Revised Common Lectionary (Semicontinuous)
ଆସଫର ଏକ ପ୍ରଶଂସା ଗୀତ।
83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
ତୁମ୍ଭର କାନ ବନ୍ଦ କର ନାହିଁ!
ହେ ପରମେଶ୍ୱର, ଦୟାକରି କିଛି କୁହ!
2 ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
3 ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
4 ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”
9 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।
17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
ସର୍ବୋପରିସ୍ଥ ପରମେଶ୍ୱର ଅଟ।
ଶିଶୁ ମୋଶା
2 ଲେବୀ ବଂଶର ଜଣେ ଲୋକ ଥିଲେ। ଯିଏକି ସେହି ଲେବୀ ବଂଶର ଜଣେ କନ୍ୟାଙ୍କୁ ବିବାହ କଲେ। 2 ସେହି ସ୍ତ୍ରୀଲୋକ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ତାଙ୍କ ମାତା ଦେଖିଲେ ତାଙ୍କର ସେହି ପୁତ୍ର ବହୁତ ସୁନ୍ଦର ହୋଇଛି। ତେଣୁ ସେ ତାକୁ ତିନି ମାସ କାଳ ଲୁଗ୍ଭଇ ରଖିଲେ। 3 ଯେତେବେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଗ୍ଭଇ ପାରିଲା ନାହିଁ, ସେ ଏକ ଟୋକେଇ ତିଆରି କରି ତେଲ ଓ ରାଳ ଲେପନ କଲା। ସେ ସେହି ବାଳକଟିକୁ ଟୋକେଇରେ ରଖିଲା ଏବଂ ନଦୀର ନଳବନ ମଝିରେ ରଖିଲା। 4 ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା।
5 ଠିକ୍ ତା'ପରେ ଫାରୋଙ୍କର କନ୍ୟା ନଦୀକୁ ଗାଧୋଇବାକୁ ଗଲେ। ସେ ସେହି ନଳବନ ମଧ୍ୟରେ ଟୋକେଇଟିକୁ ପାଇଲେ। ତାଙ୍କର ଗ୍ଭକରାଣୀମାନେ ସେହି ନଦୀ କୂଳରେ ବୁଲୁଥିଲେ। ସେ ତାଙ୍କର ଜଣେ ଦାସୀକୁ ସେହି ପେଡ଼ିଟିକୁ ଆଣିବା ପାଇଁ କହିଲେ। 6 ରାଜାଙ୍କର କନ୍ୟା ଯେତେବେଳେ ସେହି ଟୋକେଇଟିକୁ ଖୋଲି ସେହି ଶିଶୁ ପୁତ୍ରକୁ ଦେଖିଲେ। ସେହି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା’ ପାଇଁ ବହୁତ ଦୁଃଖ କଲେ। ସେ କହିଲେ, “ଏହି ପିଲାଟି ଏବ୍ରୀୟ ମଧ୍ୟରୁ ଜଣକର ଅଟେ।”
7 ତା'ପରେ ସେହି ଶିଶୁଟିର ଭଉଣୀ ରାଜକନ୍ୟାଙ୍କୁ ପଗ୍ଭରିଲା, “ମୁଁ ଯାଇ ଏହି ଶିଶୁଟିକୁ ତା'ର ସ୍ତନ୍ୟପାନ କରାଇବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଆଣିପାରେ କି?”
8 ରାଜାଙ୍କର କନ୍ୟା କହିଲେ, “ହଁ, ଦୟାକରି ଡାକ।”
ତେଣୁ ସେହି ବାଳିକାଟି ଯାଇ ତା'ର ମାକୁ ଡାକି ଆଣିଲା।
9 ରାଜାଙ୍କର ଝିଅ ସେହି ମା’ଟିକୁ କହିଲେ, “ଏହି ଶିଶୁଟିକୁ ନିଅ ଏବଂ ମୋ’ ପାଇଁ ତାକୁ ଲାଳନ ପାଳନ କର, ଏଥିପାଇଁ ମୁଁ ତୁମ୍ଭକୁ ପାରିଶ୍ରମିକ ଦେବି।”
ତେଣୁ ସେହି ସ୍ତ୍ରୀ ଲୋକଟି ଶିଶୁଟିକୁ ନେଲା ଏବଂ ତାକୁ ଲାଳନ ପାଳନ କଲା। 10 ସେହି ଶିଶୁଟି ବଢ଼ିବାକୁ ଲାଗିଲା ଏବଂ କିଛି ଦିନ ପରେ ସେହି ସ୍ତ୍ରୀ ଲୋକଟି ରାଜକନ୍ୟାକୁ ସେହି ଶିଶୁଟିକୁ ଫେରାଇ ଦେଲା। ରାଜକନ୍ୟା ସେହି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା'ର ନାମ ମୋଶା ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।
ଶେଷ ନିର୍ଦ୍ଦେଶ ଓ ଅଭିନନ୍ଦନ
12 ଭାଇ ଓ ଭଉଣୀମାନେ! ଯେଉଁମାନେ ତୁମ୍ଭମାନଙ୍କ ସହିତ କଠୋର ପରିଶ୍ରମ କରୁଛନ୍ତି, ଓ ପ୍ରଭୁଙ୍କଠାରେ ତୁମ୍ଭକୁ ନେତୃତ୍ୱ ଦେଉଛନ୍ତି ଓ ତୁମ୍ଭକୁ ଉପଦେଶ ପ୍ରଦାନ କରୁଛନ୍ତି, ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମ୍ଭେ ନିବେଦନ କରୁଛୁ। 13 ତୁମ୍ଭମାନଙ୍କ ମଧ୍ୟରେ କାମ କରୁଥିବା ଯୋଗୁଁ, ସେମାନଙ୍କୁ ପ୍ରେମ କର ଓ ସେମାନଙ୍କୁ ବିଶେଷ ସମ୍ମାନ ଦେଖାଅ।
ପରସ୍ପର ଶାନ୍ତିରେ ରୁହ। 14 ଯେଉଁମାନେ କାମ କରୁ ନାହାନ୍ତି, ଭାଇ ଓ ଭଉଣୀମାନେ, ସେମାନଙ୍କୁ ସତର୍କ କରିଦିଅ। ଯେଉଁମାନେ ଭୟରେ ଅଛନ୍ତି, ସେମାନଙ୍କୁ ଉତ୍ସାହିତ କର। ଦୁର୍ବଳ ଲୋକଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଲୋକ ପାଇଁ ଧୈର୍ଯ୍ୟବାନ ହୁଅ। 15 ଦେଖ, ଯେପରି କେହି ଅପକାର ବଦଳରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।
16 ସଦାସର୍ବଦା ଆନନ୍ଦିତ ରୁହ। 17 କଦାପି ପ୍ରାର୍ଥନା କରିବା ବନ୍ଦ କର ନାହିଁ। 18 ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଥାଅ। ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ପାଇଁ ଏହା ଗ୍ଭହାନ୍ତି।
2010 by World Bible Translation Center