Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ
19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
3 ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
4 କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।
ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
5 ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
6 ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
ତା'ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
23 “ଅନ୍ୟ ଲୋକମାନଙ୍କ ବିଷୟରେ ମିଥ୍ୟା କୁହ ନାହିଁ। କାହାରି ପାଇଁ ମିଥ୍ୟା ସାକ୍ଷୀ ଦେଇ, ତାକୁ ଅସୁବିଧାରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡ଼ଯନ୍ତ୍ର କର ନାହିଁ।
2 “ତୁମ୍ଭେ ଲୋକ ଗହଳି ସହିତ ଯୋଗଦେବା ଉଚିତ୍ ନୁହଁ ଏବଂ ନ୍ୟାୟକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତେବେଳେ ତୁମ୍ଭେ ନ୍ୟାୟାଳୟରେ ସାକ୍ଷ୍ୟ ଦିଅ।
3 “ସେ ଗରିବ ବୋଲି ନ୍ୟାୟାଳୟରେ ତାକୁ ବିଶେଷ ଅନୁକମ୍ପା ଦେଖାଅ ନାହିଁ।
4 “ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତେବେ ତାକୁ ତା'ର ମୁନିବକୁ ଫେରାଇ ଦିଅ, ଯଦି ସେ ତୁମ୍ଭର ଶତ୍ରୁ ବି ହୋଇଥାଏ।
5 “ତୁମ୍ଭେ ଆପଣା ଶତ୍ରୁର ଗଧକୁ ଭାରତଳେ ପଡ଼ିଥିବାର ଦେଖିବ, ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ୟ ତା’ ସଙ୍ଗରେ ତାକୁ ମୁକ୍ତ କରିବ।
6 “ଦରିଦ୍ରର ବିଗ୍ଭରରେ ତୁମ୍ଭେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ୟାୟ ଦେବ।
7 “କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା’ ନାମରେ ମିଥ୍ୟା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ୟାୟରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ୟା କରିଥାଏ ତେବେ ମୁଁ ତାକୁ କ୍ଷମା ଦେବି ନାହିଁ।
8 “ଯଦି କୌଣସି ଲୋକ ତା'ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।
9 “ତୁମ୍ଭେ କେବେବି ବିଦେଶୀମାନଙ୍କ ପାଇଁ ଅନ୍ୟାୟ କର ନାହିଁ। ମନେରଖ, ଏକ ସମୟରେ ତୁମ୍ଭେମାନେ ମଧ୍ୟ ବିଦେଶୀ ଥିଲ ଯେତେବେଳେ ତୁମ୍ଭେମାନେ ମିଶରରେ ବାସ କରୁଥିଲ।
ମନୁଷ୍ୟନିର୍ମିତ ନିୟମଗୁଡ଼ିକୁ ମାନ ନାହିଁ
16 ତେଣୁ ଯିହୂଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ)[a] ବିଷୟରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ। 17 ପୂର୍ବ କାଳରେ ଏଗୁଡ଼ିକ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାୟା ମାତ୍ର ଥିଲା। କିନ୍ତୁ ଯାହାସବୁ ଘଟିବାକୁ ଥିଲା, ସେଗୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ। 18 କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି। 19 ସେମାନେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନରେ ରଖନ୍ତି ନାହିଁ। ସମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରଖେ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଶରୀର ବୃଦ୍ଧି ପାଏ।
20 ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ୟ ଏପରି ବ୍ୟବହାର କରୁଛ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ’ଣ ପାଇଁ ପାଳନ କରୁଛ: 21 “ଏହା ଖାଅ ନାହିଁ।”, “ତାହା ଗ୍ଭଖ ନାହିଁ।”, “ସେ ଜିନିଷକୁ ଛୁଅଁ ନାହିଁ।” 22 ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ। 23 ଏହି ବ୍ୟବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ୟ ମନୁଷ୍ୟ ଦ୍ୱାରା ଗଠନ କରାଯାଇଥିବା ଧର୍ମର ଗୋଟିଏ ଗୋଟିଏ ଅଂଶ, ଯାହାଦ୍ୱାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସେମାନଙ୍କୁ ସେମାନଙ୍କର ପାପ ସ୍ୱଭାବ ଓ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ସାହାଯ୍ୟ କରେ ନାହିଁ।
2010 by World Bible Translation Center