Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିହୋଶୂୟଙ୍କର ପୁସ୍ତକ 24:1-3

ଯିହୋଶୂୟ ବିଦାୟ ନେଲେ

24 ଯିହୋଶୂୟ ଇସ୍ରାଏଲ ବଂଶଗଣକୁ ଶିଖିମଠାରେ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ସମସ୍ତ ପ୍ରାଚୀନବର୍ଗ, ସେମାନଙ୍କର ପ୍ରାଚୀନମାନଙ୍କୁ ସେମାନଙ୍କର ବିଗ୍ଭରକର୍ତ୍ତାଗଣଙ୍କୁ ଏବଂ ସମସ୍ତ ଅଧ୍ୟକ୍ଷମାନଙ୍କୁ ଡକାଇ ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ କରାଇଲେ।

ଏହା ପରେ ଯିହୋଶୂୟ ସମସ୍ତ ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହୁଅଛି, ତାହା ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱର କହିଛନ୍ତି, ତୁମ୍ଭମାନଙ୍କୁ। ବହୁ ଦିନ ପୂର୍ବରୁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ ଓ ନାହୋରର ପିତା ତେରହ ପ୍ରଭୃତି ଇଉଫ୍ରେଟିସ୍ ନଦୀ ସେପାରିରେ ଅନ୍ୟ ଦେବତାମାନଙ୍କୁ ସେବା କରୁଥିଲେ। କିନ୍ତୁ ମୁଁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କୁ ସେ ଭୂମିରୁ ଆଣି ନଦୀ ଏପାରିରେ ରଖିଲି। ମୁଁ ତାଙ୍କୁ କିଣାନ ଦେଶର ସବୁଆଡ଼େ ଆଗେଇ ନେଲି, ଏବଂ ତା'ର ବଂଶକୁ ବହୁ ସନ୍ତାନ ଦେଲି। ଏବଂ ତାକୁ ମଧ୍ୟ ଏକ ପୁତ୍ର ଦେଲି ଯାହାର ନାମ ଇ‌‌ସ୍‌‌ହାକ।

ଯିହୋଶୂୟଙ୍କର ପୁସ୍ତକ 24:14-25

14 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣିଲ। ତେଣୁ ତୁମ୍ଭେ ସଦାପ୍ରଭୁଙ୍କୁ ଅନ୍ତରର ସହକାରେ ସେବା କର ଓ ସମ୍ମାନ ଦିଅ। ତୁମ୍ଭମାନଙ୍କର ପୂର୍ବପୁରୁଷ ମିଶରରେ ଥିବା ବେଳେ ସେବା କରୁଥିବା ଦେବତାଗଣଙ୍କୁ ଫରାତ୍ ନଦୀର ଅପର ପାର୍ଶ୍ୱକୁ ଫିଙ୍ଗିଦିଅ। ଏବଂ ବିନା ଦ୍ୱିଧାରେ ଏହି ସଦାପ୍ରଭୁଙ୍କୁ ସେବା କର।

15 “ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”

