Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ବିଗ୍ଭରକର୍ତ୍ତାମାନଙ୍କ ବିବରଣ 4:1-7

ଦବୋରା ବିଗ୍ଭର କାରିଣୀ

ଏହୂଦଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦକାର୍ଯ୍ୟମାନ ପୁନର୍ବାର କଲେ। ତେଣୁ ସଦାପ୍ରଭୁ ହା‌ତ୍‌ସୋରରେ ରାଜତ୍ୱକାରୀ କିଣାନୀୟ ରାଜା ଯାବୀ‌ନ୍‌ର ହସ୍ତରେ ଇସ୍ରାଏଲ ସନ୍ତାନଗଣକୁ ପରାସ୍ତ କରାଇଲେ। ଯାବୀ‌ନ୍‌ ହାରୋଶୋ‌ତ୍‌ରେ ରାଜତ୍ୱ କରୁଥିଲେ। ଅନ୍ୟ ଦେଶୀୟମାନଙ୍କ ହାରୋଶୋତ୍ ନିବାସୀ ସୀଷରା ତା'ର ସେନାପତି ଥିଲା। ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।

ସେହି ସମୟରେ ଦବୋରା ନାମକ ଜଣେ ଭବିଷ୍ୟ‌ଦ୍‌ବକ୍ତ୍ରୀ ଥିଲେ। ସେ ଲ‌ପ୍‌ପିଦୋତର ସ୍ତ୍ରୀ ଥିଲେ। ସେ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରପତି ହେଲେ। ଦିନେ, ଦବୋରା ଏକ ଖର୍ଜ୍ଜୁର ଗଛ ତଳେ ବସିଥିଲେ। ଇସ୍ରାଏଲର ଲୋକମାନେ ଗୋଟିଏ ମୀମାଂସା ପାଇଁ ତାଙ୍କ ନିକଟକୁ, ସୀଷରା ସମ୍ବନ୍ଧରେ ଆସିଲେ। ସେହି ଖର୍ଜ୍ଜୁର ଗଛଟି ରାମା ଓ ବୈଥେଲ୍ ମଧ୍ୟରେ ଇଫ୍ରୟିମ ପର୍ବତମୟ ଦେଶରେ ଅବସ୍ଥିତ ଥିଲା। ଦବୋରା ଏକ ଦୂତ ବାରକ ପାଖକୁ ପଠାଇଲେ। ସେ ତାଙ୍କୁ ଭେଟିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋୟମର ପୁତ୍ର ଥିଲେ। ବାରକ ନପ୍ତାଲି ସହରରେ କେଦଶରେ ବାସ କରୁଥିଲେ। ଦବୋରା ବାରକକୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, ‘ନପ୍ତାଲି ପରିବାରବର୍ଗ ଏବଂ ସବୂଲୂନର 10,000 ଲୋକଙ୍କୁ ଏକତ୍ରିତ କର ଓ ସେମାନଙ୍କୁ ତାବୋର ପର୍ବତକୁ ଆଗେଇ ନିଅ। ମୁଁ ଯାବୀ‌ନ୍‌ର ସେନାପତି ସୀଷରାକୁ ଆଗେଇ ନେବି, ତା'ର ରଥକୁ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖରେ ତୁମ୍ଭକୁ ଓ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି।’”

ଗୀତସଂହିତା 123

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:1-11

ପ୍ରଭୁଙ୍କ ଆଗମନ ପାଇଁ ପ୍ରସ୍ତୁତ ରୁହ

ଭାଇ ଓ ଭଉଣୀମାନେ! ସମୟଗୁଡ଼ିକ ଓ ତାରିଖଗୁଡ଼ିକ ବିଷୟରେ ଏବେ କିଛି ଲେଖିବାର ଆବଶ୍ୟକତା ନାହିଁ। କାରଣ ଏହା ତୁମ୍ଭେ ଭଲ ଭାବେ ଜାଣ ଯେ, ଜଣେ ଗ୍ଭେର ରାତିରେ ଆସିବା ଭଳି, ପ୍ରଭୁଙ୍କର ପୁନରାଗମନ ଦିନଟି ଆଶ୍ଚର୍ଯ୍ୟଜନକ ହେବ। ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ।

