Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 80:1-7

ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।

80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
    ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
    ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ;
    ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
    ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
    କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
    ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
    ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।

ଗୀତସଂହିତା 80:17-19

17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
    ମନୁଷ୍ୟ[a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
    ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।

ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 14:1-9

ସୁବିଗ୍ଭର ଦିନ

14 ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷ ଦିନ ଆସୁଛି। ତୁମ୍ଭେମାନେ ଯେଉଁ ସମ୍ପତ୍ତି ନେଇଛ ତାହା ତୁମ୍ଭମାନଙ୍କ ମଧ୍ୟରେ ଭାଗ କରାଯିବ। ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ। ସେତେବେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି। ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ। ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।

6-7 ସେହି ଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହେବ ନାହିଁ। ଗୋଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହେବ ନାହିଁ। ସନ୍ଧ୍ୟା ସମୟରେ ଆଲୋକ ଥିବ। ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ। ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4

ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ଜୀବନ

ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ’ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ମାଧ୍ୟମରେ ଆମ୍ଭେ ତୁମ୍ଭମାନଙ୍କୁ ସେହି କଥାଗୁଡ଼ିକ କହିଛୁ। ପରମେଶ୍ୱର ଇଚ୍ଛା କରନ୍ତି ଯେ, ତୁମ୍ଭେମାନେ ପବିତ୍ର ହୁଅ। ସେ ଗ୍ଭହାନ୍ତି ଯେ, ତୁମ୍ଭେମାନେ ଯୌନଗତ ପାପଗୁଡ଼ିକରୁ ଦୂରରେ ରୁହ। “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ।[a] ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ନିଜ ଶରୀରର ଏପରି ବ୍ୟବହାର କରନ୍ତି। ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। ପରମେଶ୍ୱର ଆମ୍ଭକୁ ପବିତ୍ର ହେବା ପାଇଁ ଆହ୍ୱାନ କରିଛନ୍ତି। ଆମ୍ଭେ ପାପରେ ଜୀବନଯାପନ କରିବା ପାଇଁ ସେ ଗ୍ଭହାନ୍ତି ନାହିଁ। ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି।

ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ବିଷୟରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ୟକତା ନାହିଁ। ପରସ୍ପରକୁ ପ୍ରେମ କରିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି। 10 ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭେମାନେ ପ୍ରକୃତରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସେମାନଙ୍କୁ ଅଧିକରୁ ଅଧିକ ଭଲ ପାଇବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।

11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ଯ୍ୟର ଯତ୍ନ ନିଅ। ନିଜ ହାତରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ। 12 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ପ୍ରଭୁଙ୍କର ଆଗମନ

13 ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟରେ ତୁମ୍ଭେମାନେ ଅଜ୍ଞାତ ରୁହ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭେମାନେ ଦୁଃଖୀ ହୁଅ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। 14 ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ପୁନରୁ‌ତ୍‌‌ଥିତ ହେଲେ। ଅତଏବ, ଯୀଶୁଙ୍କ ହେତୁ ଯୀଶୁଙ୍କ ସହିତ ମୃତ ବ୍ୟକ୍ତିମାନଙ୍କୁ ପରମେଶ୍ୱର ଏକାଠି ଆଣିବେ।

15 ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସେମାନେ ସେ ପର୍ଯ୍ୟନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ୟ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସେମାନେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ୟକୁ ଯିବେ। 16 ସ୍ୱର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ହେବ। ମୁଖ୍ୟ ସ୍ୱର୍ଗଦୂତଙ୍କ ସ୍ୱର ଓ ପରମେଶ୍ୱରଙ୍କ ତୂରୀନାଦ ମାଧ୍ୟମରେ ଏହି ଆଦେଶ ଦିଆ ହେବ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଛନ୍ତି, ସେମାନେ ପ୍ରଥମରେ ପୁନରୁ‌ତ୍‌‌ଥିତ ହେବେ। 17 ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହେବା। ଆମ୍ଭକୁ ମେଘମାଳା ଭିତରକୁ ନିଆଯିବ ଓ ସେଠାରେ ବାୟୁମଣ୍ଡଳରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ। 18 ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ୱନା ଦିଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center