Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 28

ଦାଉଦଙ୍କର ଗୀତ।

28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
    ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
    ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
    ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
    ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
    ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
    ମୋ’ ନିବେଦନ ଟିକେ ଶୁଣ।
    ମୋ’ ପ୍ରତି କୃପା ପ୍ରଦର୍ଶନ କର।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
    ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
    କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
    ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
    ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
    ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
    ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା ହେଉ,
    କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
    ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
    ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
    ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।

ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
    ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
    ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।

ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 11:4-17

ସଦାପ୍ରଭୁ ମୋର ପରମେଶ୍ୱର କହନ୍ତି, “ଏହି ବଧ ହେବାକୁ ଥିବା ମେଷପଲର ଯତ୍ନ ନିଅ। ଯେଉଁମାନେ ସେଗୁଡ଼ିକୁ କିଣନ୍ତି ସେମାନେ ସେଗୁଡ଼ିକୁ ହତ୍ୟା କଲେ, ଆଉ ସେମାନେ ଦୋଷୀ ସାବ୍ୟସ୍ତ ହେବେ ନାହିଁ। ଯେଉଁମାନେ ସେଗୁଡ଼ିକୁ ବିକ୍ରୀ କରନ୍ତି, କହିବେ, ‘ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହୋଇଅଛି।’ ଏବଂ ସେମାନଙ୍କର ମେଷପାଳକମାନଙ୍କର ସେମାନଙ୍କର ମେଷ ଦଳର ଉପରେ ଦୟା ନ ଥିବ।” ସଦାପ୍ରଭୁ ଏହିକଥା କହିଲେ, “ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦେଖାଇବା ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପ୍ରତିବାସୀ ଓ ତାଙ୍କ ରାଜାଙ୍କ ହସ୍ତରେ ହସ୍ତାନ୍ତର କରିବା। ସେମାନେ ତାଙ୍କର ଦେଶକୁ ଧ୍ୱଂସ କରିବେ। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶକ୍ତିରୁ ରକ୍ଷା କରିବା ନାହିଁ।”

ତେଣୁ ବଧର ଯୋଗ୍ୟ ସେହି ମେଷପଲର ଆମ୍ଭେ ଯତ୍ନ ନେଲୁ, ଯେଉଁ ନିରୀହ ମେଷ ମରା ହେବାକୁ ଯାଉଥିଲେ, ଆମ୍ଭେ ଦୁଇଟି ଯଷ୍ଟି ନେଲୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦେଲୁ। ଏହିପରି ଆମ୍ଭେ ମେଷପଲର ଯତ୍ନ ନେଲୁ। ଆମ୍ଭେ ଏକ ମାସ ମଧ୍ୟରେ ତିନି ଜଣ ମେଷପାଳକଙ୍କୁ ଧ୍ୱଂସ କଲୁ। ଆମ୍ଭେ ସେମାନଙ୍କ ଉପରେ ଅଧୈର୍ଯ୍ୟ ଥିଲୁ ଏବଂ ସେମାନେ ଆମ୍ଭକୁ ଘୃଣା କଲେ। ତା'ପରେ ଆମ୍ଭେ କହିଲୁ, “ଆମ୍ଭେ ତୁମ୍ଭର ମେଷପାଳକ ହେବା ନାହିଁ। ଯେଉଁମାନଙ୍କର ମରିବାର ଅଛି ସେମାନେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛିନ୍ନ ହେବାର ଅଛି ସେମାନେ ଉଚ୍ଛିନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସେମାନେ ପରସ୍ପରକୁ ଧ୍ୱସ୍ତ ବିଧ୍ୱସ୍ତ କରନ୍ତୁ।” 10 ତା'ପରେ ଆମ୍ଭେ ଶୋଭା ନାମକ ଯଷ୍ଟିକୁ ନେଲୁ ଏବଂ ତାକୁ ଭାଙ୍ଗି ଦେଲୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ୱଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ। 11 ସେହି ଦିନ ସେହି ଚୁକ୍ତି ଭଗ୍ନ ହେଲା। ତା'ପରେ ସେହି ନିରୀହ ମେଷଗୁଡ଼ିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ୟ ଥିଲା।

12 ତା'ପରେ ମୁଁ କହିଲି, “ଯଦି ତୁମ୍ଭେମାନେ ମୋତେ ମୋର ବେତନ ଦେବାକୁ ଇଚ୍ଛା କରୁଛ ତେବେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ।” ତେଣୁ ସେମାନେ ମୋର ମଜୁରୀ ତିରିଶ୍ ରୌପ୍ୟ ମୁଦ୍ରା ଦେଲେ। 13 ତା'ପରେ ସଦାପ୍ରଭୁ ମୋତେ କହିଲେ, “ସେହି ମହତ ମୂଲ୍ୟକୁ ଫୋପାଡ଼ି ଦିଅ, କାରଣ ସେମାନେ ଆମ୍ଭର ମୂଲ୍ୟ ରାଜକୋଷ ମଧ୍ୟରୁ ନିରୂପଣ କଲେ।” ତେଣୁ ମୁଁ ସେହି ତିରି‌‌ଶ୍‌‌ଟି ରୌପ୍ୟ ମୁଦ୍ରା ନେଇ ସଦାପ୍ରଭୁଙ୍କ ମନ୍ଦିରର କୋଷାଗାରରେ ପକାଇ ଦେଲି। 14 ତା'ପରେ ମୁଁ ବନ୍ଧନୀ ନାମକ ଯଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇସ୍ରାଏଲର ଏକତା ନଷ୍ଟ କରିବା ପାଇଁ।