କିନ୍ତୁ ତୁମ୍ଭ ଭାଇ ଓ ଭଉଣୀମାନଙ୍କ ପାଇଁ ସେହି ଦିନଟି ଗ୍ଭେର ଆସିବା ଭଳି ଆଶ୍ଚର୍ଯ୍ୟର କଥା ହେବ ନାହିଁ, କାରଣ ତୁମ୍ଭେମାନେ ଅନ୍ଧକାରରେ ବାସ କରୁ ନାହଁ। ତୁମ୍ଭେ ସମସ୍ତେ ହେଉଛ ଆଲୋକର ସନ୍ତାନ ଓ ଦିନର ସନ୍ତାନ। ଆମ୍ଭେମାନେ ରାତ୍ରିରେ କିମ୍ବା ଅନ୍ଧକାରରେ ନାହୁଁ। ଅତଏବ ଆମ୍ଭେମାନେ ଅନ୍ୟ ଲୋକମାନଙ୍କ ଭଳି ଶୋଇ ରହିବା ଉଚିତ୍ ନୁହେଁ। ଆମ୍ଭେ ଜାଗ୍ରତ ରହିବା ଦରକାର। ନିଜ ଉପରେ ଆମ୍ଭର ସଂଯମ ଥିବା ଆବଶ୍ୟକ। ଯେଉଁ ଲୋକମାନେ ଶୁଅନ୍ତି, ସେମାନେ ରାତିରେ ଶୁଅନ୍ତି। ଯେଉଁମାନେ ମାତାଲ ହୁଅନ୍ତି, ସେମାନେ ରାତିରେ ମାତାଲ ହୁଅନ୍ତି। କିନ୍ତୁ ଆମ୍ଭେ ଦିନର ହୋଇଥିବାରୁ ନିଜକୁ ସଂଯମ କରିବା ଆବଶ୍ୟକ। ବିଶ୍ୱାସ ଓ ପ୍ରେମର ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।

ଯେହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କ କ୍ରୋଧର ବିଷୟ ହେବା ପାଇଁ ବାଛି ନାହାନ୍ତି। ବରଂ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ମୁକ୍ତି ପାଇବା ପାଇଁ ପରମେଶ୍ୱର ଆମ୍ଭକୁ ବାଛିଛନ୍ତି। 10 ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହି ପାରିବା ବୋଲି, ସେ ଆମ୍ଭ ପାଇଁ ମଲେ। ଯେତେବେଳେ ଯୀଶୁ ଆସିବେ, ସେହି ସମୟରେ ଆମ୍ଭେ ଜୀବିତ ରହିବା କି ମରିଯାଇଥିବା, ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ। 11 ଅତଏବ ପରସ୍ପରକୁ ସାନ୍ତ୍ୱନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ୟାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠାରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ୟ ସେଇଆ କରୁଛ।

ମାଥିଉ ଲିଖିତ ସୁସମାଗ୍ଭର 25:14-30

ତିନି ଜଣ ଗ୍ଭକରଙ୍କ ବିଷୟରେ କାହାଣୀ

(ଲୂକ 19:11-27)