16 ଏହା ପରେ ସେହି ଲୋକମାନେ ଉତ୍ତର ଦେଲେ, “ଆମ୍ଭେମାନେ କେବେ ସଦାପ୍ରଭୁଙ୍କ ଅନୁସରଣରୁ ବିଚ୍ୟୁତ ହେବୁ ନାହିଁ। ଆମ୍ଭେମାନେ କଦାପି ଅନ୍ୟ ଦେବତାମାନଙ୍କୁ ପୂଜା କରିବୁ ନାହିଁ। 17 ଆମ୍ଭେମାନେ ଜାଣୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଥିଲେ। ଆମ୍ଭେମାନେ ସେଠାରେ କ୍ରୀତଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗରେ ସେଠାରେ ଏକ ଅ‌ଦ୍‌ଭୂତ କାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସେ ଦେଶରୁ ଆଣିଛନ୍ତି ଓ ଆମ୍ଭେମାନେ ଯେତେବେଳେ ଅନ୍ୟ ଦେଶକୁ ଗଲୁ, ଆମ୍ଭକୁ ବିପଦରୁ ସୁରକ୍ଷା ପ୍ରଦାନ କରିଛନ୍ତି। 18 ସଦାପ୍ରଭୁ ଆମ୍ଭମାନଙ୍କୁ ସହାୟ ହେଲେ, ସେମାନଙ୍କୁ ପରାସ୍ତ କରିବା ପାଇଁ, ଯେଉଁମାନେ ଏହି ଦେଶରେ ବାସ କରୁଥିଲେ। ସଦାପ୍ରଭୁ ଏହି ଦେଶନିବାସୀ ଇମୋରୀୟମାନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି, ଯେଉଁଠାରେ ଆମ୍ଭେ ବର୍ତ୍ତମାନ ବାସ କରୁଅଛୁ। ତେଣୁ ଆମ୍ଭେ ସଦାପ୍ରଭୁଙ୍କୁ ସେବା କରିବା ଉଚିତ୍, ଯେହେତୁ ସେ ହେଉଛନ୍ତି ଆମ୍ଭର ସଦାପ୍ରଭୁ ପରମେଶ୍ୱର।”

19 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଏହା ସତ୍ୟ ନୁହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କର ସେବା କରିବାକୁ ସକ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ପରମେଶ୍ୱର ପବିତ୍ର। ଅନ୍ୟ ଦେବତାର ସେବା କଲେ ପରମେଶ୍ୱର ତାଙ୍କର ଲୋକମାଲଙ୍କୁ ଘୃଣା କରନ୍ତି। ସଦାପ୍ରଭୁ ତୁମ୍ଭକୁ କ୍ଷମା କରିବେ ନାହିଁ, ଯଦି ତୁମ୍ଭେମାନେ ଏହିପରି ଭାବରେ ତାଙ୍କର ବିରୁଦ୍ଧାଚରଣ କର। 20 ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବିଦେଶୀୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭର ଅମଙ୍ଗଳ କରିବେ। ସେ ତୁମ୍ଭର ମଙ୍ଗଳ କରିଥିଲେ ହେଁ ସେ ତୁମ୍ଭକୁ ସଂହାର କରିବେ।”

21 କିନ୍ତୁ ସେହି ଲୋକମାନେ ଯିହୋଶୂୟଙ୍କୁ କହିଲେ, “ନା, ଆମ୍ଭେମାନେ ସଦାପ୍ରଭୁଙ୍କୁ ହିଁ ସେବା କରିବୁ।”

22 ଏହା ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ନିଜ ପାଇଁ ନିଜେ ସାକ୍ଷୀ କି? ତୁମ୍ଭେ ସଦାପ୍ରଭୁଙ୍କ ସେବା ଉପାସନା କରୁଛ ବୋଲି?”

ଲୋକମାନେ ଉତ୍ତର ଦେଇ କହିଲେ, “ହଁ, ଏହା ସତ୍ୟ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ ରହିଲୁ। ଆମ୍ଭେମାନେ ସଦାପ୍ରଭୁଙ୍କର ଉପାସନା କରିବୁ।”

23 ଏହା ପରେ ଯିହୋଶୂୟ କହିଲେ, “ତୁମ୍ଭମାନଙ୍କ ମଧ୍ୟରେ ଥିବା ଭଣ୍ତ ଦେବତାମାନଙ୍କୁ ଫୋପାଡ଼ି ଦିଅ ଏବଂ ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କର।”

24 ଏହା ପରେ ଲୋକମାନେ ଯିହୋଶୂୟଙ୍କୁ କହିଲେ, “ଆମ୍ଭେମାନେ ସଦାପ୍ରଭୁ ପରମେଶ୍ୱରଙ୍କୁ ଉପାସନା କରିବୁ। ଆମ୍ଭେ ସଦାପ୍ରଭୁଙ୍କର ବାକ୍ୟ ମାନି ଚଳିବୁ।”

