Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 90:1-6

ଚତୁର୍ଥ ପୁସ୍ତକ

(ଗୀତସଂହିତା 90–106)

ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।

90 ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
    ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
    ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।

ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
    ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
    ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
    ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
    ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।

ଗୀତସଂହିତା 90:13-17

13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
    ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
    ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
    ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
    ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
    ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
    ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

ଦ୍ୱିତୀୟ ବିବରଣ 32:1-14

32 “ହେ ଆକାଶମଣ୍ତଳ ଶୁଣ, ମୁଁ କହିବି,
    ପୃଥିବୀ ମୋର ବାକ୍ୟ ଶୁଣ।
ମୋର ଉପଦେଶ ବର୍ଷା ପରି ବର୍ଷିବ।
    ମୋର ବାଣୀ ଶିଶିର ପରି କ୍ଷରିବ।
ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ
    ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।
ମୁଁ ସଦାପ୍ରଭୁଙ୍କ ନାମ ପ୍ରଗ୍ଭର କରିବି,
    ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର।

“ସେତ ଶୈଳ, ତାଙ୍କର କର୍ମ ସିଦ୍ଧ।
    କାରଣ ତାଙ୍କର ସକଳ ପଥ ଯଥାର୍ଥ।
ସେ ବିଶ୍ୱସ୍ତ ଓ ନ୍ୟାୟବାନ୍ ପରମେଶ୍ୱର।
    ସେ ଉତ୍ତମ ଓ ସତ୍ୟ।
ସେମାନେ ତାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି।
    ସେମାନେ ତାଙ୍କର ସନ୍ତାନ ନୁହନ୍ତି।
    ମାତ୍ର ସନ୍ତାନମାନଙ୍କର କଳଙ୍କ, ସେମାନେ ବିପଥଗାମୀ ଓ କୁଟିଳ ବଂଶ।
ହେ ମୂର୍ଖ ଓ ଅଜ୍ଞାନ ଲୋକେ,
    ତୁମ୍ଭେମାନେ କି ସଦାପ୍ରଭୁଙ୍କୁ ଏପରି ପରିଶୋଧ କରୁଅଛ?
ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା ନୁହନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନୁହନ୍ତି,
    ଯିଏ ତୁମ୍ଭଙ୍କୁ ସ୍ଥାପିତ କରିଛନ୍ତି।

“ପୂର୍ବକାଳର ଦିନସବୁ ସ୍ମରଣ କର,
    ଗତ ବହୁ ପୁରୁଷର ବର୍ଷ ବିବେଚନା କର।
ତୁମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ।
    ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସେମାନେ ତୁମ୍ଭକୁ କହିବେ।
ସର୍ବୋପରିସ୍ଥ ପରମେଶ୍ୱର ଯେତେବେଳେ ଗୋଷ୍ଠୀୟ ଲୋକମାନଙ୍କୁ
    ସେମାନଙ୍କ ଅଧିକାର ଦେଲେ,
ଯେତେବେଳେ ସେ ମନୁଷ୍ୟ ସନ୍ତାନ[a]ମାନଙ୍କୁ ପୃଥକ କଲେ।
    ସେତେବେଳେ ସେ ଇସ୍ରାଏଲର ସଂଖ୍ୟା ଅନୁସାରେ ସୀମା ସ୍ଥାପନ କଲେ।
ସଦାପ୍ରଭୁଙ୍କ ଅଂଶ ତାଙ୍କରି ଲୋକ,
    ଯାକୁବ ତାଙ୍କର ଅଧିକାରର ବାଣ୍ଟ।

10 “ସଦାପ୍ରଭୁ ଯାକୁବଙ୍କୁ ପ୍ରାନ୍ତର ଦେଶରେ
    ଓ ପଶୁ ବୋବାଳି ପୂର୍ଣ୍ଣ ଘୋର ମରୁଭୂମିରୁ ପାଇଲେ,
ସେ ତାହାଙ୍କୁ ଗ୍ଭରିଆଡ଼କୁ ଘେରି ରଖିଲେ।
    ସେ ତାହାଙ୍କୁ ସୁରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ୟବାନ୍ ସମ୍ପତ୍ତି ପରି।
11 ସଦାପ୍ରଭୁ ହେଉଛନ୍ତି ଇସ୍ରାଏଲର ଉତ୍କ୍ରୋଶପକ୍ଷୀ ପରି।
ଉତ୍କ୍ରୋଶପକ୍ଷୀ ତା'ର ଛୁଆମାନଙ୍କୁ ବସାରୁ ପେଲି ଦିଏ ସେମାନଙ୍କୁ ଉଡ଼ି ଶିଖିବା ପାଇଁ,
    ସେମାନେ ଯେତେବେଳେ ପଡ଼ିଯା’ନ୍ତି
ସେ ତା'ର ଡେଣା ମେଲାକରି ଉଡ଼ିଯାଏ ତାକୁ ଧରିବା ପାଇଁ।
    ଏବଂ ତା'ର ନିରାପତ୍ତା ପାଇଁ ସେ ତା'ର ଡେଣା ମଧ୍ୟକୁ ଟାଣିନିଏ।
    ସଦାପ୍ରଭୁ ହେଉଛନ୍ତି ସେହିପରି।
12 ସଦାପ୍ରଭୁ ଏକାକୀ ଯାକୁବକୁ ଗମନ କରାଇଲେ।
    ତାଙ୍କ ସହିତ କୌଣସି ବିଦେଶୀ ଦେବଗଣ ନ ଥିଲେ।
13 ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ଯାକୁବଙ୍କୁ ବାହନ ଆହୋରଣ କରାଇଲେ।
    ଯାକୁବ କ୍ଷେତ୍ରରୁ ଫସଲ ଖାଇଗଲେ।
ସଦାପ୍ରଭୁ ପାଷାଣରୁ ମଧୁ ଝରାଇ ଦେଲେ
    ଏବଂ କଠିନ ଶୀଳାରୁ ଯାକୁବଙ୍କୁ ତୈଳ ଦେଲେ।
14 ସଦାପ୍ରଭୁ ଇସ୍ରାଏଲ ଗୋଦଧି ଓ ଛାଗଦୁ‌‌ଗ୍‌‌ଧ ଦେବା ସହିତ
    ମେଷ ମେଦ, ବାଶନଦେଶୀୟ
ମେଷ ଓ ଛାଗର ମାଂସ ସହିତ
    ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ୍ଣ ରସ ଦେଲେ।

