Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
2 ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
ମୋ’ ନିବେଦନ ଟିକେ ଶୁଣ।
ମୋ’ ପ୍ରତି କୃପା ପ୍ରଦର୍ଶନ କର।
3 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
4 ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।
6 ସଦାପ୍ରଭୁଙ୍କର ପ୍ରଶଂସା ହେଉ,
କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
7 ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
9 ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।
10 “ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।
ଆଉ ଦୂରସ୍ଥ ଦ୍ୱୀପ ସମୂହରେ ତାହା ପ୍ରଗ୍ଭର କରି କୁହ,
‘ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ,
ସେ ତାହାକୁ ସଂଗ୍ରହ କରିବେ।
ଆଉ ପାଳକ ଯେପରି ତାହାର ମେଷପଲକୁ ରକ୍ଷା କରେ, ସେପରି ସେ ତାହାକୁ ସୁରକ୍ଷା ଦେବେ।’
11 କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି
ଓ ତାହା ଅପେକ୍ଷା ବଳବାନର ହସ୍ତରୁ ତାହାକୁ ମୁକ୍ତ କରିଅଛନ୍ତି।
12 ପୁଣି ସେମାନେ ଆସି ସିୟୋନର ପର୍ବତରେ ଗାନ କରିବେ
ଓ ସ୍ରୋତତୁଲ୍ୟ ସଦାପ୍ରଭୁଙ୍କ ପ୍ରାସାଦକୁ,
ଶସ୍ୟ, ଦ୍ରାକ୍ଷାରସ, ତେଲ, ପଲର ମେଷଛୁଆ
ଓ ଗୋପଲର ଗୋବତ୍ସ ବହି ଆସିବ
ଓ ସେମାନଙ୍କର ଜୀବନ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ।
ସେମାନେ ଆଉ ଦୁଃଖୀ ହେବେ ନାହିଁ।
13 ସେତେବେଳେ ଯୁବତୀ ନାରୀମାନେ ଆନନ୍ଦରେ ନୃତ୍ୟ କରିବେ
ଓ ଯୁବା ଏବଂ ବୃଦ୍ଧମାନେ ସେମାନଙ୍କ ସହିତ ଯୋଗ ଦେବେ।
ଆମ୍ଭେ ସେମାନଙ୍କର ଶୋକକୁ ଆନନ୍ଦରେ ପରିଣତ କରିବା।
ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା ଦେବା ଓ ସେମାନଙ୍କୁ ଦୁଃଖ ବଦଳରେ ସୁଖ ଦେବା।
14 ଆଉ ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା
ଓ ଆମ୍ଭର ଲୋକମାନେ ପ୍ରଚୁର ଖାଦ୍ୟ ପାଇ ପରିତୃପ୍ତ ହେବେ।
ଏହା ସଦାପ୍ରଭୁ କହନ୍ତି।”
ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି
19 କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ପୁତ୍ର ଏକାକୀ କିଛି କରି ପାରନ୍ତି ନାହିଁ। ଯାହା ତାହାଙ୍କ ପିତା କରୁଥିବା ପୁତ୍ର ଦେଖନ୍ତି, ସେ ତାହା ହିଁ କରନ୍ତି କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ସେହିସବୁ କରନ୍ତି। 20 ପିତା ପୁତ୍ରକୁ ପ୍ରେମ କରନ୍ତି। ପିତା ନିଜେ କରିଥିବା ପ୍ରତ୍ୟେକ କାର୍ଯ୍ୟ ପୁତ୍ରକୁ ଦେଖାନ୍ତି। ଏହି ରୋଗୀଟି ସୁସ୍ଥ ହୋଇଗଲା। ଆଉ ତୁମ୍ଭେମାନେ ଯେପରି ଆଶ୍ଚର୍ଯ୍ୟାନ୍ୱିତ ହୁଅ, ଏ ନିମନ୍ତେ ପିତା ପୁତ୍ରଙ୍କୁ ଏହାଠାରୁ ଆହୁରି ମହତ୍ କର୍ମ ଦେଖାଇବେ। 21 ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।
22 “ପିତା କାହାର ବିଗ୍ଭର କରନ୍ତି ନାହିଁ। କିନ୍ତୁ ସେ ପୁତ୍ରଙ୍କୁ ବିଗ୍ଭର କରିବାର ସମସ୍ତ କ୍ଷମତା ଅର୍ପଣ କରିଛନ୍ତି। 23 ଈଶ୍ୱର ଏହା କଲେ କାରଣ ସମସ୍ତେ ପିତାଙ୍କୁ ଯେପରି ସମ୍ମାନ ଦେଉଛନ୍ତି, ସେହିପରି ପୁତ୍ରଙ୍କୁ ମଧ୍ୟ ସମ୍ମାନ ଦେବେ। ଯଦି କୌଣସି ଲୋକ ପୁତ୍ରକୁ ସମ୍ମାନ ଦିଏ ନାହିଁ, ତେବେ ସେ ପିତାଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ। ପିତା ପୁତ୍ରକୁ ପଠାଇଛନ୍ତି।
