Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 106:1-6

106 ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସେ ଉତ୍ତମ!
    ତାଙ୍କର ପ୍ରେମ ଅନନ୍ତକାଳସ୍ଥାୟୀ!
ସଦାପ୍ରଭୁଙ୍କୁ କେହି ବର୍ଣ୍ଣନା କରି ପାରିବେ ନାହିଁ।
    ତାଙ୍କର ପୂର୍ଣ୍ଣ ପ୍ରଶଂସା କେହି କରି ପାରିବେ ନାହିଁ।
ଯେଉଁ ଲୋକେ ପରମେଶ୍ୱରଙ୍କ ନିର୍ଦ୍ଦେଶ ମାନନ୍ତି ସେମାନେ ଖୁସୀ ରହନ୍ତି।
    ଯିଏ ସର୍ବଦା ସୁକାର୍ଯ୍ୟ କରିଥା’ନ୍ତି।

ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟା କରିବା ସମୟରେ ମୋତେ ଟିକେ ମନେ ପକାଅ।
    ମୋତେ ମଧ୍ୟ ଉଦ୍ଧାର କରିବାକୁ ମନେପକାଅ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ମନୋନୀତ ଲୋକମାନଙ୍କର
    ଭଲ କାର୍ଯ୍ୟରେ ନିୟୋଜିତ ହେବାକୁ ଦିଅ।
ତୁମ୍ଭ ନିର୍ଣ୍ଣିତ ଲୋକମାନଙ୍କ ସହିତ ଆନନ୍ଦ କରିବାକୁ ଦିଅ,
    ଯେଉଁମାନେ କି ତୁମ୍ଭ ସହିତ ଆସନ୍ତି।

ଆମ୍ଭେମାନେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ।
    ଆମ୍ଭେ ଅଧର୍ମ କରିଅଛୁ।
    ଆମ୍ଭେମାନେ ଅଧର୍ମ ଭାବରେ କାମ କରିଅଛୁ।

ଗୀତସଂହିତା 106:19-23

19 ସେହି ଲୋକମାନେ ହୋରେବରେ ଏକ ଗୋବତ୍ସ ନିର୍ମାଣ କଲେ
    ଓ ଛାଞ୍ଚରେ ଢଳା ପ୍ରତିମାକୁ ପୂଜା କଲେ।
20 ସେହି ଲୋକମାନେ ମହିମାନ୍ୱିତ ପରମେଶ୍ୱରଙ୍କର
    ଏକ ତୃଣଭକ୍ଷ୍ୟଣକାରୀ ଷଣ୍ଢର ପ୍ରତିମୂର୍ତ୍ତି ତିଆରି କରି ବେପାର କଲେ।
21 ପରମେଶ୍ୱର ଆମ୍ଭ ପୂର୍ବପୁରୁଷଗଣକୁ ରକ୍ଷା କଲେ, କିନ୍ତୁ ସେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଭୁଲିଗଲେ।
    ସେ ସେମାନଙ୍କ ପାଇଁ ମିଶରରେ କରିଥିବା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସେମାନେ ଭୁଲିଗଲେ।
22 ପରମେଶ୍ୱର ହାମୋସ ଦେଶରେ ଆଶ୍ଚର୍ଯ୍ୟ କ୍ରିୟାମାନ କଲେ।
    ପରମେଶ୍ୱର ଲୋହିତ ସମୁଦ୍ର ନିକଟରେ ଭୟଙ୍କର କାର୍ଯ୍ୟସାଧନ କରିଥିଲେ।

23 ପରମେଶ୍ୱର ଗ୍ଭହିଁଥିଲେ ସେହି ଲୋକମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ,
    କିନ୍ତୁ ମୋଶା ତାହାଙ୍କ ମନୋନୀତ ବ୍ୟକ୍ତି ତାଙ୍କର କୋପ ଫେରାଇବା ନିମନ୍ତେ
ଭଗ୍ନ ସ୍ଥାନରେ ତାଙ୍କର ସମ୍ମୁଖରେ ଠିଆ ହେଲେ,
    ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନାଶ କଲେ ନାହିଁ।

ଯାତ୍ରାପୁସ୍ତକ 24:9-11

ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ। 10 ଏବଂ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଦେଖିଲେ। ପର୍ବତ ଉପରେ ତାଙ୍କ ପାଦତଳେ ରାସ୍ତା ଉଜ୍ଜ୍ୱଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟ ତୁଲ୍ୟ ଓ ନିର୍ମଳତାରେ ଠିକ୍ ନୀଳ ଆକାଶ ପରି ଥିଲା। 11 ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ।

ଯାକୁବଙ୍କ ପତ୍ର 4:4-10

ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।”(A) କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।”(B)

ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା'ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center