Revised Common Lectionary (Semicontinuous)
ଅଫସର ମସ୍କୀଲ୍।
78 ହେ ମୋହର ଲୋକମାନେ, ତୁମ୍ଭେ ମୋର ଉପଦେଶକୁ ଶୁଣ।
ମୋହର ବାକ୍ୟକୁ କର୍ଣ୍ଣପାତ କର, ଯାହା ମୁଁ କହୁଅଛି।
2 ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି।
ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ଯାହାକି ବୁଝିବା ପାଇଁ କଷ୍ଟକର।
3 ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସେମାନଙ୍କ ବିଷୟରେ ଭଲଭାବରେ ଜାଣିଛୁ।
ଯାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
4 ଆମ୍ଭେମାନେ ସେମାନଙ୍କ ବଂଶଧରମାନଙ୍କୁ ଏହା ଲୁଗ୍ଭଇବୁ ନାହିଁ।
ସେମାନେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍,
ଏହା ଆମ୍ଭେ ଆମ୍ଭର ଆସୁଥିବା ପିଢ଼ିକୁ କହିବୁ,
ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ଯ୍ୟତା ଯାହା ସେ କଲେ ସେସବୁ ବିଷୟରେ ସେମାନଙ୍କୁ କହିବୁ।
12 ପରମେଶ୍ୱର ତାଙ୍କର ମହାନଶକ୍ତି ସିୟୋନ
ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦେଖାଇଥିଲେ।
13 ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ
ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ।
14 ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ୱର ମେଘଦ୍ୱାରା
ଓ ଅଗ୍ନିତେଜ ଦ୍ୱାରା ସେମାନଙ୍କୁ ପଥ କଢ଼ାଇଲେ।
15 ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ
ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
16 ପରମେଶ୍ୱର ଶୈଳରୁ ଝର ବାହାର କରାଇଲେ
ଏବଂ ଏହାର ଜଳ ନଦୀପରି ବୋହିଲା।
ମରିୟମର ମୃତ୍ୟୁ
20 ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।
ମୋଶାଙ୍କର ଭ୍ରମ
2 ସେହି ସ୍ଥାନରେ ଲୋକମାନଙ୍କ ପାଇଁ ପ୍ରଚୁର ଜଳ ନ ଥିଲା। ତହୁଁ ଲୋକମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ରିତ ହେଲେ। 3 ସେହି ଲୋକମାନେ ମୋଶାଙ୍କ ସହିତ ବିବାଦ କରି କହିଲେ, “ହାୟ! ଆମ୍ଭେମାନେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖରେ ପଛେ ମରିଥା’ନ୍ତୁ। 4 ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ଏହି ମରୁଭୂମିକୁ ଆଣିଲ? ତୁମ୍ଭେ ଗ୍ଭହୁଁଛ ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କର ପଶୁମାନେ ଏଠାରେ ମରିବୁ? 5 ତୁମ୍ଭେମାନେ କାହିଁକି ମିଶର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଏହି କଦର୍ଯ୍ୟ ସ୍ଥାନକୁ ଆଣିଲ? ଏଠାରେ ଶସ୍ୟ, ଡିମ୍ବିରି, ଦ୍ରାକ୍ଷା କିମ୍ବା ଡାଳିମ୍ବ କିଛି ନାହିଁ, ପିଇବାକୁ ମଧ୍ୟ ପାଣି ନାହିଁ।”
6 ଏଥିରେ ମୋଶା ଓ ହାରୋଣ ସମାଜ ସାକ୍ଷାତରୁ ସମାଗମ-ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ। ତହୁଁ ସଦାପ୍ରଭୁଙ୍କ ମହିମା ସେମାନଙ୍କ ପ୍ରତି ପ୍ରକାଶିତ ହେଲା।
7 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 8 “ତୁମ୍ଭେ ଆଶାବାଡ଼ି ନିଅ, ତୁମ୍ଭେ ଓ ତୁମ୍ଭ ଭାଇ ହାରୋଣ ସମସ୍ତ ମଣ୍ତଳୀକି ଏକତ୍ର କରିବା ଉଚିତ୍। ଆଉ ତୁମ୍ଭେମାନେ ସେମାନଙ୍କ ସମ୍ମୁଖରେ ସେହି ଶୈଳକୁ ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ସେହି ଶୈଳରୁ ଜଳ ବାହାର କରି ଲୋକମାନଙ୍କୁ ଓ ସେମାନଙ୍କର ପଶୁଗଣଙ୍କୁ ଜଳ ପାନ କରାଇବ।”
