Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105:1-6

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।

ଗୀତସଂହିତା 105:37-45

37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
    ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
    କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
    ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
    ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
    ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।

42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
    ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
    ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
    ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ଯାତ୍ରାପୁସ୍ତକ 16:1-21

16 ଏହା ପରେ ଇସ୍ରାଏଲର ସମସ୍ତ ସମାଜ ଏଲୀମ ଛାଡ଼ି ସୀନୟ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନୟର ମଝିରେ ଥିଲା। ସେମାନେ ମିଶର ଛାଡ଼ିବାର ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ସେଠାରେ ପହଞ୍ଚିଲେ। ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ। ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ। ପ୍ରତ୍ୟେକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତେବେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତେବେଳେ ସେମାନେ ଦେଖିବେ ଯେ ତାହା ଦୁଇଗୁଣ ହୋଇଯିବ।”

ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି। ଆସନ୍ତାକାଲି ପ୍ରଭାତରେ ତୁମ୍ଭେମାନେ ପରମେଶ୍ୱରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେମାନେ କିଏ? ପ୍ରକୃତରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”

ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”

ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’

10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।

11 ସଦାପ୍ରଭୁ ମୋଶାଙ୍କୁ କହିଲେ, 12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’”

13 ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା। 14 ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା। 15 ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ। 16 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ନିଜ ନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”

17 ତେଣୁ ଇସ୍ରାଏଲର ଲୋକମାନେ ଏହିପରି କଲେ। ପ୍ରତ୍ୟେକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ। 18 ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ।

19 ମୋଶା ସେମାନଙ୍କୁ କହିଲେ, “ଆସନ୍ତା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।” 20 କିନ୍ତୁ କେତେକ ଲୋକ ସେମାନଙ୍କର କଥାକୁ ଧ୍ୟାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଞ୍ଚୟ କରି ରଖିଥିଲେ, ସକାଳ ପର୍ଯ୍ୟନ୍ତ ତାହା ପୋକମାନଙ୍କ ଦ୍ୱାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମୋଶା ସେମାନଙ୍କ ଉପରେ କ୍ଷୁବ୍ଧ ହେଲେ।

21 ପ୍ରତ୍ୟେକ ସକାଳେ ଲୋକମାନେ ସେମାନଙ୍କର ଖାଦ୍ୟ ସଂଗ୍ରହ କଲେ। ପ୍ରତ୍ୟେକ ଲୋକ ସେମାନଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରାରେ ତାହା ସବୁ ତରଳିଗଲା।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:5-10

ତୁମ୍ଭେମାନେ ବିଶ୍ୱାସରେ ଜୀବନ କାଟୁଛ କି ନାହିଁ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭେମାନେ ଜାଣ ଯେ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭେମାନେ ପରୀକ୍ଷାରେ ବିଫଳ ହୁଅ, ତାହାହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ରହୁ ନାହାନ୍ତି ତାହା ଜାଣ। ମୁଁ ଆଶାକରେ ଆମ୍ଭେମାନେ ପରୀକ୍ଷାରେ ବିଫଳ ହୋଇ ନାହୁଁ ବୋଲି ତୁମ୍ଭେମାନେ ଦେଖିବ। ଆମ୍ଭେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ କିଛି ଭୁଲ୍ କାମ କରିବ ନାହିଁ। ଆମ୍ଭେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ, ଏ କଥା ଲୋକମାନେ ଦେଖିବାରେ କିଛି ଲାଭ ନାହିଁ। ପରୀକ୍ଷାରେ ଆମ୍ଭେମାନେ ବିଫଳ ହୋଇଛୁ ବୋଲି ଯଦି ଲୋକଙ୍କୁ ଦେଖାଯାଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମ୍ଭେ ସତ୍ୟର ବିପରୀତ କୌଣସି କାମ କରିବା ନାହିଁ। ଆମ୍ଭେ କେବଳ ସତ୍ୟ ପାଇଁ କିଛି କରି ପାରିବା। ଯଦି ତୁମ୍ଭେମାନେ ବଳବାନ ଆମ୍ଭେ ଦୁର୍ବଳ ହେବାରେ ଆନନ୍ଦିତ। ଆମ୍ଭେ ପ୍ରାର୍ଥନା କରୁ ଯେ ତୁମ୍ଭେମାନେ ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଯାଅ। 10 ମୁଁ ଏବେ ଏହି ଗୁଡ଼ିକ ତୁମ୍ଭମାନଙ୍କୁ ଲେଖୁଛି କାରଣ ମୁଁ ତୁମ୍ଭମାନଙ୍କ ସହିତ ନାହିଁ। ଅତଏବ ତାହା ହେଉଛି ଯେ, ଯେତେବେଳେ ମୁଁ ଆସେ, ସେତେବେଳେ ଦଣ୍ଡ ଦେବା ପାଇଁ ମୋତେ ମୋ’ ଶକ୍ତିର ବ୍ୟବହାର କରିବାକୁ ନ ପଡ଼ୁ। ପରମେଶ୍ୱର ମୋତେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରି ଗଢ଼ିବା ପାଇଁ ଶକ୍ତି ପ୍ରଦାନ କରିଛନ୍ତି, ତୁମ୍ଭମାନଙ୍କୁ ନଷ୍ଟ କରିବା ପାଇଁ ନୁହେଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center