Revised Common Lectionary (Semicontinuous)
ଏକ ଆରୋହଣ ଗୀତ।
123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
2 କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
3 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
4 ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।
16 ଏହା ପରେ ସଦାପ୍ରଭୁ ବିଗ୍ଭରକର୍ତ୍ତାଗଣଙ୍କୁ ସେମାନଙ୍କ ଉପରେ ନିଯୁକ୍ତି କଲେ। ଏବଂ ସେହି ବିଗ୍ଭରକର୍ତ୍ତାଗଣ, ସେମାନଙ୍କର ଧନସମ୍ପତ୍ତି ଯେଉଁମାନେ ନେଇଥିଲେ, ସେହି ଶତ୍ରୁମାନଙ୍କ ହାତରୁ ସେମାନଙ୍କୁ ଉଦ୍ଧାର କଲେ। 17 କିନ୍ତୁ ଇସ୍ରାଏଲର ଲୋକମାନେ, ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କ କଥାକୁ ଶୁଣିଲେ ନାହିଁ। ମାତ୍ର ସେମାନେ ଅନ୍ୟ ଦେବତାଗଣଙ୍କ ପଛରେ ବେଶ୍ୟାପରି ଗଲେ ଓ ପ୍ରଣାମ କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳରେ ସେମାନେ ସେ ପଥରୁ ଶୀଘ୍ର ବିମୁଖ ହେଲେ।
18 ସଦାପ୍ରଭୁ ଯେତେବେଳେ ସେମାନଙ୍କ ନିମନ୍ତେ ଜଣେ ବିଗ୍ଭରକର୍ତ୍ତାଙ୍କୁ ବାଛିଲେ, ସେ ତାଙ୍କ ସଙ୍ଗରେ ଥିଲେ ଓ ସେ ସେମାନଙ୍କ ବିଗ୍ଭରକର୍ତ୍ତାର ଜୀବନକାଳ ପର୍ଯ୍ୟନ୍ତ ସେମାନଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ହେଲେ, ଯେତେବେଳେ ସେମାନେ ଦୁଃଖ ଓ ତାଡ଼ନାରେ ଆସକ୍ତ ଥିଲେ। 19 କିନ୍ତୁ ଏହା ପରେ ପ୍ରତ୍ୟେକ ବିଗ୍ଭରକର୍ତ୍ତାଙ୍କ ମୃତ୍ୟୁପରେ, ଇସ୍ରାଏଲର ଲୋକମାନେ ପୁଣି ଥରେ ଦୁର୍ନୀତିଗ୍ରସ୍ତ ହେଲେ। ସେମାନେ ସେମାନଙ୍କର ପୂର୍ବପୁରୁଷଙ୍କଠାରୁ ଅତି ମନ୍ଦ ବ୍ୟବହାର କଲେ। ସେମାନେ ମିଥ୍ୟାବାଦୀ ଦେବତାଙ୍କୁ ଅନୁସରଣ କଲେ ଓ ପୂଜା ଆରାଧନା କଲେ। ସେମାନେ ସେମାନଙ୍କର ମନ୍ଦ ବିଗ୍ଭର କିମ୍ବା ସେମାନଙ୍କର ଜିଦ୍ଖୋର୍ ବଦଳାଇଲେ ନାହିଁ।
20 ତେଣୁ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ଉପରେ କ୍ଷୁବ୍ଧ ହେଲେ। ଏବଂ ସେ କହିଲେ, “ମୁଁ ଯେଉଁ ନିୟମ ତାଙ୍କ ପୂର୍ବପୁରୁଷଙ୍କ ସହିତ କରିଥିଲି, ଏହି ଜାତି ତାହା ଉଲଙ୍ଘନ କରିଛି। ସେମାନେ ମୋର କଥା ଶୁଣିଲେ ନାହିଁ। 21 ତେଣୁ ଯିହୋଶୂୟଙ୍କ ମରଣ କାଳରେ ଅବଶିଷ୍ଠ ଭୂମିକୁ ମୁଁ ଆଉ କେବେ କୌଣସି ଦେଶକୁ ତଡ଼ିବି ନାହିଁ। 22 ମୁଁ ଏହି ଜାତି ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବି, ଦେଖ, ଯଦି, ସେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯେମିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।” 23 ତେଣୁ ସଦାପ୍ରଭୁ ସେହି ଜାତିକୁ ଭୂମିରେ ରହିବା ପାଇଁ ଅନୁମତି ଦେଲେ। ସେ ସେମାନଙ୍କୁ ଜବରଦସ୍ତ ଶୀଘ୍ର ଦେଶ ପରିତ୍ୟାଗ କରାଇଲେ ନାହିଁ, ଅଥବା ଯିହୋଶୂୟଙ୍କ ହସ୍ତରେ ସମର୍ପଣ କଲେ ନାହିଁ।
