Revised Common Lectionary (Semicontinuous)
ପଞ୍ଚମ ପୁସ୍ତକ
(ଗୀତସଂହିତା 107–150)
107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
2 ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
3 ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।
4 ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
କିନ୍ତୁ ସେମାନେ ପାଇଲେ ନାହିଁ।
5 ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
6 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
7 ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
ଏବଂ ଭଲ ଫସଲ ଅମଳ କରି ପାରନ୍ତି।
15 ସେହି ସ୍ତ୍ରୀଲୋକଟିର ଘର ନଗରର ପ୍ରାଚୀର ଉପରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀଲୋକଟି ଏକ ଦଉଡ଼ି ସାହାଯ୍ୟରେ ଝରକା ଦେଇ ଏ ଲୋକମାନଙ୍କୁ ଖସି ଯିବାକୁ ସାହାଯ୍ୟ କଲା। 16 ତା'ପରେ ସେ ସ୍ତ୍ରୀଲୋକଟି କହିଲା, “ପର୍ବତମୟ ଦେଶ ମଧ୍ୟକୁ ଯାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକୁ ସକ୍ଷମ ହେବେ ନାହିଁ। ସେଠାରେ ତିନି ଦିନ ଲୁଚି ରୁହ, ଯେତେବେଳେ ରାଜାଙ୍କର ଲୋକମାନେ ଫେରି ଆସିବେ ତୁମ୍ଭେମାନେ ତୁମ୍ଭ ବାଟରେ ଗ୍ଭଲିଯିବ।”
17 ସେମାନେ ସ୍ତ୍ରୀଲୋକଟିକୁ କହିଲେ, “ଆମ୍ଭେ ତୁମ୍ଭକୁ କଥା ଦେଇଛୁ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରୁ ମୁକ୍ତ ହୋଇ ପାରିବୁ। 18 ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ରକ୍ଷା କରିଛ, ଆମ୍ଭେମାନେ ଏ ଦେଶକୁ ଆସିବା ବେଳେ ତୁମ୍ଭେ ସେହି ଝରକାରେ ଏହି ନାଲିଧଡ଼ି ଫିତା ବାନ୍ଧି ରଖିଥିବ। ପୁଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କୁ ତୁମ୍ଭର ନିକଟରେ ଏକତ୍ର କରିବ। 19 ଆମ୍ଭେ ସମସ୍ତଙ୍କୁ ସୁରକ୍ଷା ଦେବୁ, ଯେଉଁମାନେ କି ତୁମ୍ଭ ନିକଟରେ ଥିବେ। ଯଦି ତୁମ୍ଭ ସ୍ୱଗୃହରେ କେହି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାୟୀ ରହିବୁ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକୁ ଯାଏ, ତାକୁ ହୁଏତ ହତ୍ୟା କରାଯିବ। ଆମ୍ଭେମାନେ ସେ ଲୋକର ମୃତ୍ୟୁ ପାଇଁ ଦାୟୀ ହେବୁ ନାହିଁ। ଏହା ତା'ର ନିଜର ଭୁଲ ହେବ। 20 ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ କରୁଅଛୁ। ଆମ୍ଭେ ଯାହା କରିଅଛୁ, ଯଦି ତୁମ୍ଭେ ଏହା କାହା ଆଗରେ ପ୍ରକାଶ କର, ତେବେ ଆମ୍ଭେ ଏ ଚୁକ୍ତିରୁ ବିରତ ହେବୁ।”
21 ସେ ସ୍ତ୍ରୀଲୋକଟି ଉତ୍ତର ଦେଇ କହିଲା, “ତୁମ୍ଭେ ଯାହା କହିଲ ମୁଁ ଠିକ୍ ସେହିପରି କରିବି।” ସ୍ତ୍ରୀଲୋକଟି ସେମାନଙ୍କୁ ବିଦାୟ ଦେଲା, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ୟାଗ କଲେ। ତା'ପରେ ସେହି ସ୍ତ୍ରୀଲୋକ ଜଣକ ସେହି ନାଲି ଧଡ଼ି ଫିତାଟିକୁ ସେହି ଝରକାରେ ବାନ୍ଧି ରଖିଲା।
22 ସେହି ଲୋକମାନେ ସେ ସ୍ଥାନ ପରିତ୍ୟାଗ କରି ପର୍ବତରେ ପହଞ୍ଚିଲେ। ସେମାନେ ସେଠାରେ ତିନି ଦିନ ରହିଲେ, ରାଜାଙ୍କର ଲୋକମାନେ ସେମାନଙ୍କୁ ଗ୍ଭରିଆଡ଼େ ଖୋଜା ଖୋଜି କଲେ। ତିନି ଦିନ ପରେ, ରାଜାଙ୍କ ଲୋକମାନେ ଖୋଜିବା ବନ୍ଦ କରି ନିଜ ସହରକୁ ପ୍ରତ୍ୟାବର୍ତ୍ତନ କଲେ। 23 ସେହି ଦୁଇଜଣ ଲୋକ ପର୍ବତରୁ ଓହ୍ଲାଇ ନଦୀ ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଫେରି ଆସିଲେ। ଯାହାସବୁ ଘଟିଥିଲା, ସେମାନେ ତାହା ବର୍ଣ୍ଣନା କଲେ। 24 ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”
13 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ। 14 [a]