14 “ସ୍ୱର୍ଗରାଜ୍ୟ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସେହି ଲୋକ ଯିବା ପୂର୍ବରୁ ତା'ର ଗ୍ଭକରମାନଙ୍କୁ ଡାକି ତା'ର ଅନୁପସ୍ଥିତିରେ ସମସ୍ତ ସମ୍ପତ୍ତିର ଯତ୍ନ ନେବାକୁ କହିଲେ। 15 କେଉଁ ଗ୍ଭକର କେତେ ଦାୟିତ୍ୱ ନେଇ ପାରିବ, ସେ କଥା ସେ ସ୍ଥିର କଲେ। ସେ ଜଣକୁ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଲେ। ଆଉ ଜଣକୁ ଦୁଇ ତୋଡ଼ା, ଓ ତୃତୀୟଙ୍କୁ ଗୋଟିଏ ତୋଡ଼ା ରୂପାଟଙ୍କା ଦେଲେ। ଗ୍ଭକରମାନଙ୍କର ସାମର୍ଥ୍ୟ ଅନୁସାରେ ସେମାନଙ୍କୁ କାମ ବାଣ୍ଟିଦେଇ ସେ ବୁଲିବାକୁ ଗ୍ଭଲିଗଲେ। 16 ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ନେଇଥିଲା, ସେ ତୁରନ୍ତ ସେହି ଟଙ୍କାକୁ ବ୍ୟବସାୟରେ ଲଗାଇଦେଲା। ସେ ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ଲାଭକଲା। 17 ସେହିଭଳି ଯେଉଁ ଗ୍ଭକରଟି ଦୁଇ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମଧ୍ୟ ଟଙ୍କାକୁ ବ୍ୟବସାୟରେ ଲଗାଇ ଆଉ ଦୁଇ ତୋଡ଼ା ରୂପାଟଙ୍କା ଲାଭ କଲା। 18 କିନ୍ତୁ ଯେଉଁ ଲୋକଟି କେବଳ ଗୋଟିଏ ମାତ୍ର ତୋଡ଼ା ରୂପାଟଙ୍କା ପାଇଥିଲା, ସେ ଯାଇ ତା’ ମାଲିକର ଧନକୁ ନେଇ ମାଟିରେ ଗୋଟିଏ ଗାତ ଖୋଳି ସେଥିରେ ଲୁଗ୍ଭଇ ରଖିଲା।

19 “ବହୁତ ଦିନ ପରେ ମାଲିକ ଘରକୁ ଫେରି ଆସିଲେ। ସେ ଗ୍ଭକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କାରେ କ’ଣ କଲେ, ତାହା ସେମାନଙ୍କୁ ପଗ୍ଭରିଲେ। 20 ଯେଉଁ ଗ୍ଭକରଟି ପାଞ୍ଚ ତୋଡ଼ା ରୂପାଟଙ୍କା ପାଇଥିଲା, ସେ ମାଲିକ ପାଖକୁ ଆଉ ଅଧିକ ପାଞ୍ଚ ତୋଡ଼ା ଆଣି ଦେଲା, ଗ୍ଭକରଟି କହିଲା ‘ଆପଣ ମୋତେ ପାଞ୍ଚ ତୋଡ଼ା ରୂପାଟଙ୍କା ଦେଇଥିଲେ। ମୁଁ ତା’ ଦ୍ୱାରା ଆଉ ପାଞ୍ଚ ତୋଡ଼ା ରୂପାଟଙ୍କା ରୋଜଗାର କରିଛି।’

21 “ମାଲିକ କହିଲେ, ‘ସାବାସ୍, ତୁମ୍ଭେ ବହୁତ ଭଲ, ଓ ବିଶ୍ୱାସଯୋଗ୍ୟ ଲୋକ। ତୁମ୍ଭେ ଅଳ୍ପ ଟଙ୍କାରେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ମୋ’ ଖୁସୀରେ ଭାଗୀ ହୁଅ।’

22 “ତା'ପରେ ଦୁଇ ତୋଡ଼ା ରୂପାଟଙ୍କା ପାଇଥିବା ଗ୍ଭକରଟି ମାଲିକ ପାଖକୁ ଆସିଲା। ଗ୍ଭକରଟି କହିଲା, ‘ଆପଣ ମୋତେ ଦୁଇ ତୋଡ଼ା ଟଙ୍କାର ଦାୟିତ୍ୱ ଦେଇଥିଲେ। ମୁଁ ଆଉ ଦୁଇ ତୋଡ଼ା ଟଙ୍କା ରୋଜଗାର କରିବା ପାଇଁ ଆପଣଙ୍କର ଦୁଇ ତୋଡ଼ା ଟଙ୍କା ବ୍ୟବହାର କରିଛି।’

