Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 63:1-8

ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।

63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
    ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
    ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
    ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
    ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
    ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
    ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
    ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
    ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
ମୁଁ ତୁମ୍ଭଠାରେ ଲାଗିରହେ।
    ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।

ଗଣନା ପୁସ୍ତକ 13:1-2

ଗୁପ୍ତଚରଙ୍କ କିଣାନ ଗମନ

13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦେବି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।”

ଗଣନା ପୁସ୍ତକ 13:17-14:9

17 ଆଉ ମୋଶା ଏମାନଙ୍କୁ କିଣାନ ଦେଶରେ ଗୁପ୍ତଚର କାର୍ଯ୍ୟ କରିବାକୁ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନେଗେଭକୁ ଯାଅ ଏବଂ ତା'ପରେ ପର୍ବତମୟ ଦେଶକୁ ଯାଅ। 18 ପୁଣି ସେହି ଦେଶ କିପରି, ତହିଁର ବାସିନ୍ଦାମାନେ ବଳବାନ୍ କି ଦୁର୍ବଳ ଓ ସେମାନେ ଅଳ୍ପ କି ଅନେକ ସେ ବିଷୟରେ ଅନୁସନ୍ଧାନ କର। 19 ପୁଣି ସେମାନେ ଯେଉଁ ଦେଶରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି, ତାହା ମଧ୍ୟ ଅନୁସନ୍ଧାନ କର। 20 ପୁଣି ସେହି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।

21 ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। 22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା। 23 ଏହା ପରେ ସେମାନେ ଇଷ୍କୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀରେ ବହନ କଲେ, ସେମାନେ ମଧ୍ୟ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ। 24 ଇସ୍ରାଏଲର ଲୋକମାନେ ଯେଉଁ ଉପତ୍ୟକାରେ ଦ୍ରାକ୍ଷାପେଣ୍ଡା କାଟି ଥିଲେ, ସେଥି ସକାଶେ ସେହି ସ୍ଥାନ ଇଷ୍କୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।

25 ସେମାନେ ଗ୍ଭଳିଶ୍ ଦିନ ସେହି ଦେଶ ଅନୁସନ୍ଧାନ କଲାପରେ ଫେରି ଆସିଲେ। 26 ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। 27 ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ। 28 ତଥାପି ସେହି ଦେଶ ନିବାସୀମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼, ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ। 29 ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି, ପର୍ବତମୟ ଦେଶରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”

30 କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ପାରିବୁ ନାହିଁ। କାରଣ ସେମାନେ ଆମ୍ଭଠାରୁ ଶକ୍ତିଶାଳୀ।” 32 ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇସ୍ରାଏଲର ଲୋକମାନଙ୍କ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଯେଉଁ ଦେଶର ମଧ୍ୟଦେଇ ଆମ୍ଭେମାନେ ଯାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭେମାନେ ଯେତେ ଲୋକଙ୍କୁ ସେଠାରେ ଦେଖିଲୁ ସେମାନେ ବଡ଼ ଡେଙ୍ଗା। 33 ସେଠାରେ ଆମ୍ଭେମାନେ ଅନାକର ନେଫଲିମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସେମାନଙ୍କ ଦୃଷ୍ଟିରେ ଆମ୍ଭେମାନେ ଝିଣ୍ଟିକା ପରି ହେଲୁ।”

ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି

14 ସମସ୍ତ ମଣ୍ତଳୀ ସେହି ରାତ୍ରିରେ ଛାଉଣିରେ ଉଚ୍ଚସ୍ୱରରେ ରୋଦନ କଲେ। ପୁଣି ଇସ୍ରାଏଲ ଲୋକମାନେ ସମସ୍ତେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଅଭିଯୋଗ କଲେ, ଆଉ ସମସ୍ତ ମଣ୍ତଳୀ ସେମାନଙ୍କ ଆଗରେ ଅଭିଯୋଗ କଲେ, “ଯଦି ଆମ୍ଭେମାନେ ସେହି ମିଶର ଦେଶରେ କିମ୍ବା ମରୁଭୂମିରେ ମରିଯାଇଥା’ନ୍ତୁ, ତେବେ ଭଲ ହୋଇଥା’ନ୍ତା। ସଦାପ୍ରଭୁ ଆମ୍ଭମାନଙ୍କୁ ଖ‌ଡ଼୍‌ଗରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫେରି ଯିବାଟା ଆମ୍ଭମାନଙ୍କ ପକ୍ଷରେ ଭଲ ହୁଅନ୍ତା।”

ସେମାନେ ପରପ୍ପର ମଧ୍ୟରେ କଥା ହେଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରାଧାନ କରି ମିଶରକୁ ଫେରିଯିବା।”