15 ତା'ପରେ ସଦାପ୍ରଭୁ ମୋତେ କହିଲେ, “ପୁନର୍ବାର ସେହି ନିର୍ବୋଧ ମେଷପାଳକର ସାଜ ଦିଅ। 16 କାରଣ ଏହି ଦେଶରେ ଆମ୍ଭେ ଏକ ମେଷପାଳକ ଉ‌ତ୍‌ଥାପିତ କରୁଛୁ। ସେ ହଜିଯାଇଥିବା ମେଷଗୁଡ଼ିକ ନିମନ୍ତେ ଯତ୍ନ ନେବ ନାହିଁ। ବିପଥଗାମୀମାନଙ୍କୁ ସେ ଖୋଜିବ ନାହିଁ। ସେ କ୍ଷତିଗ୍ରସ୍ତ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସେମାନଙ୍କୁ ସେ ଖୁଆଇବ ନାହିଁ। ସେ ସେଗୁଡ଼ିକର ଖୁରାକୁ ଛିଣ୍ତାଇ ହୃଷ୍ଟପୁଷ୍ଟ ମେଷମାନଙ୍କୁ ଭକ୍ଷ୍ୟଣ କରିବ।”

17 ଯେ ଅଯୋଗ୍ୟ ମେଷପାଳକ,
    ସେ ପଲକୁ ତ୍ୟାଗ କରେ।
ତାକୁ ଧିକ୍! ‌‌
    ଖ‌ଡ଼୍‌ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ।
    ତାହାର ବାହୁ ନିଶ୍ଚୟ ଶୁଷ୍କ ହେବ
    ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚୟ ଅନ୍ଧ ହୋଇଯିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:1-9

ସ୍ୱର୍ଗବାସୀମାନଙ୍କର ପରମେଶ୍ୱରଙ୍କୁ ପ୍ରଶଂସା

19 ତା'ପରେ ମୁଁ ସ୍ୱର୍ଗରେ ଅନେକ ଲୋକମାନଙ୍କର ସ୍ୱର ଭଳି ଏକ ସ୍ୱର ଶୁଣିଲି। ସେମାନେ କହୁଥିଲେ:

“ହାଲ୍ଲିଲୂୟା!
ବିଜୟ, ମହିମା ଓ କ୍ଷମତା ଆମ୍ଭମାନଙ୍କ ପରମେଶ୍ୱରଙ୍କର ଅଟେ।
    ତାହାଙ୍କର ବିଗ୍ଭରଗୁଡ଼ିକ ସତ୍ୟ ଓ ଯଥାର୍ଥ।
ସେ ମହା ବେଶ୍ୟାକୁ ଦଣ୍ଡ ଦେଇଛନ୍ତି।
    ସେହି ବେଶ୍ୟା ତା'ର ଯୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରି ଦେଇଅଛି।
ପରମେଶ୍ୱର ତାହାଙ୍କ ସେବକମାନଙ୍କର ରକ୍ତ ହେତୁ ତାହାକୁ ଦଣ୍ଡ ଦେଇଛନ୍ତି।”

ସେମାନେ ପୁଣି କହିଲେ:

“ହାଲ୍ଲିଲୂୟା!
    ସେ ବେଶ୍ୟା ଜଳି ଯାଉଛି।
    ତାହାର ଧୂଆଁ ସର୍ବଦା ଉପରକୁ ଉଠୁଥିବ।”

ତା'ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ:

“ଆମେନ୍! ହାଲ୍ଲିଲୂୟା!”

ତା'ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା:

“ହେ ପରମେଶ୍ୱରଙ୍କର ସେବକମାନେ!
    ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର!
ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ!
    ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”

ତା'ପରେ ମୁଁ ଅନେକ ଲୋକମାନଙ୍କର ସ୍ୱର ଶୁଣିଲି। ଏହା ଜଳପ୍ରପାତର ଧ୍ୱନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସେମାନେ କହୁଥିଲେ:

“ହାଲ୍ଲିଲୂୟା!
    ଆମ୍ଭମାନଙ୍କର ପ୍ରଭୁ ପରମେଶ୍ୱର ରାଜତ୍ୱ କରୁଛନ୍ତି।
    ସେ ସର୍ବଶକ୍ତିମାନ।
ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବା
    ଓ ପରମେଶ୍ୱରଙ୍କୁ ଗୌରବ ଦେବା!
ଯେହେତୁ ମେଷଶାବକଙ୍କର ବିବାହ ଉତ୍ସବର ସମୟ ଆସି ଉପସ୍ଥିତ
    ଓ ତାହାଙ୍କର କନ୍ୟା ନିଜକୁ ପ୍ରସ୍ତୁତ କରି ସାରିଛି; ତେଣୁ ଆମ୍ଭେମାନେ ତାହାଙ୍କୁ ଗୌରବ ଦେବା।
କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର
    ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।”

(ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)

ତା'ପରେ ଦୂତ ମୋତେ କହିଲେ, “ଏହା ଲେଖ: ମେଷଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ୟକ୍ତିମାନେ ଧନ୍ୟ!” ସେ ଦୂତ ପୁଣି କହିଲେ, “ପରମେଶ୍ୱରଙ୍କର ବାକ୍ୟ ସତ୍ୟ ଅଟେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center