Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 100

ଧନ୍ୟବାଦାର୍ଥକ ଗୀତ।

100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
    ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
    ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
    ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
    ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
    ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି।
    ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
    ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 40:1-11

ଇସ୍ରାଏଲର ଦଣ୍ଡ ସମାପ୍ତି

40 ତୁମ୍ଭର ପରମେଶ୍ୱର ଏହା କୁହନ୍ତି,
    “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ।
ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ।
    ‘ତାହାର ସଂଗ୍ରାମ ଶେଷ ହୋଇଛି
    ଓ ତାହାର ପାପକୁ କ୍ଷମା କରାଯାଇଛି।’
ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ
    ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।”

ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ,
“ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର।
    ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚି‌କ୍‌କଣ କର।
ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର,
    ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର।
ବକ୍ର ରାସ୍ତାକୁ ସଳଖ କର
    ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।
ତାହାହେଲେ ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ।
    ସମସ୍ତ ମାନବ ସମାଜ ସଦାପ୍ରଭୁଙ୍କ ଗୌରବ ଦେଖିବେ।
କାରଣ ସଦାପ୍ରଭୁ ନିଜେ ଏହା କହିଛନ୍ତି।”

ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।”
    ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?”
ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ।
    ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ।
ତୃଣ ଶୁଷ୍କ ହୁଏ ଓ ପୁଷ୍ପ ମ୍ଳାନ ହୁଏ।
    କାରଣ ତାହା ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ।
    ତେଣୁ ଲୋକମାନେ ନିଶ୍ଚିତ ତୃଣ ସ୍ୱରୂପ।
“ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ,
    ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।”

ପରିତ୍ରାଣ: ପରମେଶ୍ୱରଙ୍କ ସୁସମ୍ବାଦ

ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର,
    ଉଚ୍ଚ ପର୍ବତକୁ ଯାଅ।
ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର।
    ଜୋ‌ର୍‌ରେ କୁହ, ଭୟ କର ନାହିଁ।
ଯିହୁଦା ନଗରୀକୁ କୁହ,
    “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।”
10 ଦେଖ, ମୋର ପ୍ରଭୁ ସଦାପ୍ରଭୁ ସମସ୍ତ ପରାକ୍ରମ ନେଇ ଆସୁଛନ୍ତି
    ଓ ତାଙ୍କର ବାହୁ ବଳରେ ସେ କର୍ତ୍ତୃତ୍ୱ କରିବେ।
ଦେଖ, ତାଙ୍କ ସହିତ ତାଙ୍କର ପୁରସ୍କାର ଅଛି
    ଓ ତାଙ୍କ ଆଗେ ଆଗେ ତାଙ୍କର ପ୍ରତିଫଳ ଅଛି।
11 ମେଷଶାବକ ମେଷମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନେବେ।
    ମେଷ ଛୁଆମାନଙ୍କୁ ସେ ନିଜର ବାହୁ ବଳରେ ସଂଗ୍ରହ କରିବେ ଓ ନିଜର କୋଳରେ ସେମାନଙ୍କୁ ବହି ନେବେ।
    ସେମାନଙ୍କର ମାମାନେ ପଛେ ପଛେ ଯିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:1-9

22 ତା'ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି। ଏହା ନଗରୀର ରାଜପଥ ଦେଇ ତଳକୁ ବୋହିଯାଏ। ନଦୀର ଦୁଇ ପଟେ ଜୀବନ ବୃକ୍ଷ ଥିଲା। ଏହି ବକ୍ଷରେ ପ୍ରତିବର୍ଷ ବାର ଥର ଫଳ ଫଳେ। ଏହା ପ୍ରତିମାସ ଫଳ ଦିଏ। ଏହି ଗଛର ପତ୍ରଗୁଡ଼ିକ ଜାତିସମୂହର ସୁସ୍ଥତା ପାଇଁ ଅଟେ।

ସେଠାରେ ପରମେଶ୍ୱରଙ୍କ ଦ୍ୱାରା ବିଗ୍ଭରିତ ଦୋଷୀ ବିଷୟ ରହିବ ନାହିଁ। ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନ ସେଠାରେ ରହିବ। ତାହାଙ୍କର ସେବକମାନେ ତାହାଙ୍କୁ ଉପାସନା କରିବେ। ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ। ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।

ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି। ‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’”

ମୁଁ ଯୋହନ। ମୁଁ ଏସବୁ ଶୁଣିଛି ଓ ଦେଖିଛି। ପୁଣି କଥା ଶୁଣିବା ଓ ଦେଖିବା ପରେ ମୁଁ ଏସବୁ କହିବାଦୂତଙ୍କ ପାଦତଳେ ପ୍ରଣାମ କରିବା ପାଇଁ ପଡ଼ିଗଲି। କିନ୍ତୁ ସେହି ଦୂତ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ! ମୁଁ ତୁମ୍ଭର ପରି, ଓ ତୁମ୍ଭର ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ପରି ଜଣେ ସେବକ। ମୁଁ ସେହିମାନଙ୍କ ପରି ଜଣେ ସେବକ ଯିଏ, ଏହି ପୁସ୍ତକର ବାକ୍ୟଗୁଡ଼ିକୁ ପାଳନ କରେ। ତେଣୁ ତୁମ୍ଭେ କେବଳ ପରମେଶ୍ୱରଙ୍କୁ ପ୍ରଣାମ କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center