Revised Common Lectionary (Semicontinuous)
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
25 “ଏବଂ ମୁଁ ସେମାନଙ୍କ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ୟ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦେବି। ତାହାହେଲେ ସେମାନେ ନିରାପଦରେ ମରୁଭୂମିରେ ବାସ କରିବେ ଓ ବଣରେ ଶୟନ କରିବେ। 26 ପୁଣି ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହେବ। 27 କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସେମାନେ ନିଜ ଦେଶରେ ନିରାପଦରେ ରହିବେ। ଆଉ ମୁଁ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିବି ଓ ସେମାନଙ୍କୁ ଦାସତ୍ୱ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। 28 ପୁଣି ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଲୁଟିତ ହେବେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ। କିନ୍ତୁ ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ। 29 ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ। 30 ତାହାହେଲେ ସେମାନେ ହୃଦ୍ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।
31 “ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।
ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କର ପରିବାର
(ମାର୍କ 3:31-35; ଲୂକ 8:19-21)
46 ଯୀଶୁ ଯେତେବେଳେ ଏହିସବୁ କଥା ସେଠାରେ ଜମା ହୋଇଥିବା ଲୋକମାନଙ୍କୁ କହୁଥିଲେ, ସେତେବେଳେ ତାହାଙ୍କ ମା ଏବଂ ଭାଇ ଆସି ବାହାରେ ଠିଆ ହେଲେ। ସେମାନେ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ। 47 ଜଣେ କେହି ଯୀଶୁଙ୍କୁ କହିଲେ, “ତୁମ୍ଭର ମା ଏବଂ ଭାଇମାନେ ବାହାରେ ଅପେକ୍ଷା କରିଛନ୍ତି। ସେମାନେ ତୁମ୍ଭ ସହିତ କଥାବାର୍ତ୍ତା ହେବାକୁ ଗ୍ଭହୁଁଛନ୍ତି।”
48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?” 49 ତା'ପରେ ସେ ତାହାଙ୍କର ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼େଇ କହିଲେ, “ଏମାନେ ମୋର ମା ଓ ଭାଇ। 50 ଯିଏ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଇଚ୍ଛା ଅନୁସାରେ କାମ କରନ୍ତି, ସେ ମୋର ଭାଇ, ଭଉଣୀ ଓ ମା।”
2010 by World Bible Translation Center