Revised Common Lectionary (Semicontinuous)
ଦାଉଦଙ୍କର ଗୀତ।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
2 ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
ମୋ’ ନିବେଦନ ଟିକେ ଶୁଣ।
ମୋ’ ପ୍ରତି କୃପା ପ୍ରଦର୍ଶନ କର।
3 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
4 ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।
6 ସଦାପ୍ରଭୁଙ୍କର ପ୍ରଶଂସା ହେଉ,
କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
7 ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
9 ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।
15 ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, 16 “ସଦାପ୍ରଭୁ ପ୍ରତ୍ୟେକ ପ୍ରାଣୀ ସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନୟ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିଯୁକ୍ତ କରନ୍ତୁ। 17 ମୁଁ ତୁମ୍ଭଙ୍କୁ ବିନୟ କରୁଛି ଏକ ପ୍ରତିନିଧି ବାଛିବାକୁ, ଯିଏ ସେମାନଙ୍କୁ ଆଗେଇ ନେବ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହି ପ୍ରକାରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମେଷପଲ ତୁଲ୍ୟ ହେବେ ନାହିଁ।”
18 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେ ଉପଯୁକ୍ତ ବ୍ୟକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ। 19 ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିୟାସର ସମ୍ମୁଖରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା'ର ଆଦେଶ ଦିଅ।
20 “ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇସ୍ରାଏଲର ଲୋକମାନେ ତାଙ୍କୁ ମାନିବେ। 21 ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’”
22 ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରତ୍ୟେକ କର୍ମ କଲେ; ସେ ଯିହୋଶୂୟଙ୍କୁ ଯାଜକ ଇଲିୟାସର ସମ୍ମୁଖରେ ଓ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ। 23 ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାହାଙ୍କୁ ଆଜ୍ଞା ଦେଲେ।
8 ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ[a]ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ୟୁପରେ ପୁନଃ ଜୀବିତ ହୋଇଉଠିଲେ। 9 ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି। 10 ଅତଏବ ମୁଁ ଧୈର୍ଯ୍ୟପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ୱର ଯେତେ ଲୋକଙ୍କୁ ବାଛିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ ଯେ, ସେହି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ପରିତ୍ରାଣ ପାଇ ପାରିବେ। ସେହି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆସେ।
11 ଏହି ଶିକ୍ଷା ସତ୍ୟ ଅଟେ:
ଯଦି ଆମ୍ଭେ ତାହାଙ୍କ ସହିତ ମରୁ,
ତା'ହେଲେ ଆମ୍ଭେ ତାହାଙ୍କ ସହିତ ବଞ୍ଚିବା।
12 ଯଦି ଆମ୍ଭେ ଯାତନା ସହିବା,
ତା'ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା।
ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା,
ତା'ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।
13 ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ,
ତଥାପି ସେ ବିଶ୍ୱସ୍ତ ହୋଇ ରହିବେ।
କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।
2010 by World Bible Translation Center