Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 99

99 ସଦାପ୍ରଭୁଙ୍କ ଆଗରେ ଗାନ କର।
    ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
    ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
ସଦାପ୍ରଭୁ ସିୟୋନରେ ମହାନ
    ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
    ଓ ଭୟ କରନ୍ତୁ,
    ଏହା ପବିତ୍ର ଅଟେ।
ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
    ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
    ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
    ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
    ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
    ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
    ସେମାନେ ତାଙ୍କର ଆଦେଶ ମାନିଲେ
    ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
    ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
    ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
    ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
    ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।

ଯାତ୍ରାପୁସ୍ତକ 33:7-11

ଅସ୍ଥାୟୀ ସମାଗମ-ତମ୍ବୁ

ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା। ମୋଶା ବାହାର ହୋଇ ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହାରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ସମାଗମ-ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କ ପଥକୁ ଅନାଇ ରହିଲେ। ମୋଶା ତମ୍ବୁରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ୱାରରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ। 10 ତେଣୁ ଯେତେବେଳେ ଲୋକମାନେ ତମ୍ବୁର ଦ୍ୱାର ଦେଶରେ ମେଘ ସ୍ତମ୍ଭ ଦେଖିଲେ। ସେତେବେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ୱାରରେ ଥାଇ ପ୍ରଣାମ କଲେ।

11 ଏହି ପ୍ରକାରେ ସଦାପ୍ରଭୁ ମୋଶାଙ୍କ ସହିତ ମୁହାଁମୁହିଁ କଥାବାର୍ତ୍ତା ହେଲେ। ସଦାପ୍ରଭୁ ମୋଶାଙ୍କ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମୋଶା କଥାବାର୍ତ୍ତା କରି ସାରିବା ପରେ ଛାଉଣିକୁ ଫେରି ଆସିଲେ କିନ୍ତୁ ତାଙ୍କର ପରିଗ୍ଭରକ ସର୍ବଦା ତମ୍ବୁରେ ରହୁଥିଲେ। ସେହି ପରିଗ୍ଭରକର ନାମ ଥିଲା ଯିହୋଶୂୟ, ସେ ଥିଲେ ନୂନର ପୁତ୍ର।

ଯୋହନଙ୍କ ତୃତୀୟ ପତ୍ର 9-12

ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ। 10 ମୁଁ ସେଠାରୁ ଆସିଲେ, ଦିୟତ୍ରିଫାର କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବି। ସେ ଆମ୍ଭମାନଙ୍କ ବିଷୟରେ ମିଥ୍ୟା ଓ ମନ୍ଦ କଥାମାନ କହୁଛି। ଏହାଛଡ଼ା, ସେ ଖ୍ରୀଷ୍ଟଙ୍କ ପାଇଁ ସେବା କରୁଥିବା ଭାଇମାନଙ୍କୁ ମଧ୍ୟ ସାହାଯ୍ୟ କରୁ ନାହିଁ। ଯେଉଁମାନେ ସେହି ଭାଇମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ମଧ୍ୟ ସେ ମନା କରୁଛି। ସେ ସେମାନଙ୍କୁ ମଣ୍ଡଳୀରୁ ବାହାର କରିଦିଏ।

11 ମୋର ପ୍ରିୟ ବନ୍ଧୁ, ମନ୍ଦ ବିଷୟକୁ ଅନୁସରଣ କର ନାହିଁ, କିନ୍ତୁ ଉତ୍ତମ ବିଷୟର ଅନୁଗାମୀ ହୁଅ। ଉତ୍ତମ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ପାଖରୁ ଆସିଥାଏ। କିନ୍ତୁ ମନ୍ଦ କାର୍ଯ୍ୟ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କୁ କେବେ ଦେଖି ନାହିଁ।

12 ଦୀମୀତ୍ରିୟଙ୍କ ବିଷୟରେ ସମସ୍ତେ ଭଲକଥା କହନ୍ତି। ସେମାନେ ଯାହା କହନ୍ତି, ସତ୍ୟ ଏଥିର ସାକ୍ଷ୍ୟ ଦିଏ। ଆମ୍ଭେ ମଧ୍ୟ ତାହା ବିଷୟରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ୟ ସତ୍ୟ ଅଟେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center