Revised Common Lectionary (Semicontinuous)
105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ତାଙ୍କର ନାମକୁ ଡାକ।
ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
ତାଙ୍କର ପ୍ରଗ୍ଭରିତ କର।
ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
3 ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
4 ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
5 ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
6 ତୁମ୍ଭେ ହେଉଛ ତାଙ୍କର ସେବକ,
ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।
37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।
42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।
ପରମେଶ୍ୱରଙ୍କର ପ୍ରଶଂସା କର!
22 ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସେମାନେ ପ୍ରତ୍ୟେକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମୋଶାଙ୍କୁ ଜଣାଇଲେ।
23 ମୋଶା ସେମାନଙ୍କୁ କହିଲେ, “ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତାକାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ। ତୁମ୍ଭେମାନେ ଆଜି ଯେତିକି ଖାଦ୍ୟ ଦରକାର କରୁଛ ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କର।”
24 ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଞ୍ଚୟ କଲେ। ସେହି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥିରେ ପୋକ ନ ଥିଲେ।
25 ସପ୍ତମ ଦିବସ, ମୋଶା ଲୋକମାନଙ୍କୁ କହିଲେ, “ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ୟ ଦିବସ। ତେଣୁ ତୁମ୍ଭେମାନେ କ୍ଷେତକୁ ଆଜି କେହି ନ ଯାଇ ରଖାଯାଇଥିବା ଖାଦ୍ୟକୁ ଭକ୍ଷ୍ୟଣ କର। 26 ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।”
27 ତଥାପି ସପ୍ତମ ଦିବସରେ ମଧ୍ୟ କେହି କେହି ଖାଦ୍ୟ ଖୋଜିବାକୁ ଗଲେ, ସେମାନେ କିଛି ପାଇଲେ ନାହିଁ। 28 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “କେତେକାଳ ତୁମ୍ଭ ଲୋକମାନେ ମୋର ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ? 29 ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ ପ୍ରତ୍ୟେକ ବିଶ୍ରାମ ଦିନରେ ନିଜ ନିଜ ସ୍ଥାନରୁ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ଥାଅ।” 30 ତେଣୁ ଲୋକମାନେ ବିଶ୍ରାମ ଦିନରେ ବିଶ୍ରାମ କଲେ।
23 ତା'ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଜଣେ ଧନୀଲୋକ ନିମନ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ଅତ୍ୟନ୍ତ କଷ୍ଟକର ବିଷୟ। 24 ହଁ, ମୁଁ ତୁମ୍ଭକୁ କହୁଛି ଯେ, ଜଣେ ଧନୀ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାଠାରୁ ଗୋଟିଏ ଓଟ ଛୁଞ୍ଚିକଣା ଭିତରେ ଗଳିଯିବା ବରଂ ସହଜ।’’
25 ଶିଷ୍ୟମାନେ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ସେମାନେ ପଗ୍ଭରିଲେ, “ତେବେ କିଏ ପରିତ୍ରାଣ ପାଇ ପାରିବ?”
26 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ସବୁକିଛି ସମ୍ଭବ।”
27 ତା'ପରେ ପିତର କହିଲେ, “ଆମ୍ଭର ଯାହାକିଛି ଥିଲା, ଆମ୍ଭେ ସେ ସବୁ ଛାଡ଼ି ଦେଇଛୁ ଏବଂ ତୁମ୍ଭର ଅନୁସରଣ କରିଛୁ। ତା'ହେଲେ ଆମ୍ଭେ କ’ଣ ପାଇବୁ?”
28 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର[a] ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ। 29 ମୋ’ ପାଇଁ ଯେଉଁ ଲୋକ ଘରଦ୍ୱାର କିମ୍ବା ଭାଇ, ଭଉଣୀ କିମ୍ବା ପିତା, ମାତାଙ୍କୁ କିମ୍ବା ପିଲାମାନଙ୍କୁ କିମ୍ବା ଜମିବାଡ଼ି ଛାଡ଼ି ଦେଇଛି, ସେ ଶହେ ଗୁଣ ଅଧିକା ପାଇବ ଏବଂ ଅନନ୍ତ ଜୀବନ ପାଇବ। 30 କିନ୍ତୁ ଯେଉଁମାନେ ଏବେ ପ୍ରଥମ ସ୍ଥାନରେ ଅଛନ୍ତି, ଭବିଷ୍ୟତରେ ସେମାନଙ୍କ ଭିତରୁ ବହୁତ ଲୋକ ଶେଷ ସ୍ଥାନରେ ରହିଯିବେ। ଏବଂ ଏବେ ଶେଷ ସ୍ଥାନରେ ପଡ଼ି ରହିଥିବା ବହୁତ ଲୋକ ଭବିଷ୍ୟତରେ ପ୍ରଥମସ୍ଥାନ ଲାଭ କରିବେ।
2010 by World Bible Translation Center