Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 83:1-4

ଆସଫର ଏକ ପ୍ରଶଂସା ଗୀତ।

83 ହେ ପରମେଶ୍ୱର, ତୁମ୍ଭେ ନୀରବ ରୁହ ନାହିଁ!
    ତୁମ୍ଭର କାନ ବନ୍ଦ କର ନାହିଁ!
    ହେ ପରମେଶ୍ୱର, ଦୟାକରି କିଛି କୁହ!
ହେ ପରମେଶ୍ୱର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି
    ଏବଂ ସେମାନେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି।
    ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
ସେହି ଶତ୍ରୁମାନେ କହନ୍ତି, “ଆସ ଆମ୍ଭେମାନେ ସେମାନଙ୍କୁ ପୁରାପୁରି ଧ୍ୱଂସ କରିଦେବା, ତେବେ ସେମାନେ ଗୋଟିଏ ଜାତି ହୋଇ ରହିବେ ନାହିଁ।
    ତାହାହେଲେ ଇସ୍ରାଏଲର ନାମକୁ କେହି ମନେପକାଇବେ ନାହିଁ।”

ଗୀତସଂହିତା 83:9-10

ହେ ପରମେଶ୍ୱର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ଯେପରି ମିଦିୟନମାନଙ୍କୁ,
    ସୀଷରା ଓ ଯାବୀନକୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
10 ସେମାନଙ୍କୁ ଐନଦୋର ନିକଟରେ ପରାସ୍ତ କଲ
    ଏବଂ ସେମାନଙ୍କ ଶରୀର ସେହି ସ୍ଥାନରେ ସଢ଼ି ଗଲା।

ଗୀତସଂହିତା 83:17-18

17 ହେ ପରମେଶ୍ୱର, ସେମାନଙ୍କୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର।
    ସେମାନଙ୍କୁ ଅପମାନିତ କର ଓ ବିନାଶ କର।
18 ଏହା ପରେ ସେମାନେ ଜାଣିବେ ଯେ,
    ଯାହାର ନାମ ଯିହୋବାଃ,
ତୁମ୍ଭେ ପ୍ରକୃତରେ, ସମୁଦାୟ ଭୂମଣ୍ଡଳରେ
    ସର୍ବୋପରିସ୍ଥ ପରମେଶ୍ୱର ଅଟ।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 4:8-24

ଏହା ପରେ ବାରକ୍ ଦବୋରାଙ୍କୁ କହିଲେ, “ମୁଁ ଯାଇ ଏପରି କରିବି ଯଦି ତୁମ୍ଭେ ମୋ’ ସହିତ ଯିବ। ଯଦି ତୁମ୍ଭେ ମୋ’ ସହିତ ନ ଯିବ ତେବେ ମୁଁ ଯିବି ନାହିଁ।”

ତେଣୁ ସେ କହିଲେ, “ମୁଁ ତୁମ୍ଭ ସହିତ ଯିବି। କିନ୍ତୁ ତୁମ୍ଭେ ଜାଣିବା ଉଚିତ୍ ଯେ, ତୁମ୍ଭର ପଥ ଗୌରବ ଆଡ଼କୁ ଯିବ ନାହିଁ। ସଦାପ୍ରଭୁ ଗୋଟିଏ ସ୍ତ୍ରୀଲୋକ ଦ୍ୱାରା ସୀଷରାକୁ ପରାସ୍ତ କରିବେ।”

ତେଣୁ ଦବୋରା ବାରକ୍ ସହିତ କେଦଶକୁ ଗଲେ। 10 ବାରକ୍ କେଦଶ ସହରର ସବୂଲୂନ୍ ପରିବାରବର୍ଗ ଓ ନପ୍ତାଲିର ଲୋକମାନଙ୍କୁ ଏକତ୍ରିତ କରିଥିଲେ। ଅତଏବ, ସେ 10,000 ସୈନ୍ୟ ଓ ଦବୋରା ତାଙ୍କ ସହିତ ସହାବସ୍ଥାନ କରିବା ହେଲେ।

11 ବର୍ତ୍ତମାନ ହେବର ନାମକ ଜଣେ ଲୋକ କେନୀୟରୁ ଥିଲେ। ସେ ଅନ୍ୟ କେନୀୟଙ୍କୁ ପରିତ୍ୟାଗ କଲେ। ସେମାନେ ହେବରର ବଂଶଧରଗଣ ଯେ କି ମୋଶାର ଶ୍ୱଶୁର ଥିଲେ। ହେବର, ସାନନ୍ନୀମ ନାମକ ଗୋଟିଏ ସ୍ଥାନ କେଦଶ ପାଖରେ ତାଙ୍କର ତମ୍ବୁ ଅଲୋନବୃକ୍ଷ ଦ୍ୱାରା ସ୍ଥାପନ କଲେ।