ତହିଁରେ ମୋଶା ଓ ହାରୋଣ ଏତେ ବ୍ୟତିବ୍ୟସ୍ତ ହୋଇଗଲେ ଯେ, ସେମାନେ ଇସ୍ରାଏଲର ଲୋକମାନଙ୍କ ଆଗରେ ମୁହଁ ମାଡ଼ି ଭୂମିରେ ପଡ଼ିଗଲେ। ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ନିଜ ନିଜ ବସ୍ତ୍ର ଚିରିଲେ। ଆଉ ଏହି ଦୁଇଲୋକ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ। ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ, ସେହି ଦେଶ ଦୁ‌ଗ୍‌ଧମଧୁପ୍ରବାହୀ ଅଟେ। ତେଣୁ ସଦାପ୍ରଭୁଙ୍କ ବିରୁଦ୍ଧରେ ଯାଅ ନାହିଁ, ଆଉ ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ। ସେମାନେ ଆମ୍ଭମାନଙ୍କର ଖାଦ୍ୟ ସ୍ୱରୂପ। ସେମାନଙ୍କର ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି। ପୁଣି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ଭୟ କର ନାହିଁ।”

ମାଥିଉ ଲିଖିତ ସୁସମାଗ୍ଭର 17:22-27

ନିଜ ମୃତ୍ୟୁ ବିଷୟରେ ଯୀଶୁ କହନ୍ତି

(ମାର୍କ 9:30-32; ଲୂକ 9:43ଖ-45)

22 ତା'ପରେ ଗାଲିଲୀରେ ଶିଷ୍ୟମାନେ ଏକାଠି ହେବାପରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନେ ହିଁ ଧରିନେବେ। 23 ସେମାନେ ତାହାଙ୍କୁ ମାରିଦେବେ, କିନ୍ତୁ ସେ ମୃତ୍ୟୁରୁ ତୃତୀୟ ଦିନ ବଞ୍ଚି ଉଠିବେ।” ଯୀଶୁଙ୍କୁ ମାରି ଦିଆଯିବ ବୋଲି ଖବର ଶୁଣି ତାହାଙ୍କ ଶିଷ୍ୟମାନେ ବହୁତ ମନଦୁଃଖ କଲେ।

କର ଦେବା ବିଷୟରେ ଯୀଶୁଙ୍କ ଉପଦେଶ

24 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଗଲେ। କଫର୍ନାହୂମରେ କେତେକ ଲୋକ ପିତରଙ୍କ ପାଖକୁ ଆସିଲେ। ଯେଉଁମାନେ ମନ୍ଦିରର କରଆଦାୟ କରନ୍ତି, ସେମାନେ ସେହି ଲୋକ ଥିଲେ। ସେମାନେ ପଗ୍ଭରିଲେ, “ତୁମ୍ଭର ଗୁରୁ ମନ୍ଦିରର ‘ଦୁଇ-ଡ୍ର‌କ୍‌ମା’ କର[a] ଦିଅନ୍ତି କି?”

25 ପିତର ଉତ୍ତର ଦେଲେ, “ହଁ, ସେ ଦିଅନ୍ତି।”

ପିତର ଘର ଭିତରକୁ ଗଲେ, ସେଠାରେ ଯୀଶୁ ଥିଲେ। ପିତର କିଛି କହିବା ପୂର୍ବରୁ ଯୀଶୁ କହିଲେ, “ପୃଥିବୀର ରାଜାମାନେ ଲୋକମାନଙ୍କଠାରୁ ଅନେକ ପ୍ରକାର କରଆଦାୟ କରିଥା’ନ୍ତି। କିନ୍ତୁ କେଉଁମାନେ ସେହି କର ଦିଅନ୍ତି? ଏମାନେ କ’ଣ ରାଜାଙ୍କ ନିଜ ସନ୍ତାନସନ୍ତତି ନା ଅନ୍ୟମାନଙ୍କର ସନ୍ତାନସନ୍ତତି? ତୁମ୍ଭେ କ’ଣ ଭାବୁଛ?”

26 ପିତର ଉତ୍ତର ଦେଲେ, “ରାଜାମାନେ ଅନ୍ୟମାନଙ୍କର ସନ୍ତାନସନ୍ତତିଙ୍କଠାରୁ କରଆଦାୟ କରନ୍ତି।”

ଯୀଶୁ ତାହାଙ୍କୁ କହିଲେ, “ତା'ର ଅର୍ଥ ରାଜାଙ୍କ ସନ୍ତାନମାନଙ୍କୁ କର ଦେବାକୁ ପଡ଼େ ନାହିଁ। 27 କିନ୍ତୁ ଏହି କରଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତା'ର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଗ୍ଭରୋଟି ରୌପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମୋ’ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center