Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:97-104

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ଗଣନା ପୁସ୍ତକ 11:1-9

ଲୋକମାନେ ପୁନର୍ବାର ଅଭିଯୋଗ କରନ୍ତି

11 ତା'ପରେ ଲୋକମାନେ ସଦାପ୍ରଭୁଙ୍କଠାରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା। ତେଣୁ ଲୋକମାନେ ମୋଶାଙ୍କ ନିକଟରେ ସାହାଯ୍ୟ ପାଇଁ କ୍ରନ୍ଦନ କଲେ। ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେହି ଅଗ୍ନି ଥମିଗଲା। ତେଣୁ ସେହି ସ୍ଥାନର ନାମ ତବିୟେରା ହେଲା କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା।

ସତୁରି ବୟସ୍କ ପ୍ରାଚୀନଗଣ

ତା'ପରେ ସେମାନଙ୍କ ମଧ୍ୟରୁ ଅସୁବିଧା ସୃଷ୍ଟିକାରୀଗଣଙ୍କର ଉତ୍ତମ ଖାଦ୍ୟ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ଇସ୍ରାଏଲର ଲୋକମାନେ ସେମାନଙ୍କ ସହିତ ଯୋଗ ଦେଲେ ଏବଂ ପାଟି କଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡ଼େ। ଆମ୍ଭମାନଙ୍କର ମଧ୍ୟ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡ଼େ। ମାତ୍ର ଏବେ ଆମ୍ଭେମାନେ ଦୁର୍ବଳ ହୋଇ ଯାଉଅଛୁ, ଏଠି ଖାଇବାକୁ କିଛି ନାହିଁ, ଏହି ମାନ୍ନା ଛଡ଼ା ଆଉ ଦେଖିବାକୁ କିଛି ନାହିଁ,।” ଆଉ ସେହି ମାନ୍ନା ଧନିଆ ବୀଜଗୁଡ଼ିକ ସଦୃଶ ହେବ। ଲୋକମାନେ ଏଣେ ତେଣେ ବୁଲି ମାନ୍ନା ସଂଗ୍ରହ କଲେ, ଚକିରେ ତାକୁ ପେଷିଲେ, କିମ୍ବା କୁଟଣୀରେ ତାହା ଚୂର୍ଣ କରି କରେଇରେ ସିଦ୍ଧକରି ପିଠା ପ୍ରସ୍ତୁତ କଲେ, ଆଉ ଜୀତ ତୈଳରେ ପକ୍ୱ ପିଠାପରି ତା'ର ସ୍ୱାଦ ହେଲା। ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲାବେଳେ ତା’ ସହିତ ମାନ୍ନା ଝଡିଲା।

ରୋମୀୟଙ୍କ ପ୍ରତି ପତ୍ର 16:17-20

17 ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ କହିବାକୁ ଇଚ୍ଛାକରେ ଯେ, ଯେଉଁ ଲୋକମାନେ ତୁମ୍ଭ ଭିତରେ ଦଳଭେଦ ଓ ବିଘ୍ନ ଆଣିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କଠାରୁ ସତର୍କ ରୁହ। ଲୋକମାନଙ୍କର ବିଶ୍ୱାସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କଠାରୁ ସତର୍କ ରୁହ। ଏଭଳି ଲୋକେ ତୁମ୍ଭେ ଗ୍ରହଣ କରିଥିବା ପ୍ରକୃତ ଶିକ୍ଷା ବିରୁଦ୍ଧରେ ଥା’ନ୍ତି। 18 ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି। 19 ତୁମ୍ଭେମାନେ ବାଧ୍ୟ ହୁଅ; ସମସ୍ତେ ଏହା ଶୁଣିଛନ୍ତି। ମୁଁ ତୁମ୍ଭମାନଙ୍କ ପାଇଁ ବହୁତ ଖୁସୀ। କିନ୍ତୁ ମୁଁ ଇଚ୍ଛାକରେ ଯେ ତୁମ୍ଭେମାନେ ଭଲ ପାଇଁ ବୁଦ୍ଧିମାନ ହୋଇ ରୁହ ଓ ମନ୍ଦ ବିଷୟ ଜାଣିବା ପାଇଁ ଚେଷ୍ଟା କର ନାହିଁ।

20 ଶାନ୍ତିର ସ୍ରୋତ ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା’ ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ।

ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center