Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 105:1-6

105 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
    ତାଙ୍କର ନାମକୁ ଡାକ।
    ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ଯ୍ୟ କ୍ରିୟାସକଳ ବିଷୟରେ କୁହ।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ତାଙ୍କର ପ୍ରଗ୍ଭରିତ କର।
    ତାହାଙ୍କ ଦ୍ୱାରା କରାଯାଇଥିବା ଆଶ୍ଚର୍ଯ୍ୟ କ୍ରିୟା ବିଷୟରେ କୁହ।
ଗର୍ବରେ ତାଙ୍କର ପବିତ୍ର ନାମରେ ପ୍ରଶଂସା କର।
    ସଦାପ୍ରଭୁଙ୍କର ଉପାସକ ଆନନ୍ଦିତ ହୁଅ।
ଶକ୍ତି ପାଇଁ ସଦାପ୍ରଭୁଙ୍କ ନିକଟକୁ ଯାଅ।
    ସାହାଯ୍ୟ ପାଇଁ ସର୍ବଦା ତାଙ୍କ ପାଖକୁ ଯାଅ।
ସେ ଯେଉଁ ଆଶ୍ଚର୍ଯ୍ୟ କର୍ମମାନ କଲେ ତାହା ମନେ ପକାଅ।
    ତାଙ୍କର ଅଲୌକିକ କାର୍ଯ୍ୟ ଏବଂ ତାଙ୍କ ବୁଦ୍ଧିମତାର ବିଗ୍ଭର ମନେପକାଅ।
ତୁମ୍ଭେ ହେଉଛ ତାଙ୍କର ସେବକ,
    ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।

ଗୀତସଂହିତା 105:37-45

37 ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ।
    ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
38 ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ।
    କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।
39 ପରମେଶ୍ୱର କମ୍ବଳ ସ୍ୱରୂପ ବାଦଲକୁ ମେଲି ଦେଲେ।
    ପରମେଶ୍ୱର ନିଜ ଲୋକମାନଙ୍କୁ ରାତିରେ ଦେଖାଇବା ପାଇଁ ଏକ ଅଗ୍ନିସ୍ତମ୍ଭ ପ୍ରଜ୍ୱଳନ କଲେ।
40 ଯେତେବେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ୱର ଭାଟୋଇ ପକ୍ଷୀମାନଙ୍କୁ ଦେଲେ।
    ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।
41 ପରମେଶ୍ୱର ଶୈଳକୁ ଫଟାନ୍ତେ ଜଳସ୍ରୋତ ବହିବା ଆରମ୍ଭ ହେଲା।
    ତାହା ଶୁଷ୍କ ଭୂମିରେ ନଦୀତୁଲ୍ୟ ପ୍ରବାହୀତ ହେଲା।

42 ପରମେଶ୍ୱର ଆପଣା ପବିତ୍ର ବାକ୍ୟ
    ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
43 ପରମେଶ୍ୱର ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ।
    ସେମାନେ ଆନନ୍ଦରେ ଗୀତ ଗାଇ ଗାଇ ଆସିଲେ।
44 ଏହା ପରେ ପରମେଶ୍ୱର ତାଙ୍କର ଗୋଷ୍ଠୀୟବର୍ଗଙ୍କୁ ବାସ କରିବାକୁ ସ୍ଥାନ ଦେଲେ।
    ପରମେଶ୍ୱରଙ୍କର ଲୋକମାନେ ସମସ୍ତ ଦ୍ରବ୍ୟ ପାଇଲେ।
    ଯେଉଁଥିପାଇଁ ଅନ୍ୟ ଜାତିଗଣ ବହୁ ପରିଶ୍ରମ କରିଥିଲେ।
45 ପରମେଶ୍ୱର ଏପରି କଲେ, ତେଣୁ ତାଙ୍କର ଲୋକମାନେ ତାଙ୍କର ନିୟମ ମାନିବେ
    ଓ ତାଙ୍କର ଦେଇଥିବା ଶିକ୍ଷା ପାଳନ କରିବେ।

ପରମେଶ୍ୱରଙ୍କର ପ୍ରଶଂସା କର!

