Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
ମରିୟମ ଓ ହାରୋଣଙ୍କର ମୋଶାଙ୍କ ବିଷୟରେ ଅଭିଯୋଗ
12 ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ। 2 ସେମାନେ କହିଲେ, “ସଦାପ୍ରଭୁ କ’ଣ ମୋଶାଙ୍କ ସହିତ କେବଳ କଥା କହିଅଛନ୍ତି? ସେ କ’ଣ ଆମ୍ଭମାନଙ୍କ ସହିତ କଥା କହି ନାହାନ୍ତି?”
ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ। 3 ମୋଶା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ମଧ୍ୟରେ ଅତି ନମ୍ର ଥିଲେ। 4 ହଠାତ୍ ସଦାପ୍ରଭୁ ମୋଶାଙ୍କୁ, ହାରୋଣଙ୍କୁ, ମରିୟମଙ୍କୁ କହିଲେ, “ତୁମ୍ଭେ ତିନି ଜଣ ବାହାର ହୋଇ ସମାଗମ-ତମ୍ବୁ ନିକଟକୁ ଆସ।”
ତହୁଁ ସେ ତିନି ଜଣ ବାହାର ହୋଇ ଆସିଲେ। 5 ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ। 6 ସଦାପ୍ରଭୁ କହିଲେ, “ମୋର ବାକ୍ୟ ଶୁଣ, ଯଦି ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟଦ୍ବକ୍ତା ଥାଏ, ତେବେ ମୁଁ ସଦାପ୍ରଭୁ ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ୱପ୍ନଦ୍ୱାରା ତାହା ସହିତ କଥା କହିବି। 7 ମାତ୍ର ମୋଶା ମୋର ସେବକ, ସେପରି ନୁହେଁ। ସେ ହିଁ ମୋର ସମଗ୍ର ଗୃହରେ ଜଣେ ସବୁଠାରୁ ବିଶ୍ୱସ୍ତ ଅଟେ। 8 ମୁଁ ତା’ ସହିତ ଦର୍ଶନ କିମ୍ବା ନିଦର୍ଶନ ବାକ୍ୟରେ ନୁହେଁ, ମାତ୍ର ସମ୍ମୁଖା-ସମ୍ମୁଖୀ ହୋଇ ପ୍ରକାଶ୍ୟ ଭାବରେ ତା’ ସହିତ କଥା କହେ। ସେ ସଦାପ୍ରଭୁଙ୍କର ଆକାର ଦର୍ଶନ କରେ। ତାଙ୍କ ବିରୁଦ୍ଧରେ କଥା କହିବାକୁ ତୁମ୍ଭେମାନେ କାହିଁକି ଭୀତ ହେଲ ନାହିଁ?”
9 ଏହିରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା; ତହୁଁ ସେ ପ୍ରସ୍ଥାନ କଲେ।
21 ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ:
“ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ।
ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।
22 ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି
ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ।
ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ
ଆଉ ଦେଖାଯିବେ ନାହିଁ।
ତୋ’ଠାରେ ଚକିପେଷାର ଶବ୍ଦ
ଆଉ କେବେ ହେଲେ ଶୁଣାଯିବ ନାହିଁ।
23 ତୋ’ ପାଖରେ ଦୀପର ଆଲୋକ
ଆଉ ଜଳିବ ନାହିଁ।
ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି
ଆଉ କେବେ ହେଲେ ଶୁଣାଯିବ ନାହିଁ।
ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ।
ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।
24 ସେ (ବାବିଲ) ଭବିଷ୍ୟଦ୍ବକ୍ତାମାନଙ୍କର ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର
ଏବଂ ପୃଥିବୀରେ ମାରି ଦିଆଯାଇ ଥିବା ସମସ୍ତ ଲୋକଙ୍କ ରକ୍ତ ପାଇଁ ଦାୟୀ ଅଟେ।”
2010 by World Bible Translation Center