25 ତେଣୁ ସେହି ଦିନ ଯିହୋଶୂୟ ସେହି ଲୋକମାନଙ୍କ ସହିତ ଏକ ଚୁକ୍ତି କଲେ। ଯିହୋଶୂୟ ଏହି ଚୁକ୍ତିନାମା ଶିଖିମ୍ ସହରରେ କଲେ। ଏହା ସେମାନଙ୍କ ପାଇଁ ଅନୁସରଣ କରିବାର ଏକ ନିୟମ ସ୍ୱରୂପ ହେଲା।

ଗୀତସଂହିତା 78:1-7

ଅଫସର ମସ୍କୀଲ୍।

78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
    ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
    ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
    ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
    ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
    ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।
ସଦାପ୍ରଭୁ ଯାକୁବ ସହିତ ଏକ ଚୁକ୍ତି କଲେ।
    ପରମେଶ୍ୱର ଇସ୍ରାଏଲକୁ ବ୍ୟବସ୍ଥା ପ୍ରଦାନ କଲେ।
ପରମେଶ୍ୱର ଆମ୍ଭର ପୂର୍ବପୁରୁଷମାନଙ୍କୁ ଆଜ୍ଞା ଦେଲେ,
    ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦେବା ସମ୍ବନ୍ଧେ।
ଏପରିକି ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଜଣାଇବେ।
    ତା'ପରେ ସେମାନେ ଯେବେ ବଡ଼ ହେବେ ସେମାନଙ୍କର ପିଲାମାନଙ୍କୁ କହିବେ।
ତେଣୁ ସମସ୍ତ ଲୋକ ପରମେଶ୍ୱରଙ୍କର ଆଜ୍ଞା ମାନିବେ।
    ସେମାନେ କଦାପି ଭୁଲିବେ ନାହିଁ ଯେ ପରମେଶ୍ୱର କ’ଣ କରିଥିଲେ।
    ସେମାନେ ଯତ୍ନ ସହକାରେ ପରମେଶ୍ୱରଙ୍କ ଆଜ୍ଞାସବୁ ପାଳନ କରିବେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:13-18

ପ୍ରଭୁଙ୍କର ଆଗମନ

13 ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟରେ ତୁମ୍ଭେମାନେ ଅଜ୍ଞାତ ରୁହ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭେମାନେ ଦୁଃଖୀ ହୁଅ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। 14 ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ମଲେ। କିନ୍ତୁ ଆମ୍ଭେ ବିଶ୍ୱାସ କରୁ ଯେ, ଯୀଶୁ ପୁନରୁ‌ତ୍‌‌ଥିତ ହେଲେ। ଅତଏବ, ଯୀଶୁଙ୍କ ହେତୁ ଯୀଶୁଙ୍କ ସହିତ ମୃତ ବ୍ୟକ୍ତିମାନଙ୍କୁ ପରମେଶ୍ୱର ଏକାଠି ଆଣିବେ।