8 ଏହା ପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ଯ୍ୟଙ୍କ ଉପରେ ଢାଳିଲେ। ସେଥିରେ ସୂର୍ଯ୍ୟକୁ, ମନୁଷ୍ୟମାନଙ୍କୁ ଅଗ୍ନିରେ ପୋଡ଼ି ଦେବାର କ୍ଷମତା ଦିଆଗଲା। 9 ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।
10 ପଞ୍ଚମ ଦୂତ ତାହାଙ୍କ ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ। ଏହା ଦ୍ୱାରା ପଶୁର ରାଜ୍ୟରେ ଅନ୍ଧକାର ଘୋଟିଗଲା। ଲୋକମାନେ ଯନ୍ତ୍ରଣାରେ ଜିଭ କାମୁଡ଼ିଲେ। 11 ସେମାନେ ତାହାଙ୍କ ଯନ୍ତ୍ରଣା ଓ ଘା ସକାଶେ ସ୍ୱର୍ଗରେ ଥିବା ପରମେଶ୍ୱରଙ୍କର ନିନ୍ଦା କଲେ। କିନ୍ତୁ ସେମାନେ ତାହାଙ୍କର ହୃଦୟ ପରିବର୍ତ୍ତନ କଲେ ନାହିଁ ଓ ନିଜର ମନ୍ଦ କାମ ପାଇଁ ଅନୁତାପ କଲେ ନାହିଁ।
12 ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢାଳିଲେ। ଏହା ଦ୍ୱାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା। 13 ତା'ପରେ ମୁଁ ତିନୋଟି ଅଶୁଚି ଆତ୍ମାଙ୍କୁ ଦେଖିଲି। ସେମାନେ ବେଙ୍ଗ ପରି ଦେଖାଯାଉଥିଲେ। ସେମାନେ ସେହି ଭୟଙ୍କର ସର୍ପ ମୁଖରୁ, ପଶୁ ମୁଖରୁ ଓ ଭଣ୍ଡଭବିଷ୍ୟଦ୍ବକ୍ତା ମୁଖରୁ ବାହାରି ଆସିଲେ। 14 ସେମାନେ ଭୂତର ଆତ୍ମା ଓ ସେମାନଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାର କ୍ଷମତା ଥିଲା। ସେମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ମହାଦିନର ଯୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସେମାନଙ୍କ ପାଖକୁ ଯାଆନ୍ତି।
15 “ଦେଖ! ମୁଁ ଗୋଟିଏ ଗ୍ଭେର ଭଳି ଆସିବି। ଯେ ମୋ’ ଅପେକ୍ଷାରେ ଗ୍ଭହିଁ ରହେ ଓ ନିଜର ବସ୍ତ୍ର ପ୍ରସ୍ତୁତ କରି ରଖିଥାଏ, ସେହି ଲୋକ ସୁଖୀ। ତେବେ ତାହାକୁ ଉଲଗ୍ନ ହୋଇ ଗ୍ଭଲିବାକୁ ପଡ଼ିବ ନାହିଁ ଓ ଲୋକମାନେ ତାହାର ଲଜ୍ଜା ଦେଖିବେ ନାହିଁ।’’
16 ସେହି ଭୂତାତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ କୁହା ଯାଉଥିବା ‘ହର୍ମିଗିଦ୍ଦୋନ୍’ ନାମକ ସ୍ଥାନରେ ଏକାଠି କଲେ।
17 ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାୟୁରେ ଢାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ୱର ଆସିଲା। ସେହି ସ୍ୱର କହିଲା, “ଏହା ସମାପ୍ତ ହେଲା।” 18 ତା'ପରେ ସେଠାରେ ବିଜୁଳି ଚମକିଲା, କୋଳାହଳ, ବଜ୍ରନାଦ ଓ ଏକ ଭୟଙ୍କର ଭୂମିକମ୍ପ ହେଲା। ଏଭଳି ଭୟଙ୍କର ଭୂମିକମ୍ପ ମନୁଷ୍ୟ ଇତିହାସରେ କେବେ ହୋଇ ନ ଥିଲା। 19 ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ। 20 ପ୍ରତ୍ୟେକ ଦ୍ୱୀପ ଉଭେଇ ଗଲା ଓ ସେଠାରେ ଗୋଟିଏ ହେଲେ ପର୍ବତ ରହିଲା ନାହିଁ। 21 ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରତ୍ୟେକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସେହି କୁଆପଥର ମହାମାରୀ ପାଇଁ ପରମେଶ୍ୱରଙ୍କୁ ନିନ୍ଦା କଲେ। ଏହି କ୍ଳେଶ ଅତି ଭୟାନକ ଥିଲା।
2010 by World Bible Translation Center