Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
ସଦାପ୍ରଭୁଙ୍କର ମହିମା
34 ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା। 35 ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ। କାରଣ ମେଘ ତାହାକୁ ଆଚ୍ଛାଦନ କରିଥିଲା। ସଦାପ୍ରଭୁଙ୍କ ପ୍ରତାପ ପବିତ୍ର ତମ୍ବୁ ପରିପୂର୍ଣ୍ଣ କରିଥିଲା। ସେହି ପବିତ୍ର ସମାଗମ-ତମ୍ବୁ।
36 ଯେତେବେଳେ ମେଘ ପବିତ୍ର ତମ୍ବୁରୁ ଦୂରକୁ ଗତି କଲା, ଇସ୍ରାଏଲର ଲୋକମାନେ ମଧ୍ୟ ଗତି କଲେ। 37 କିନ୍ତୁ ଯେତେବେଳେ ମେଘ ସେହି ପବିତ୍ର ତମ୍ବୁକୁ ଆଚ୍ଛାଦନ କରିଥିଲା, ଲୋକମାନେ ସେତେବେଳେ ଚେଷ୍ଟା କରି ନ ଥିଲେ ଯିବା ପାଇଁ, ସେମାନେ ସେହିଠାରେ ମେଘ ଯିବା ପର୍ଯ୍ୟନ୍ତ ରହିଥିଲେ। 38 ତେଣୁ ସଦାପ୍ରଭୁଙ୍କର ମେଘ ଦିନବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସେହି ମେଘରେ ଅଗ୍ନି ଦେଖାଗଲା। ତେଣୁ ଇସ୍ରାଏଲର ସମସ୍ତ ଲୋକେ ଯେତେବେଳେ ସେମାନେ ଯାତ୍ରା କଲେ, ମେଘ ଦେଖି ପାରିଲେ।
ବାବିଲର ଧ୍ୱଂସ
18 ତା'ପରେ ମୁଁ ସ୍ୱର୍ଗରୁ ଆଉ ଜଣେ ଦୂତଙ୍କୁ ଓହ୍ଲାଇବାର ଦେଖିଲି। ସେହି ଦୂତଙ୍କର ବହୁତ କ୍ଷମତା ଥିଲା। ତାହାଙ୍କର ମହିମା ପୃଥିବୀରେ ପ୍ରକାଶିତ ହେଲା। 2 ସେ ଦୂତ ବହୁତ ଉଚ୍ଚ ସ୍ୱରରେ ପାଟିକରି କହିଲେ:
“ତା'ର ପତନ ହେଲା।
ମହାନଗରୀ ବାବିଲର ପତନ ହୋଇଗଲା।
ତାହା ଭୂତମାନଙ୍କର ବାସସ୍ଥଳୀ ହେଲା।
ତାହା ପ୍ରତ୍ୟେକ ଭୂତାତ୍ମା,
ପ୍ରତ୍ୟେକ ପ୍ରକାରର ଶୁଚି ପକ୍ଷୀ
ଏବଂ ପ୍ରତ୍ୟେକ ଅଶୁଚି ତଥା ଘୃଣ୍ୟ ପଶୁଙ୍କ ଆଶ୍ରୟସ୍ଥଳ ହେଲା।
3 ପୃଥିବୀର ସବୁ ଲୋକମାନେ
ତା'ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି।
ପୃଥିବୀର ରାଜାମାନେ ତା'ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି।
ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”
4 ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି
“ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ,
ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।
5 ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି।
ପରମେଶ୍ୱର ତା'ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି।
ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।
6 ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ।
ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ।
ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି,
ତା'ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।
7 ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି,
ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ।
ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି।
ମୁଁ ବିଧବା ନୁହେଁ,
ମୁଁ କେବେ ଶୋକ କରିବି ନାହିଁ।’
8 ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ:
ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା।
ସେ ଅଗ୍ନିରେ ଜଳିଯିବ,
କାରଣ ପ୍ରଭୁ ପରମେଶ୍ୱର ତା'ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।
9 “ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା'ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା'ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ। 10 ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ:
“ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ!
ଏହା ଭୟାନକ! ଏହା ଭୟାନକ!
ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”
19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ:
‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ!
ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ।
କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
20 ହେ ସ୍ୱର୍ଗ! ହେ ପରମେଶ୍ୱରଙ୍କର ପବିତ୍ର ଲୋକମାନେ,
ଭବିଷ୍ୟଦ୍ବକ୍ତାଗଣ ଏବଂ ପ୍ରେରିତଗଣ!
ମହାନଗରୀର ଧ୍ୱଂସରେ ଆନନ୍ଦ ଉଲ୍ଲାସ କର।
ସେ ତୁମ୍ଭକୁ ଯେଉଁ କଷ୍ଟ ଦେଇଛି, ସେଥିପାଇଁ ପରମେଶ୍ୱର ତାହାକୁ ଦଣ୍ଡ ଦେଇଛନ୍ତି।’”
2010 by World Bible Translation Center