24 “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ଯଦି କୌଣସି ବ୍ୟକ୍ତି ମୋର କହିବା କଥା ଶୁଣେ ଓ ମୋତେ ଯିଏ ପଠାଇଛନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତେବେ ସେ ବ୍ୟକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ ନାହିଁ। ସେ ମୃତ୍ୟୁକୁ ପାର ହୋଇ ଜୀବନ ଭିତରେ ପ୍ରବେଶ କରି ସାରିଛି। 25 ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି। ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ। 26 ସ୍ୱୟଂ ପରମପିତା ହେଉଛନ୍ତି ଜୀବନର ଉତ୍ସ। ଅତଏବ ସେ ପୁତ୍ରଙ୍କୁ ଜୀବନ ଦାନ କରିବା ପାଇଁ ଅନୁମତି ଦେଇଛନ୍ତି। 27 ଲୋକଙ୍କର ବିଗ୍ଭର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦେଇଛନ୍ତି। କାରଣ ସେ ମନୁଷ୍ୟପୁତ୍ର[a] ଅଟନ୍ତି।
28 “ତୁମ୍ଭେ ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ। ଏପରି ସମୟ ଆସୁଛି, ଯେତେବେଳେ ସମାଧିସ୍ଥ ସମସ୍ତ ମୃତ ଲୋକମାନେ ତାହାଙ୍କର ସ୍ୱର ଶୁଣିବେ। 29 ସେମାନେ ସେମାନଙ୍କର ସମାଧିରୁ ବାହାରିବେ। ଜୀବନରେ ସତ୍ କାର୍ଯ୍ୟ କରିଥିବା ଲୋକମାନେ ଉଠିବେ ଓ ଅନନ୍ତ ଜୀବନ ପାଇବେ। କିନ୍ତୁ କୁକାର୍ଯ୍ୟ କରିଥିବା ଲୋକମାନେ ଦୋଷୀ ଭାବରେ ବିଗ୍ଭରିତ ହେବା ପାଇଁ ଉଠିବେ।
30 “ମୁଁ ଏକୁଟିଆ କିଛି କରି ପାରିବି ନାହିଁ। ମୁଁ କେବଳ ପରମେଶ୍ୱରଙ୍କ କହିବା ଅନୁସାରେ ବିଗ୍ଭର କରେ। ତେଣୁ ମୋର ବିଗ୍ଭର ଠିକ୍, କାରଣ ମୁଁ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ ନାହିଁ। କିନ୍ତୁ ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଁ ଇଚ୍ଛା କରେ, ଯିଏ ମୋତେ ପଠାଇଛନ୍ତି।
ଯୀଶୁଙ୍କର ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ପ୍ରବୃତ୍ତ
31 “ମୁଁ ଯଦି ଲୋକମାନଙ୍କୁ ମୋ’ ନିଜ ବିଷୟରେ କୁହେ, ଓ ସେମାନଙ୍କୁ ମୋର ସାକ୍ଷ୍ୟ ଦିଏ, ସେମାନେ ମୋର ସାକ୍ଷ୍ୟ ଗ୍ରହଣ କରିବେ ନାହିଁ। 32 କିନ୍ତୁ ଅନ୍ୟ ଜଣେ ଅଛନ୍ତି, ଯିଏ କି ଲୋକମାନଙ୍କୁ ମୋର ବିଷୟରେ ସାକ୍ଷ୍ୟ ଦିଅନ୍ତି। ଏବଂ ମୁଁ ଜାଣେ, ମୋ’ ବିଷୟରେ ସେ ଯାହା କହନ୍ତି, ତାହା ସବୁ ସତ୍ୟ।
33 “ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ୟ ସମ୍ବନ୍ଧରେ କହିଛନ୍ତି। 34 ମୋ’ ବିଷୟରେ ସାକ୍ଷୀ ଦେବା ପାଇଁ କୌଣସି ବ୍ୟକ୍ତିର ପ୍ରୟୋଜନ ନାହିଁ କିନ୍ତୁ ମୁଁ ତୁମ୍ଭକୁ ଏହିସବୁ କହୁଛି ଯେପରି ତୁମ୍ଭେମାନେ ତାହାଦ୍ୱାରା ଉଦ୍ଧାର ପାଇ ପାରିବ। 35 ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ।
36 “କିନ୍ତୁ ମୋ’ ପାଖରେ ମୋ’ ସମ୍ବନ୍ଧରେ ଗୋଟିଏ ପ୍ରମାଣ ଅଛି, ଯାହା ଯୋହନଙ୍କ ପ୍ରମାଣଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ମୁଁ ଯାହାସବୁ କରୁଛି, ତାହା ସବୁ ମୋର ପ୍ରମାଣ। ପରମପିତା ମୋତେ ଏସବୁ କରିବା ପାଇଁ ଦେଇଥିଲେ। ଏହିସବୁ କାର୍ଯ୍ୟରୁ ଏହା ପ୍ରମାଣିତ ହୁଏ ଯେ ପରମପିତା ମୋତେ ପଠାଇଛନ୍ତି। 37 ପରମପିତା ମୋତେ ପଠାଇଛନ୍ତି ଓ ନିଜେ ମୋ’ ବିଷୟରେ ପ୍ରମାଣ ଦେଇଛନ୍ତି। କିନ୍ତୁ ତୁମ୍ଭେ କେବେ ତାହାଙ୍କର ସ୍ୱର ଶୁଣି ନାହଁ। ତାହାଙ୍କର କିପରି ରୂପ, ତାହା ମଧ୍ୟ ତୁମ୍ଭେ ଦେଖି ନାହଁ। 38 ପରମପିତାଙ୍କର ଉପଦେଶ ତୁମ୍ଭଠାରେ ବାସ କରି ନାହିଁ। ଏହାର କାରଣ, ସେ ପଠାଇଥିବା ବ୍ୟକ୍ତିଠାରେ ତୁମ୍ଭେମାନେ ବିଶ୍ୱାସ ରଖି ନାହଁ। 39 “ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହନ୍ତି। 40 କିନ୍ତୁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବା ପାଇଁ ମୋ’ ନିକଟକୁ ଆସୁ ନାହଁ।
2010 by World Bible Translation Center