23 “ମାଲିକ କହିଲେ, ‘ତୁମ୍ଭେ ଠିକ୍ କରିଛ। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭ ଉପରେ ବିଶ୍ୱାସ କରାଯାଇପାରେ। ଅଳ୍ପ ଟଙ୍କାରେ ତୁମ୍ଭେ ଭଲ କାମ କରିଛ। ତେଣୁ ମୁଁ ତୁମ୍ଭକୁ ବଡ଼ ବିଷୟର ଦାୟିତ୍ୱ ଦେବି। ଆସ, ମୋ’ ସହିତ ଖୁସୀରେ ଭାଗୀ ହୁଅ।’

24 “ତା'ପରେ ଗୋଟିଏ ତୋଡ଼ା ଟଙ୍କା ପାଇଥିବା ଲୋକଟି ମାଲିକଙ୍କ ପାଖକୁ ଆସିଲା। ସେ କହିଲା, ‘ମାଲିକ ମୁଁ ଜାଣେ ଯେ ଆପଣ ଜଣେ କଠୋର ବ୍ୟକ୍ତି। ରୋପଣ ନ କରି ମଧ୍ୟ ଆପଣ ଜମିରୁ ଫସଲ କାଟନ୍ତି। ବୀଜ ନ ବୁଣି ମଧ୍ୟ ଶସ୍ୟ ଏକାଠି କରନ୍ତି। 25 ତେଣୁ ମୁଁ ଭୟ କଲି। ମୁଁ ଯାଇ ଭୂମିରେ ଆପଣଙ୍କ ଟଙ୍କାତକ ଲୁଚେଇ ଦେଲି। ଆପଣ ମୋତେ ଦେଇଥିବା ତୋଡ଼ା ଟଙ୍କା ନିଅନ୍ତୁ।’

26 “ତା’ ମାଲିକ ତାକୁ କହିଲେ, ‘ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଗ୍ଭକର! ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନ ଥାଏ ସେଠାରେ ମଧ୍ୟ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନ ଥାଏ, ସେଠାରେ ଶସ୍ୟ ଏକାଠି କରେ। 27 ତେଣୁ ତୁମ୍ଭେ ମୋ’ ଟଙ୍କାକୁ ବ୍ୟାଙ୍କରେ ଜମା ରଖିଦେବା ଉଚିତ୍ ଥିଲା। ତା ହୋଇଥିଲେ ମୁଁ ଘରକୁ ଫେରିବା ପରେ ମୋ’ ଟଙ୍କା ଫେରି ପାଇଥା’ନ୍ତି। ତା’ ସହିତ ମୋ’ ଟଙ୍କାର ସୁଧ ମଧ୍ୟ ପାଇଥା’ନ୍ତି।’

28 “ତା'ପରେ ମାଲିକ ତାହାଙ୍କର ଅନ୍ୟ ଗ୍ଭକରମାନଙ୍କୁ କହିଲେ, ‘ସେହି ଗ୍ଭକରଠାରୁ ଟଙ୍କାର ଥଳିଟି ନେଇ, ଯାହାର ଦଶ ତୋଡ଼ା ଟଙ୍କା ଅଛି ତାକୁ ଦେଇଦିଅ। 29 ଯେଉଁ ଲୋକ ନିଜ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ, ତାକୁ ବହୁତ ଅଧିକ ଦିଆଯିବ। ତାହାଙ୍କୁ ତାହାଙ୍କର ଆବଶ୍ୟକତାଠାରୁ ବହୁତ ବେଶୀ ଦିଆଯିବ। କିନ୍ତୁ ଯେଉଁ ଲୋକ ତା’ ପାଖରେ ଥିବା ଜିନିଷର ଉପଯୁକ୍ତ ବ୍ୟବହାର କରେ ନାହିଁ, ତା'ଠାରୁ ଯାହାକିଛି ଅଛି, ସବୁକିଛି ଛଡ଼େଇ ନିଆଯିବ।’ 30 ତା'ପରେ ମାଲିକ କହିଲେ, ‘ସେ ଅଦରକାରୀ ଗ୍ଭକରକୁ ବାହାରେ ଅନ୍ଧକାରରେ ପକେଇ ଦିଅ। ସେଠାରେ ଲୋକମାନେ କାନ୍ଦିବେ ଏବଂ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରିବେ।’

Odia Holy Bible: Easy-to-Read Version (ERV-OR)

2010 by World Bible Translation Center