟ ଗୃହଗୁଡ଼ିକର
ତୁମ୍ଭେ ଅପହରଣ କରିଛ।
ଆଉ ମଧ୍ୟ ତୁମ୍ଭେ ସେମାନଙ୍କର ଛୋଟ ସନ୍ତାନମାନଙ୍କଠାରୁ
ମୋର ଗୌରବ ଚିରଦିନ ପାଇଁ କାଢ଼ି ନେଇଛ।
10 ତୁମ୍ଭେମାନେ ଉଠ ଏବଂ ଏ ସ୍ଥାନକୁ ପରିତ୍ୟାଗ କର।
ଏ ସ୍ଥାନ ତୁମ୍ଭର ବିଶ୍ରାମଗୃହ ନୁହେଁ।
କାରଣ ତୁମ୍ଭେମାନେ ଏହାର ପ୍ରତିଦ୍ୱନ୍ଦୀ ହୋଇଛ।
ତୁମ୍ଭେ ମଧ୍ୟ ଏହାକୁ କଳୁଷିତ କରିଛ।
ତେଣୁ ଏହି ସ୍ଥାନ ଶୋଚନୀୟ ଭାବରେ ବିଚ୍ଛିନ୍ନ ହେବ।
11 ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ।
ଯଦି ସେ ଆସି କହେ,
“ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ”
ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟଦ୍ବାଣୀକୁ ଗ୍ରହଣ କରିବେ।
ସଦାପ୍ରଭୁ ତାଙ୍କର ସନ୍ତାନଗଣଙ୍କୁ ଏକତ୍ରିତ କରନ୍ତି
12 ହେ ଯାକୁବର ଲୋକମାନେ,
ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରିବା।
ଆଉ ମଧ୍ୟ ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା।
ପଶୁମାନଙ୍କୁ ଖୁଆଡ଼ରେ
ଓ ଗ୍ଭରଣଭୂମିରେ ମେଷମାନଙ୍କୁ ଏକତ୍ରିତ କଲାପରି
ସେମାନଙ୍କୁ ସମବେତ କରାଇବା।
ସେତେବେଳେ ସେ ସ୍ଥାନଟି ଲୋକ ଗହଳିରେ ମୁଖରିତ
ଓ କୋଳାହଳପୂର୍ଣ୍ଣ ହେବ।
13 ତା'ପରେ “ଭଗ୍ନକାରୀଦଳ[a] “ଲୋକମାନଙ୍କର ନେତୃତ୍ୱ ନେବେ।
ସେମାନେ ପ୍ରବେଶ ପଥକୁ ଭାଙ୍ଗି
ସେହି ନଗରୀକୁ ପରିତ୍ୟାଗ କରିଛନ୍ତି।
ସେମାନଙ୍କର ରାଜା ସେମାନଙ୍କର ଅଗ୍ରଗାମୀ
ଓ ତାଙ୍କ ଲୋକମାନଙ୍କର ସମ୍ମୁଖରେ ସଦାପ୍ରଭୁ ମଧ୍ୟ ଥିବେ।
15 “ଭବିଷ୍ୟଦ୍ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’[a] ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।) 16 “ସେତେବେଳେ ଯିହୂଦାର ଲୋକମାନେ ପର୍ବତ ଆଡ଼କୁ ପଳେଇଯିବା ଉଚିତ୍। 17 ସେତେବେଳେ କୌଣସି ଜିନିଷ ପାଇଁ ତିଳେ ହେଲେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ। ସେତେବେଳେ ଘରର ଛାତ ଉପରେ ଥିବା ଲୋକ ଘରୁ କୌଣସି ଜିନିଷ ପାଇବା ପାଇଁ ତଳକୁ ଓହ୍ଲେଇ ନ ଆସୁ। 18 ଜମିରେ ଥିବା ବ୍ୟକ୍ତି ନିଜର ଗ୍ଭଦର ଆଣିବାକୁ ଫେରି ନ ଯାଉ।
19 “ଯେଉଁ ମହିଳାମାନେ ଗର୍ଭବତୀ ଥିବେ, କି ଯାହା କୋଳରେ ଶିଶୁଟିଏ ଥିବ ସେମାନେ ଏହି ସମୟରେ ବହୁତ କଷ୍ଟ ଭୋଗିବେ। 20 କିନ୍ତୁ ପ୍ରାର୍ଥନା କର ଯେ ଶୀତଦିନ କି ବିଶ୍ରାମ ଦିବସ[b]ରେ ଏଗୁଡ଼ିକ ନ ଘଟୁ ଯେପରି ତୁମ୍ଭକୁ ପଳାଇବାକୁ ନ ପଡ଼େ। 21 କାରଣ ସେତେବେଳେ ଏତେ ଅଧିକ ବିପଦ ଆସିବ ଯେ ସେଭଳି ବିପଦ ସୃଷ୍ଟିର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ଆସି ନାହିଁ କି ଭବିଷ୍ୟତରେ ଆସିବ ନାହିଁ।
22 “ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।
23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟଦ୍ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।
26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।
29 “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:
‘ସୂର୍ଯ୍ୟ ଅନ୍ଧକାରମୟ ହେବ,
ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’(A)
30 “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31 ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।
2010 by World Bible Translation Center