15 “ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖୋଜି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହୋଇ ଗ୍ଭଲିଯାଉଛ। ଯେତେବେଳେ ସେଭଳି ଲୋକଟିଏ ପାଇ ଯାଉଛ ସେତେବେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କେବଳ ନର୍କର ଅଧିକାରୀ ହେବ।
16 “ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କେହି ଲୋକ ଉପାସନା ମନ୍ଦିର ନାମରେ ରାଣ ପକାଇ ଶପଥ କରିଥାଏ, ତେବେ ତାକୁ ସେହି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମରେ ରାଣ ପକାଇ ଶପଥ କରେ, ତେବେ ସେ ନିଶ୍ଚୟ ସେହି ଶପଥ ରକ୍ଷା କରିବ’। 17 ତୁମ୍ଭେମାନେ ଅନ୍ଧ ଓ ମୂର୍ଖ! ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସେହି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।
18 “ତୁମ୍ଭେମାନେ କହିଥାଅ, ‘ଯଦି କେହି ବେଦୀନାମରେ ଶପଥ ନିଏ, ତେବେ ତା'ର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବେଦୀ ଉପରେ ରଖାଯାଇଥିବା ଉପହାର ନାମରେ ଶପଥ ନିଏ, ତେବେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ’। 19 ତୁମ୍ଭେମାନେ ଅନ୍ଧ। ତୁମ୍ଭେ କିଛି ବୁଝି ନାହଁ। ବଡ଼ କିଏ? ବେଦୀ ନା ଉପହାର? ବେଦୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବେଦୀ ବଡ଼। 20 “ଏଣୁ ଯଦି କେହି ବେଦୀ ନାମରେ ଶପଥ କରେ, ତେବେ ସେ ବେଦୀ ସହିତ ବେଦୀ ଉପରେ ଯାହା ରଖାଯାଇଥାଏ, ସେ ସମସ୍ତଙ୍କ ନାମରେ ଶପଥ କରିଥାଏ। 21 ଯେଉଁ ଲୋକ ମନ୍ଦିର ନାମରେ ଶପଥ କରେ, ସେ ମନ୍ଦିର ଭିତରେ ଜଣେ ଯିଏ ଅଛନ୍ତି, ତାହାଙ୍କ ନାମରେ ଶପଥ ନେଇଥାଏ। 22 ଏବଂ ଯେଉଁ ଲୋକ ସ୍ୱର୍ଗ ନାମରେ ଶପଥ ନେଇଥାଏ, ସେ ପରମେଶ୍ୱରଙ୍କ ସିଂହାସନ ସହିତ ସେହି ସିଂହାସନ ଉପରେ ଯିଏ ବିରାଜମାନ, ତାହାଙ୍କ ନାମରେ ମଧ୍ୟ ଶପଥ ନେଇଥାଏ।
23 “ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖରେ ଯାହା ଅଛି, ତା'ର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ୟ ଦଶ ଭାଗରୁ ଏକ ଭାଗ ତୁମ୍ଭେ ପରମେଶ୍ୱରଙ୍କୁ ଦେଉଛ, କିନ୍ତୁ ତୁମ୍ଭେମାନେ ନିୟମର ଅଧିକ ନ୍ୟାୟ, ଦୟା ଓ ବିଶ୍ୱାସ ଭଳି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁ ନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚିତ୍। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ୟ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚିତ୍। 24 ତୁମ୍ଭେମାନେ ଲୋକଙ୍କୁ ମାର୍ଗ ବତାଉଛ, କିନ୍ତୁ ତୁମ୍ଭେମାନେ ନିଜେ ଅନ୍ଧ। ତୁମ୍ଭେମାନେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।
25 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେମାନେ ଧିକ! ତୁମ୍ଭେମାନେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥରେ ପୂର୍ଣ୍ଣ କରୁଛ। 26 ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ୟ ସଫା ହୋଇ ପାରିବ।
27 “ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳାରଙ୍ଗ ବୋଳା ହୋଇଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦେଖାଯାଏ। କିନ୍ତୁ ସମାଧି ଭିତର ମଲା ଲୋକର କେବଳ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା’ ଭିତରେ ଥାଏ। 28 ଠିକ୍ ସେହିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦେଖା ଯାଉଛ, କିନ୍ତୁ ଭିତରେ ତୁମ୍ଭେ ଚ୍ଛନ୍ଦ କପଟ ଓ ଖରାପ ଗୁଣରେ ପରିପୂର୍ଣ୍ଣ।
2010 by World Bible Translation Center