12 କେହି ଜଣେ ସୀଷରାକୁ କହିଲେ, ଯେ ବାରକ୍ ଅବିନୟମର ପୁତ୍ର ତାବୋର ପର୍ବତ ଉପରକୁ ଗଲେ। 13 ତେଣୁ ସୀଷରା ନିଜର 900 ରଥଗୁଡ଼ିକ ଓ ତାଙ୍କ ସହିତ ସମସ୍ତ ପୁରୁଷମାନେ ଏବଂ ହରୋଶୋ‌ତ୍‌ଠାରୁ କୀଶୋନ୍ ନଦୀ ପର୍ଯ୍ୟନ୍ତ ଅଗ୍ରସର ହେଲେ।

14 ଏହା ପରେ ଦବୋରା ବାରକକୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହେବେ ସୀଷରାକୁ ପରାସ୍ତ କରିବା ପାଇଁ, ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତୁମ୍ଭ ଆଗେ ଆଗେ ଗଲେ।” ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କୁ ତାବୋର ପର୍ବତର ପ୍ରଦେଶକୁ ଆଣିଲେ। 15 ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରାକୁ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକୁ ଓ ତାଙ୍କର ସୈନ୍ୟମାନଙ୍କ ପ୍ରତି ଦ୍ୱନ୍ଦ କଲେ। ସେମାନେ କ’ଣ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବାରକ୍ ଏବଂ ତାଙ୍କର ସୈନ୍ୟମାନେ ସୀଷରାର ସୈନ୍ୟମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷରା ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଦୌଡ଼ି ପଳାୟନ କଲେ। 16 ବାରକ୍ ସୀଷରା ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ଲଗାଇ ରଖିଲେ। ବାରକ୍ ତାଙ୍କ ଲୋକମାନଙ୍କ ସହିତ ହରୋଶୋତ୍, ହଶମୟ ପର୍ଯ୍ୟନ୍ତ ସେମାନଙ୍କୁ ପଛେ ପଛେ ଗୋଡ଼ାଇଲେ। ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଣ୍ତା ଦ୍ୱାରା ହଣା ହୋଇ ମଲେ। ଗୋଟିଏ ହେଲେ ବି ବଞ୍ଚିଲେ ନାହିଁ।

17 କିନ୍ତୁ ସୀଷରା ପଳାୟନ କଲା। ସେ ଯାୟେଲ ତମ୍ବୁକୁ ଦୌଡ଼ି ପଳାଇଲା। ଯାୟେଲ ହେଉଛି କେନୀୟ ହେବର ସ୍ତ୍ରୀ। ସେ ସମୟରେ ହା‌ତ୍‌ସୋରର ରାଜା ଯାବୀନ୍ ଓ କେନୀୟ ହେବରର ବଂଶ ମଧ୍ୟରେ ଐକ୍ୟ ଥିଲା। ତେଣୁ ସେ ସେଠାକୁ ଦୌଡ଼ି ପଳାଇଲା। 18 ଯାୟେଲ ଦେଖିଲେ ସୀଷରା ତାଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି। ତେଣୁ ସେ ବାହାରକୁ ଆସି ତାଙ୍କୁ ଦେଖା କଲେ। ଯାୟେଲ ସୀଷରାକୁ କହିଲେ, “ମହାଶୟ, ମୋର ତମ୍ବୁକୁ ଆସନ୍ତୁ, ଭୟ କରନ୍ତୁ ନାହିଁ।” ତେଣୁ ସେ ତମ୍ବୁ ଭିତରକୁ ଯିବା ମାତ୍ରେ ତାଙ୍କୁ ଯାୟେଲ ଏକ କମ୍ବଳ ଘୋଡ଼ାଇ ଦେଲେ।

19 ସୀଷରା ଯାୟେଲକୁ କହିଲେ, “ମୁଁ ଭାରି ତୃଷାର୍ତ୍ତ, ମୋତେ କିଛି ପାଣି ପିଇବାକୁ ଦିଅ।” ଯାୟେଲ ତାଙ୍କୁ ଏକ ଚମଡ଼ା ବୋତଲରେ କିଛି କ୍ଷୀର ପିଇବାକୁ ଦେଲେ ଓ ତା'ପରେ ତାକୁ କମ୍ବଳ ଘୋଡ଼ାଇ ଦେଲେ।