15 ଆମ୍ଭେ ଏବେ ତୁମ୍ଭମାନଙ୍କୁ ପ୍ରଭୁଙ୍କ ନିଜ ଶିକ୍ଷା କହୁଛୁ। ପ୍ରଭୁ ପୁନର୍ବାର ଆସିବା ବେଳେ ଆମ୍ଭମାନଙ୍କ ଭିତରୁ ଯେଉଁମାନେ ବର୍ତ୍ତମାନ ଜୀବିତ, ସେମାନେ ସେ ପର୍ଯ୍ୟନ୍ତ ଜୀବିତ ରହିଥିବେ। ଆମ୍ଭେ ଯେଉଁମାନେ ଜୀବିତ ଥିବୁ, ପ୍ରଭୁଙ୍କ ସହିତ ରହିବୁ ଏହା ସତ୍ୟ; କିନ୍ତୁ ଯେଉଁମାନେ ମରି ଯାଇଛନ୍ତି, ସେମାନେ ଆମ୍ଭମାନଙ୍କ ପୂର୍ବରୁ ତାହାଙ୍କ ଉପସ୍ଥିତି ମଧ୍ୟକୁ ଯିବେ। 16 ସ୍ୱର୍ଗରୁ ପ୍ରଭୁ ନିଜେ ଓହ୍ଲାଇ ଆସିବେ। ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ହେବ। ମୁଖ୍ୟ ସ୍ୱର୍ଗଦୂତଙ୍କ ସ୍ୱର ଓ ପରମେଶ୍ୱରଙ୍କ ତୂରୀନାଦ ମାଧ୍ୟମରେ ଏହି ଆଦେଶ ଦିଆ ହେବ। ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଥାଇ ମରିଛନ୍ତି, ସେମାନେ ପ୍ରଥମରେ ପୁନରୁ‌ତ୍‌‌ଥିତ ହେବେ। 17 ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହେବା। ଆମ୍ଭକୁ ମେଘମାଳା ଭିତରକୁ ନିଆଯିବ ଓ ସେଠାରେ ବାୟୁମଣ୍ଡଳରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ। 18 ଏବଂ ଆମ୍ଭେ ପ୍ରଭୁଙ୍କ ସହିତ ସବୁ ଦିନ ପାଇଁ ରହିବୁ। ଅତଏବ ଏହିସବୁ କଥା କହି ପରସ୍ପରକୁ ସାନ୍ତ୍ୱନା ଦିଅ।

ମାଥିଉ ଲିଖିତ ସୁସମାଗ୍ଭର 25:1-13

ଦଶ ଜଣ କୁମାରୀ ଝିଅଙ୍କ କାହାଣୀ

25 “ସେ ସମୟରେ ସ୍ୱର୍ଗରାଜ୍ୟ, ବର ଖୋଜିବାକୁ ବାହାରିଥିବା ଦଶ ଜଣ କୁମାରୀ ଝିଅଙ୍କ ଭଳି ହେବ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସେମାନେ ତାହାଙ୍କ ସହିତ ଦୀପ ଆଣିଥିଲେ, ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚତୁର ଥିଲେ। ବୋକୀ ଝିଅ ପାଞ୍ଚ ଜଣ ସେମାନଙ୍କ ସାଥୀରେ ଦୀପ ସିନା ନେଇଥିଲେ, କିନ୍ତୁ ଦୀପ ଜାଳିବା ପାଇଁ ବେଶୀ ତେଲ ଆଣି ନ ଥିଲେ। ଚତୁର ଝିଅ ପାଞ୍ଚ ଜଣ ଦୀପ ତ ନେଇଥିଲେ, ତା'ଛଡ଼ା କାଚ ପାତ୍ରରେ ଅଧିକ ତେଲ ନେଇଥିଲେ। ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ।

“ଅଧ ରାତିରେ ଜଣେ କେହି ଘୋଷଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।

“ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। ବୋକୀ ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ‘ତୁମ୍ଭ ତେଲରୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତେଲ ପ୍ରାୟ ସରିଯାଇଛି।’

“ଚତୁର ଝିଅମାନେ କହିଲେ, ‘ନା, ନା, ଆମ୍ଭ ତେଲ ଆମ୍ଭ ସମସ୍ତଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ବରଂ ତୁମ୍ଭେମାନେ ଦୋକାନକୁ ଯାଇ ନିଜ ପାଇଁ କିଛି ତେଲ କିଣିଆଣ।’

10 “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା।

11 “ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’

12 “କିନ୍ତୁ ବର ଉତ୍ତର ଦେଲେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ତୁମ୍ଭକୁ ଚିହ୍ନି ନାହିଁ।’

13 “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center