9 ତହୁଁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ସମ୍ମୁଖରେ ପଡ଼ିଥିବା ଆଶାବାଡ଼ି ନେଲେ। 10 ପୁଣି ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଦେଖ, ଆମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।” 11 ଏହା ପରେ ମୋଶା ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡ଼ିରେ ସେହି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସେମାନଙ୍କର ପଶୁଗଣ ଜଳପାନ କଲେ।
12 ଏଥିରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଲୋକମାନଙ୍କ ସମ୍ମୁଖରେ ମୋ'ଠାରେ ବିଶ୍ୱାସ କଲ ନାହିଁ ଏବଂ ଲୋକମାନଙ୍କ ଆଗରେ ମୋତେ ପବିତ୍ର ରୂପେ ସମ୍ମାନ ଦେଲ ନାହିଁ। ଏଣୁ ତୁମ୍ଭେମାନେ ଏହି ଲୋକମାନଙ୍କୁ ସେହି ଦେଶ ଭିତରକୁ ନେବ ନାହିଁ, ଯାହା ମୁଁ ସେମାନଙ୍କୁ ଦେଇଛି।”
13 ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ।
32 “ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର ଶୁଣାଉଛୁ। 33 ପରମେଶ୍ୱର ସେହି ପ୍ରତିଜ୍ଞାକୁ ଆମ୍ଭପରି ତାହାଙ୍କର ସନ୍ତାନମାନଙ୍କ ନିମନ୍ତେ ପୂର୍ଣ୍ଣ କରିଛନ୍ତି। ଏହିପରି ଏହା ଗୀତସଂହିତରେ ଲେଖାଅଛି:
‘ତୁମ୍ଭେ ମୋ’ ପୁତ୍ର,
ଆଜି ମୁଁ ତୁମ୍ଭର ପିତା ହେଲି।’(A)
34 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ, ଯେପରି ତାହାଙ୍କର ଶରୀର ପୁଣି ଥରେ କବରପ୍ରାପ୍ତ ହୋଇ କ୍ଷୟ ନ ହୁଏ। ଏ ବିଷୟରେ ସେ କହିଲେ,
‘ମୁଁ ଦାଉଦଙ୍କ ନିକଟରେ ପ୍ରତିଜ୍ଞା କରିଥିବା
ପବିତ୍ର ଓ ପ୍ରକୃତ ଆର୍ଶୀବାଦ ତୁମ୍ଭମାନଙ୍କୁ ଦେବି।’(B)
35 ପବିତ୍ର ବାକ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଲେଖାଅଛି,
‘ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିଙ୍କୁ କବରରେ କ୍ଷୟ ହେବାକୁ ଦେବ ନାହିଁ।’(C)
36 ଦାଉଦ ତାହାଙ୍କ ଯୁଗରେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେବାକାର୍ଯ୍ୟ କରି ସାରିଲାପରେ ଦେହତ୍ୟାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ। 37 କିନ୍ତୁ ପରମେଶ୍ୱର ଯାହାଙ୍କୁ ମୃତ୍ୟୁରୁ ଉଠେଇଲେ ସେ କ୍ଷୟପ୍ରାପ୍ତ ହୋଇ ନ ଥିଲେ। 38-39 ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ୍ ଯେ, କେବଳ ଏହି ଜଣଙ୍କ ଦ୍ୱାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହୋଇପାରେ। ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ତୁମ୍ଭେମାନେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠାରେ ବିଶ୍ୱାସ କରି ତୁମ୍ଭେମାନେ ସେହିସବୁ ପାପରୁ ମୁକ୍ତି ପାଇ ପାରିବ। 40 ତେଣୁ ସାବଧାନ ରୁହ ଯେ, ଭବିଷ୍ୟଦ୍ବକ୍ତାମାନେ ଯାହା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପ୍ରତି ନ ଘଟେ। ଭବିଷ୍ୟଦ୍ବକ୍ତାମାନେ କହିଲେ,
41 ‘ଦେଖ, ଅବଜ୍ଞାକାରୀ ଲୋକମାନେ,
ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା'ପରେ ମରିବାକୁ ଯାଇଥାଅ,
କାରଣ ମୁଁ ତୁମ୍ଭମାନଙ୍କ ସମୟରେ,
ଏପରି ଗୋଟିଏ କାର୍ଯ୍ୟ କରିବି
ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା,
ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’”(D)
2010 by World Bible Translation Center