20 ତା'ପରେ ସୀଷରା ଯାୟେଲକୁ କହିଲା, “ଯାଅ, ତମ୍ବୁର ପ୍ରବେଶ ଦ୍ୱାରରେ ଠିଆ ହୁଅ। ଯଦି କେହି ଆସି ତୁମ୍ଭକୁ ପଗ୍ଭରନ୍ତି, ‘ଭିତରେ କେହି ଅଛନ୍ତି କି?’ ତୁମ୍ଭେ, କହିବା ଉଚିତ୍, ‘ନାଁ ଭିତରେ କେହି ନାହାନ୍ତି।’”

21 କିନ୍ତୁ ଯାୟେଲ ତମ୍ବୁର ଏକ ଖୁଣ୍ଟି ଓ ଏକ ହାତୁଡ଼ି ପାଇଲେ। ସୀଷରା କ୍ଳାନ୍ତରେ ଶୋଇଥିବା ସମୟରେ ଯାୟେଲ ଖୁଣ୍ଟିଟିକୁ ତା'ର ମୁଣ୍ଡରେ ଦେଇ ହାତୁଡ଼ିରେ ଆଘାତ କରନ୍ତେ ଖୁଣ୍ଟିଟି ସୀଷରାର ମୁଣ୍ଡରେ ଫୁଟି ମାଟିରେ ପଶିଗଲା! ଏହିପରି ଭାବରେ ସୀଷରା ମୃତ୍ୟୁବରଣ କଲା।

22 ଠିକ୍ ଏହା ପରେ ବାରକ୍ ସୀଷରାକୁ ଖୋଜି ଖୋଜି ତମ୍ବୁ ନିକଟରେ ପହଞ୍ଚିଲା। ଯାୟେଲ ତମ୍ବୁରୁ ବାହାରକୁ ଆସି ତାଙ୍କୁ ସାକ୍ଷାତ କଲା ଏବଂ କହିଲା, “ଭିତରକୁ ଆସ, ତୁମ୍ଭେ ଯେଉଁ ଲୋକକୁ ଖୋଜୁଅଛ ମୁଁ ତୁମ୍ଭକୁ ଦେଖାଇବି।” ତେଣୁ ବାରକ୍ ଯାୟେଲ ସହିତ ତମ୍ବୁ ଭିତରକୁ ପ୍ରବେଶ କଲା! ସେଠାରେ ସେ ତମ୍ବୁ ଖୁଣ୍ଟ ମୁଣ୍ଡରେ ପଶି ମୃତ୍ୟୁବରଣ କରିଥିବା ସୀଷରାର ମୃତ ଶରୀର ପଡ଼ିଥିବାର ସେ ପାଇଲା।

23 ସେହି ଦିନ, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଆଗରେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ। 24 ଦିନକୁ ଦିନ ଇସ୍ରାଏଲର ଲୋକମାନେ ଅଧିକ ପରାକ୍ରମରୁ ପରାକ୍ରମଶାଳୀ ହେଲେ, ସେମାନେ କିଣାନୀୟ ରାଜା ଯାବୀନକୁ ପରାସ୍ତ କଲେ ଏବଂ ଶେଷରେ ହତ୍ୟା କଲେ।

ରୋମୀୟଙ୍କ ପ୍ରତି ପତ୍ର 2:1-11

ପରମେଶ୍ୱର ବିଗ୍ଭର କରନ୍ତୁ

ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା'ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ। ପରମେଶ୍ୱର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଗ୍ଭର କରନ୍ତି। ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଗ୍ଭର ଠିକ୍ ଅଟେ। ତୁମ୍ଭେ ଭୁଲକାମ କରୁଥିବା ଲୋକଙ୍କର ନ୍ୟାୟବିଗ୍ଭର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ୟ ସେହିଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭର ନ୍ୟାୟବିଗ୍ଭର କରିବେ। ତୁମ୍ଭେ ବିଗ୍ଭରରୁ ରକ୍ଷା ପାଇ ପାରିବ ନାହିଁ। ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।

କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। ସେହି ଦିନ ଲୋକେ ପରମେଶ୍ୱରଙ୍କର ଠିକ୍ ନ୍ୟାୟବିଗ୍ଭର ଦେଖିବେ। ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ। କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ। କିନ୍ତୁ ଯେଉଁମାନେ ସ୍ୱାର୍ଥପର ଓ ସତ୍ୟକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ। ମନ୍ଦକାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଙ୍କଟରେ। ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 10 କିନ୍ତୁ ପରମେଶ୍ୱର, ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 11 ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center