Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:49-56

ସୟିନ୍

49 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କରିଥିବା ପ୍ରତିଜ୍ଞା ସ୍ମରଣ କର।
    ସେହି ପ୍ରତିଜ୍ଞା ମୋତେ ଭରସା ଦେଇଅଛି।
50 ମୁଁ ଯେତେବେଳେ ଦୁଃଖରେ ଥିଲି, ତୁମ୍ଭେ ସେତେବେଳେ ମୋତେ ସାନ୍ତ୍ୱନା ଦେଇଅଛ।
    ତୁମ୍ଭର ବାକ୍ୟସବୁ ମୋତେ ପୁନଃର୍ଜୀବିତ କରିଅଛି।
51 ଲୋକମାନେ ଭାବନ୍ତି ସେମାନେ ମୋ'ଠାରୁ ଉତ୍ତମ ଏବଂ ମୋତେ ଅତିଶୟ ଅପମାନିତ କରିଛନ୍ତି,
    କିନ୍ତୁ ମୁଁ ତୁମ୍ଭ ଶିକ୍ଷାରୁ ବିଚ୍ୟୁତ ହୋଇ ନାହିଁ।
52 ମୁଁ ତୁମ୍ଭର ପୂର୍ବରୁ ଦେଇଥିବା ଶାସନକୁ ସ୍ମରଣ କରେ
    ଏବଂ ସେଗୁଡ଼ିକ ମୋତେ ସାନ୍ତ୍ୱନା ଦିଏ।
53 ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ
    ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।
54 ମୋର ଗୃହରେ
    ମୁଁ ତୁମ୍ଭର ବ୍ୟବସ୍ଥାସବୁ ଗାନ କରେ।
55 ହେ ସଦାପ୍ରଭୁ, ରାତ୍ରିରେ ମୁଁ ତୁମ୍ଭ ନାମ ସ୍ମରଣ କରେ।
    ମୁଁ ତୁମ୍ଭର ଶିକ୍ଷାସବୁ ସ୍ମରଣ କରେ।
56 ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

ଦ୍ୱିତୀୟ ବିବରଣ 5:1-21

ଦଶ ଆଜ୍ଞା

ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ ଆମ୍ଭମାନଙ୍କ ସହିତ ଗୋଟିଏ ନିୟମ କଲେ। ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ସେହି ନିୟମ କଲେ ନାହିଁ, କିନ୍ତୁ ସେ ଆମ୍ଭ ସମସ୍ତଙ୍କ ସହିତ ତାହା କଲେ, ଯେଉଁମାନେ ଏଠାରେ ଆଜି ବାସ କରୁଛନ୍ତି। ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ। ସେହି ସମୟରେ, ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ବାକ୍ୟ କହିବା ନିମନ୍ତେ ସେହି ସ୍ଥାନରେ ସଦାପ୍ରଭୁଙ୍କର ଓ ତୁମ୍ଭମାନଙ୍କ ମଧ୍ୟରେ ଛିଡ଼ା ହେଲି କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କଲ, ଏବଂ ସେଥିପାଇଁ ତୁମ୍ଭେମାନେ ପର୍ବତ ଉପରକୁ ଗଲ ନାହିଁ। ତାଙ୍କର ବାକ୍ୟ ଏହିସବୁ,

ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।

“ଆମ୍ଭ ଛଡ଼ା ତୁମ୍ଭେମାନେ ଅନ୍ୟ କୌଣସି ଦେବତା ପୂଜା କର ନାହିଁ।

“ତୁମ୍ଭେମାନେ ନିଶ୍ଚିତ ନିଜ ପାଇଁ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ, ଯାହା ତୁମ୍ଭେମାନେ ସ୍ୱର୍ଗରେ, ମର୍ତ୍ତ୍ୟରେ ଓ ପାଣି ଭିତରେ ଦେଖୁଛ। ତୁମ୍ଭେମାନେ ସେଗୁଡ଼ିକର କୌଣସି ପ୍ରତିମୂର୍ତ୍ତି ତିଆରି କର ନାହିଁ। ତୁମ୍ଭେମାନେ ସେମାନଙ୍କର ପୂଜା କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ। ଯେହେତୁ ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉ‌‌‌ଦ୍‌‌‌ଯୋଗୀ ପରମେଶ୍ୱର ଅଟୁ। ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦାତା। 10 କିନ୍ତୁ ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି, ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟା କରିବା।

