Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:49-56

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ଦ୍ୱିତୀୟ ବିବରଣ 6:10-25

10 “ତୁମ୍ଭ ପୂର୍ବପୁରୁଷ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ନିକଟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସଦାପ୍ରଭୁ ଏହି ଦେଶକୁ ତୁମ୍ଭମାନଙ୍କୁ ଆଣିବେ ଏବଂ ନଗରଗୁଡ଼ିକ ସହିତ ଏହା ତୁମ୍ଭମାନଙ୍କୁ ଦେବେ, ଯେଉଁଗୁଡ଼ିକ ତୁମ୍ଭେମାନେ ନିର୍ମାଣ କରି ନାହଁ ଏବଂ ଯେଉଁଗୁଡ଼ିକ ବୃହତ ଓ ସୁନ୍ଦର ଅଟେ। 11 ଉତ୍ତମ ସାମଗ୍ରୀରେ ପରିପୂର୍ଣ୍ଣ ଗୃହସବୁ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, କୂଅସବୁ ଯାହା ତୁମ୍ଭେ ଖୋଳିଲ ନାହିଁ, ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ଯାହାକୁ ତୁମ୍ଭେମାନେ ରୋପଣ କଲ ନାହିଁ, ସେଗୁଡ଼ିକ ତୁମ୍ଭେମାନେ ଭୋଗ କରି ତୃପ୍ତ ହେବ।

12 “ସେତେବେଳେ ତୁମ୍ଭେମାନେ ନିଶ୍ଚିତ ସାବଧାନ ହେବା ଉଚିତ୍ ଯେ, ଯିଏ ତୁମ୍ଭମାନଙ୍କୁ ଦାସ୍ୟଗୃହରୂପ ମିଶରରୁ ମୁକ୍ତ କରି ଆଣିଛନ୍ତି। ତୁମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୂଲିଯାଅ ନାହିଁ। 13 ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ। 14 ତୁମ୍ଭେମାନେ ଅନ୍ୟ ଦେବଗଣର, ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ଲୋକଙ୍କ ଦେବଗଣର ପଶ୍ଚା‌ଦ୍‌ଗାମୀ ହେବ ନାହିଁ। 15 ତୁମ୍ଭେମାନେ ଯଦି ଏପରି କର, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଦେଶରୁ ତୁମ୍ଭକୁ ବିନାଶ କରିବେ। କାରଣ ତୁମ୍ଭ ମଧ୍ୟରେ ଥିବା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ମହିମା ବଜାୟ ରଖିବା ପାଇଁ ଈର୍ଷାପରାୟଣ ଅଟନ୍ତି।

16 “ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ। 17 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ତୁମ୍ଭ ପ୍ରତି ଆଦିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ। 18 ଏହା ପରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ନ୍ୟାୟ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠାରେ ପ୍ରତିଜ୍ଞା କରିଥିଲେ। 19 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କୁ ତୁମ୍ଭମାନଙ୍କ ସମ୍ମୁଖରୁ ଦୂର କରି ଦେବେ, ଯେ ରୂପେ ସେ କହିଛନ୍ତି।

ପରମେଶ୍ୱରଙ୍କ କାର୍ଯ୍ୟ ବିଷୟରେ ତୁମ୍ଭର ସନ୍ତାନମାନଙ୍କୁ ଶିକ୍ଷା ଦିଅ

20 “ଭବିଷ୍ୟତରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଦେଇଛନ୍ତି, ସେସବୁର ଅଭିପ୍ରାୟ କ’ଣ?’ 21 ତୁମ୍ଭେମାନେ ଆପଣା ସନ୍ତାନମାନଙ୍କୁ କହିବ, ‘ଆମ୍ଭେମାନେ ମିଶରରେ ଫାରୋର ବନ୍ଧାଦାସ ଥିଲୁ, ପୁଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ୱାରା ଆମ୍ଭମାନଙ୍କୁ ମିଶରରୁ ବାହାରକରି ଆଣିଲେ। 22 ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଳେଶଦାୟକ ଚିହ୍ନ ଓ ଆଶ୍ଚର୍ଯ୍ୟକ୍ରିୟା ଦେଖାଇଲେ। 23 ପୁଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲେ। ସେ ଦେଶରେ ପରମେଶ୍ୱର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦେବା ନିମନ୍ତେ ମିଶରରୁ ବାହାର କରି ଆଣିଲେ। 24 ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରି ପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। 25 ଆଉ ଯେବେ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତାହାଙ୍କ ଆଜ୍ଞା ଅନୁସାରେ ଏହି ସମସ୍ତ ବ୍ୟବସ୍ଥା ପାଳନ କରିବାକୁ ମନୋଯୋଗ କରିବା, ତେବେ ତାହା ଆମ୍ଭମାନଙ୍କ ପ୍ରତି ଧାର୍ମିକତା ହେବ।’

ଯୋହନ ଲିଖିତ ସୁସମାଗ୍ଭର 11:45-57

ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା

(ମାଥିଉ 26:1-5; ମାର୍କ 14:1-2; ଲୂକ 22:1-2)

45 ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ। 46 କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ। 47 ତା'ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ'ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି। 48 ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”

49 ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ। 50 ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।”

51 କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟ‌‌‌ଦ୍‌‌‌ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ। 52 ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।

53 ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ। 54 ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ। ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।

55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। 56 ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ'ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?” 57 କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center