ଦ୍ୱିତୀୟ ବିବରଣ 32:18

18 ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତୁମ୍ଭେ ସେମାନଙ୍କୁ ତ୍ୟାଗ କଲ।
    ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ ତୁମ୍ଭେ ତାହାଙ୍କୁ ପାସୋରି ଅଛ।

ତୀତସଙ୍କ ପ୍ରତି ପତ୍ର 2:7-8

ତୁମ୍ଭେ ନିଜେ ଯୁବକମାନଙ୍କ ପାଇଁ ପ୍ରତ୍ୟେକ ଭାବରେ ଆଦର୍ଶ ହେବା ପାଇଁ ଉତ୍ତମ କାମ କରିବା ଦରକାର। ତୁମ୍ଭର ଶିକ୍ଷା ଦେବାରେ ତୁମ୍ଭେ ସଚ୍ଚୋଟ ଓ ଗମ୍ଭୀର ରହିବା ଉଚିତ୍। ତୁମ୍ଭେ ଯେପରି ସମାଲୋଚିତ ନ ହୁଅ, ସେଥିପାଇଁ ତୁମ୍ଭେ ସତ କୁହ। ତା'ହେଲେ ଜଣେ ବିରୋଧୀ ମଧ୍ୟ ଲଜ୍ଜାବୋଧ କରିବ କାରଣ ସେ ଆମ୍ଭ ବିରୁଦ୍ଧରେ କୌଣସି ମନ୍ଦ ବିଷୟ ପାଇବ ନାହିଁ।

ତୀତସଙ୍କ ପ୍ରତି ପତ୍ର 2:11-15

11 ପରମେଶ୍ୱରଙ୍କ ଅନୁଗ୍ରହ ମିଳିଥୁବାରୁ ଆମ୍ଭେ ସେହିଭଳି ଜୀବନଯାପନ କରିବା କଥା। ସେହି ଅନୁଗ୍ରହ ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରିପାରେ। 12 ସେହି ଅନୁଗ୍ରହ ଆମ୍ଭକୁ ମିଳିଛି। ସେହି ଅନୁଗ୍ରହ ପରମେଶ୍ୱରଙ୍କ ବିରୋଧୀ ନ ହେବା ଓ ସଂସାର ଗ୍ଭହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। ସେହି ଅନୁଗ୍ରହ ଏହି ସଂସାରରେ ଜ୍ଞାନରେ ଧାର୍ମିକ ଓ ନ୍ୟାୟ ମାର୍ଗରେ ରହିବା ଶିଖାଏ। 13 ଆମ୍ଭର ମହାନ୍ ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଆସିବା ବାଟକୁ ଗ୍ଭହିଁ ରହିଥିଲାବେଳେ ଆମ୍ଭେ ଏହିଭଳି ରହିବା ଦରକାର। ସେ ଆମ୍ଭମାନଙ୍କର ମହାନ୍ ଭରସା ଓ ସେ ଗୌରବରେ ଆସିବେ। 14 ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।

15 ଲୋକମାନଙ୍କୁ ଏହି କଥାଗୁଡ଼ିକ କୁହ। ତୁମ୍ଭର ପୂର୍ଣ୍ଣ କ୍ଷମତା ରହିଛି, ତେଣୁ ଲୋକମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଓ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ ବୋଲି କହିବା ପାଇଁ ତୁମ୍ଭର କ୍ଷମତାର ବ୍ୟବହାର କର। କୌଣସି ଲୋକ ଯେପରି ତୁମ୍ଭ ସହିତ ଏଭଳି ବ୍ୟବହାର ନ କରେ, ଯାହାକି ତୁମ୍ଭକୁ ଗୁରୁତ୍ୱହୀନ କରିଦେବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center