11 ‘ତୁମ୍ଭେ ମୂଲ୍ୟହୀନ ଉଦ୍ଦେଶ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନାମ ନେବ ନାହିଁ। ଯଦି କୌଣସି ଲୋକ ମୂଲ୍ୟହୀନ ଉଦ୍ଦେଶ୍ୟରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧୀ ବୋଲି ବିବେଚନା କରନ୍ତି ନାହିଁ।

12 ‘ବିଶ୍ରାମ ଦିନକୁ ସଦାପ୍ରଭୁଙ୍କର ଉଦ୍ଧିଷ୍ଟ ଦିନରୂପେ ପାଳନ କରିବ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଆଦେଶ ଦେଇଛନ୍ତି। 13 ସପ୍ତାହର ଛଦିନ ସମସ୍ତ କର୍ମ କର। 14 କିନ୍ତୁ ସପ୍ତମ ଦିନଟି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ, ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, କି ତୁମ୍ଭର ଦାସ, କି ତୁମ୍ଭର ଦାସୀ, କି ତୁମ୍ଭର ଗୋରୁ, କି ତୁମ୍ଭର ଗଧ, କି ତୁମ୍ଭର କୌଣସି ପଶୁ, କି ତୁମ୍ଭର ନଗର ଦ୍ୱାରବର୍ତ୍ତୀ ବିଦେଶୀ କେହି କୌଣସି କାର୍ଯ୍ୟ କରିବେ ନାହିଁ। ତହିଁରେ ତୁମ୍ଭର ଦାସ ଓ ଦାସୀ ତୁମ୍ଭପରି ବିଶ୍ରାମ କରିବେ। 15 ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।

16 ‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।

17 ‘ତୁମ୍ଭେ ନରହତ୍ୟା କରିବ ନାହିଁ।

18 ‘ତୁମ୍ଭେମାନେ ବ୍ୟଭିଗ୍ଭର କରିବ ନାହିଁ।

19 ‘ତୁମ୍ଭେମାନେ ଗ୍ଭେରି କରିବ ନାହିଁ।

20 ‘ତୁମ୍ଭେମାନେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷୀ ଦେବ ନାହିଁ।

21 ‘ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ, ଦାସୀ, ଗୋରୁ, ଗଧ, କି ସେମାନଙ୍କର କୌଣସି ବସ୍ତୁ ଲୋଭ କରିବ ନାହିଁ।’”

ପିତରଙ୍କ ପ୍ରଥମ ପତ୍ର 2:4-10

ପ୍ରଭୁ ଯୀଶୁ ହେଉଛନ୍ତି ଜୀବନ୍ତ “ପଥର”। ଜଗତର ଲୋକମାନେ ସେହି ପଥରଟି ଅଗ୍ରାହ୍ୟ କଲେ। କିନ୍ତୁ ପରମେଶ୍ୱର ସେହି ପଥରଟିକୁ ମନୋନୀତ କରିଛନ୍ତି। ପରମେଶ୍ୱରଙ୍କ ପାଇଁ ତାହାଙ୍କ ମୂଲ୍ୟ ଅଧିକ। ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର। ଶାସ୍ତ୍ର କୁହେ:

“ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି
    ମୁଁ ରଖିଛି;
ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”(A)

ତୁମ୍ଭ ଭଳି ବିଶ୍ୱାସୀମାନଙ୍କ ଲାଗି ସେ ପଥରଟି (ଯୀଶୁ) ଅତି ମୂଲ୍ୟବାନ। କିନ୍ତୁ ଯୀଶୁ ଅବିଶ୍ୱାସୀମାନଙ୍କ ଲାଗି:

“ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଗ୍ରାହ୍ୟ କଲେ
    ସେହି ପଥରଟି ଅତି ବହୁମୂଲ୍ୟ ପଥର ହୋଇଗଲା।”(B)

ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ଲାଗି:

“ସେହି ପଥର ଲୋକଙ୍କ ଝୁଣ୍ଟିବା କାରଣ ହୁଏ
    ସେହି ପଥର ଲୋକଙ୍କ ପତନର କାରଣ ହୁଏ।”(C)

ପରମେଶ୍ୱରଙ୍କ କଥା ଅବମାନନା କରିବା ହେତୁ ଲୋକେ ଝୁଣ୍ଟନ୍ତି। ସେହି ଲୋକମାନଙ୍କ ନିମନ୍ତେ ପରମେଶ୍ୱର ଏପରି ଯୋଜନା କରିଥିଲେ।

କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।

10 ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ।
    କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ।
ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ।
    କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center