Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 123

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 5:1-12

ଦବୋରାର ସଙ୍ଗୀତ

ଇସ୍ରାଏଲ ସନ୍ତାନଗଣ ଯେଉଁ ଦିନ ସୀଷରାକୁ ପରାସ୍ତ କଲେ। ସେହି ଦିନ ଦବୋରା ଓ ବାରକ୍ ଅବୀନୋୟମର ପୁତ୍ର ଏହି ସଙ୍ଗୀତ ଗାନ କଲେ।

“ଇସ୍ରାଏଲର ପୁରୁଷମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ।
    ସେମାନେ ସୂତଃସ୍ପୁର୍ତ୍ତ ଭାବରେ ନିଜକୁ ଯୁଦ୍ଧ ପାଇଁ ଉତ୍ସର୍ଗ କଲେ।
ଏଥିପାଇଁ ତୁମେ ସଦାପ୍ରଭୁଙ୍କର ଧନ୍ୟବାଦ କର।

“ହେ, ରାଜଗଣ ଶୁଣ,
    ହେ ଭୂପତି ଗଣ କର୍ଣ୍ଣ ଡେର।
ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
    ମୁଁ ସଦାପ୍ରଭୁଙ୍କର ସଙ୍ଗୀତ ରଚନା କରିବି।
ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର
    ପ୍ରଶଂସା ଗାନ କରିବି।

“ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ,
    ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା।
ଆକାଶ ବିନ୍ଦୁ ପାତ କଲା
    ମେଘମାଳା ଜଳପାତ କଲା।
ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲା।
    ସୀନୟ ପର୍ବତ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ କମ୍ପନ କଲା!

“ଅନା‌ତ୍‌ର ପୁତ୍ର ଶ‌ମ୍‌ଗର ସମୟରେ
    ଏବଂ ଯାୟେଲ ସମୟରେ ମୁଖ୍ୟ ରାସ୍ତାଗୁଡ଼ିକ ଜନଶୂନ୍ୟ ହେଲା।
    ବେପାରୀମାନେ ଓ ପଥଗ୍ଭରିମାନେ ବକ୍ର ଉପପଥ ଦେଇ ଗମନ କଲେ।

“ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତାଗଣ ଶୂନ୍ୟ ଥିଲେ।
    ମୁଁ ଦବୋରା ଇସ୍ରାଏଲରେ ମାତୃତୁଲ୍ୟ ଉତ୍ପନ୍ନ ନ କରିବା ପର୍ଯ୍ୟନ୍ତ
    ସେମାନେ ଶୂନ୍ୟ ଥିଲେ।

“ପରମେଶ୍ୱର ନୂତନ ନେତାମାନଙ୍କୁ
    ନଗର ଦ୍ୱାରରେ ଯୁଦ୍ଧ କରିବାକୁ ମନୋନୀତ କଲେ।
ସମଗ୍ର ଇସ୍ରାଏଲର 40,000 ମଧ୍ୟରେ
    ଏକ ବର୍ଚ୍ଛା ବା ଢାଲ ଦେଖାଗଲା ନାହିଁ।

“ମୋର ହୃଦୟ ଇସ୍ରାଏଲର ଆଦେଶକର୍ତ୍ତାଙ୍କଠାରେ ଅଛି,
    ଯିଏ ଯୁଦ୍ଧ ପାଇଁ ନିଜ ଇଚ୍ଛା ପ୍ରକାଶ କଲେ,
ସଦାପ୍ରଭୁଙ୍କର ଧନ୍ୟବାଦ କର!

10 “ହେ ଶ୍ୱେତଗର୍ଦ୍ଦଭୀ-ଆରୋହୀମାନେ,
    ହେ ଗାଲିଗ୍ଭରେ ବସିବା ଲୋକମାନେ,
    ହେ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।
11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ,
    ଜଳକଢ଼ା ସ୍ଥଳମାନଙ୍କରେ ଲୋକମାନେ ସଦାପ୍ରଭୁଙ୍କର ଧର୍ମକ୍ରିୟା
ଓ ଇସ୍ରାଏଲ ମଧ୍ୟରେ ତାଙ୍କ ଶାସନ ସମ୍ବନ୍ଧୀୟ
    ଧର୍ମକ୍ରିୟା ସଂକୀର୍ତ୍ତନ କରିବେ।
ସେ ସମୟରେ ସଦାପ୍ରଭୁଙ୍କ ଲୋକମାନେ
    ନଗରଦ୍ୱାରକୁ ଓହ୍ଲାଇ ଆସିଲେ।

12 “ଜାଗ, ଜାଗ, ଦବୋରା!
    ଜାଗ, ଜାଗ, ଗାନ କର!
ଜାଗ ବାରକ୍!
    ଯାଅ ଏବଂ ତୁମ୍ଭର ଶତ୍ରୁମାନଙ୍କୁ ବନ୍ଦୀକର, ଅବୀନୋୟମର ପୁତ୍ର!

ମାଥିଉ ଲିଖିତ ସୁସମାଗ୍ଭର 12:43-45

ବର୍ତ୍ତମାନର ଲୋକମାନଙ୍କଠାରେ ମନ୍ଦଗୁଣ ଭରି ରହିଛି

(ଲୂକ 11:24-26)

43 “ଯେତେବେଳେ ଗୋଟିଏ ଭୂତ କୌଣସି ଲୋକଦେହରୁ ବାହାରି ଗ୍ଭଲି ଆସେ, ସେତେବେଳେ ସେ ପଥଭ୍ରଷ୍ଟ ହୋଇ ବିଶ୍ରାମ ନେବା ପାଇଁ ଶୁଖିଲା ଜାଗାଟିଏ ଖୋଜି ବୁଲେ, କିନ୍ତୁ ସେଭଳି ଜାଗାଟିଏ ତାକୁ ମିଳେ ନାହିଁ। 44 ସେତେବେଳେ ସେ କୁହେ, ‘ମୁଁ ମୋର ଯେଉଁ ପୁରୁଣା ଘର ଛାଡ଼ି ଗ୍ଭଲି ଆସିଛି, ପୁଣି ସେଠାକୁ ଫେରିଯିବି।’ ସେ ପୁଣି ଫେରି ଆସେ, ସେ ଦେଖେ ସେପର୍ଯ୍ୟନ୍ତ ମଧ୍ୟ ଘରଟି ଖାଲି ଅଛି। ସଫା ଅଛି ଏବଂ ସବୁ ଠି‌କ୍‌ଠା‌କ୍‌ ଅଛି। ତା'ପରେ ସେ ଯାଏ ଓ ତା'ଠାରୁ ଅଧିକ ଖରାପ ଆଉ ସାତୋଟା ଭୂତଙ୍କୁ ଡାକିଆଣେ। 45 ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସେଠାରେ ବସବାସ କରନ୍ତି। ସେତେବେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ହୋଇପଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସେହି ଏକାକଥା ଘଟିବ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center