ଯାତ୍ରାପୁସ୍ତକ 15:22-27

ଇସ୍ରାଏଲ ପ୍ରାନ୍ତର ମଧ୍ୟକୁ ଯାଆନ୍ତି

22 ମୋଶା ଇସ୍ରାଏଲ ଲୋକମାନଙ୍କୁ ସୂଫସାଗରଠାରୁ ପର୍ବତ ଆଡ଼କୁ ନେଇଗଲେ। ସେମାନେ ତିନି ଦିନ ଧରି ମରୁଭୂମିରେ ଯାତ୍ରା କଲେ, ଲୋକମାନେ ଟିକେ ମଧ୍ୟ ପାଣି ପାଇଲେ ନାହିଁ। 23 ତିନି ଦିନ ପରେ ଲୋକମାନେ ମାରାଠାରେ ପହଞ୍ଚିଲେ। ସେଠାରେ ପାଣି ଥିଲା କିନ୍ତୁ ତିକ୍ତତା ହେତୁ ପାନୀୟ ଯୋଗ୍ୟ ନ ଥିଲା। ଯେଉଁଥିପାଇଁ ସେହି ସ୍ଥାନର ନାମ ହେଲା ମାରା।

24 ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?”

25 ମୋଶା ସଦାପ୍ରଭୁଙ୍କୁ ଡାକ ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦେଖାଇଲେ। ମୋଶା ସେହି ବୃକ୍ଷର ଶାଖାକୁ ଜଳରେ ପକାନ୍ତେ ଏହା ମଧୁର ହୋଇଗଲା।

ସେହି ସ୍ଥାନରେ, ସଦାପ୍ରଭୁ ତାଙ୍କୁ ବ୍ୟବସ୍ଥା ଓ ଆଜ୍ଞା ଦେଲେ। ସେଠାରେ ସେ ତାଙ୍କୁ ପରୀକ୍ଷା କଲେ। 26 ତା'ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପୀଡ଼ିତ ହେଲେ, ତୁମ୍ଭେମାନେ ସେହି ରୋଗରେ ପୀଡ଼ିତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”

27 ଏହା ପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠାରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସେଠାରେ ପାଣି ପାଖରେ ଛାଉଣି ସ୍ଥାପନ କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 13:1-4

ଶେଷ ସତର୍କ ବାଣୀ ଓ ଶୁଭେଚ୍ଛା

13 ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେରଖ: “ପ୍ରତ୍ୟେକ ଅଭିଯୋଗ ପାଇଁ ଦୁଇ ବା ତିନି ଜଣ ସାକ୍ଷୀ ଦେବା ଦରକାର ଯେ ସେମାନେ ତାହାର ସତ୍ୟତା ବିଷୟରେ ଜାଣିଛନ୍ତି।”(A) ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଦ୍ୱିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦେଇଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂରରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତେବେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦେବି। ମୋ’ ଦ୍ୱାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭେମାନେ ପ୍ରମାଣ ଗ୍ଭହୁଁଛ। ମୋର ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବାରେ ଦୁର୍ବଳ ନୁହନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିଶାଳୀ ଅଟନ୍ତି। ଏହା ସତ୍ୟ ଯେ, ଯେତେବେଳେ ଖ୍ରୀଷ୍ଟ କ୍ରୁଶ ଉପରେ ଚଢ଼ିଲେ ସେତେବେଳେ ସେ ଦୁର୍ବଳ ଥିଲେ, କିନ୍ତୁ ଏବେ ପରମେଶ୍ୱରଙ୍କ ମହାଶକ୍ତିରେ ସେ ଜୀବିତ। ଆମ୍ଭେ ମଧ୍ୟ ଖ୍ରୀଷ୍ଟଙ୍କଠାରେ ଦୁର୍ବଳ ଅଟୁ। କିନ୍ତୁ ପରମେଶ୍ୱରଙ୍କ ଶକ୍ତିରେ ଆମ୍ଭେ ଖ୍ରୀଷ୍ଟଙ୍କ ତୁଲ୍ୟ ଜୀବିତ ହୋଇ ଉଠିବା। ନିଜକୁ ତନ୍ନ ତନ୍ନ କରି ଦେଖ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center