Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
କିନ୍ତୁ ମୁଁ ପାରୁ ନାହିଁ। ସେଲା
4 ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
5 ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
ମୁଁ ଚିନ୍ତା କରେ।
6 ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
8 ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
9 ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?” ସେଲା
10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ। ସେଲା
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଲାଇଲ।
ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି
2 ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗିଲ୍ଗଲ୍ଠାରୁ ସେମାନଙ୍କର ରାସ୍ତାରେ ଥିଲେ।
2 ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେଲ୍କୁ ଯିବାକୁ କହିଛନ୍ତି।”
ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେଲ୍କୁ ଗଲେ।
3 ବୈଥେଲ୍ର ଦଳେ ଭବିଷ୍ୟଦ୍ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?”
ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।”
4 ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।”
ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ।
5 ଯିରୀହୋର ଦଳେ ଭବିଷ୍ୟଦ୍ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?”
ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।”
6 ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।”
ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ।
7 ପୁନଶ୍ଚ ଭବିଷ୍ୟଦ୍ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚାତ୍ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ। 8 ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।
9 ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ'ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।”
ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”
10 ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”
ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ
11 ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା'ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।
12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”
ତା'ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ। 13 ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” 14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।
ଭବିଷ୍ୟଦ୍ବକ୍ତାଙ୍କ ଏଲିୟଙ୍କୁ ଅନ୍ୱେଷଣ
15 ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। 16 ସେମାନେ ତାଙ୍କୁ କହିଲେ, “ଦେଖ, ଆମ୍ଭ ସହିତ ପଗ୍ଭଶ୍ ବଳବାନ୍ ଲୋକ ଅଛନ୍ତି। ଆମ୍ଭେ ବିନୟ କରୁଛୁ, ସେମାନଙ୍କୁ ତୁମ୍ଭର ମହାଶୟଙ୍କୁ ଖୋଜିବାରେ ଯିବାକୁ ଦିଅ। ହୋଇପାରେ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ କି ଉପତ୍ୟକା ଉପରେ ପକାଇ ଦେଇଥିବେ।”
ମାତ୍ର ଇଲୀଶାୟ କହିଲେ, “ତୁମ୍ଭେ ଏଲିୟଙ୍କୁ ଖୋଜିବକୁ ଲୋକ ପଠାଅ ନାହିଁ।”
17 ତା'ପରେ ସେ ବିହ୍ୱଳ ହେବା ପର୍ଯ୍ୟନ୍ତ ତାଙ୍କୁ ସେମାନେ ପ୍ରବର୍ତ୍ତାନ୍ତେ, ସେ କହିଲେ, “ଭଲ କଥା, ଏଲିୟଙ୍କୁ ଖୋଜିବାକୁ ଲୋକ ପଠାଅ।”
ସେମାନେ ଦଳେ ଭବିଷ୍ୟଦ୍ବକ୍ତାମାନେ ପଗ୍ଭଶ୍ ଜଣ ଲୋକଙ୍କୁ ପଠାଇଲେ। ସେମାନେ ତିନି ଦିନ ଖୋଜିଲେ, ମାତ୍ର ଏଲିୟଙ୍କୁ ପାଇଲେ ନାହିଁ। 18 ପୁଣି ସେମାନେ ଯିରୀହୋରେ ଇଲୀଶାୟ ନିକଟକୁ ଯାଇ କହିଲେ, “ସେମାନେ ଏଲିୟଙ୍କୁ ପାଇଲେ ନାହିଁ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭମାନଙ୍କୁ ନ ଯିବା ପାଇଁ ମୁଁ କହିଥିଲି।”
ଯୀଶୁ ବିଶ୍ୱାସର ଶକ୍ତି ଦେଖାଇଲେ
(ମାଥିଉ 21:20-22)
20 ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ଡିମ୍ବିରିଗଛ ଥିବା ବାଟ ଦେଇ ଆସିଲେ। ସେମାନେ ଡିମ୍ବିରିଗଛକୁ ମୂଳରୁ ଶୁଖି ମରି ଯାଇଥିବାର ଦେଖିଲେ। 21 ସେତେବେଳେ ପିତର ଡିମ୍ବିରିଗଛକୁ ମନେ ପକେଇଲେ ଓ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଦେଖ; ଗତ କାଲି ତୁମ୍ଭେ ଯେଉଁ ଡିମ୍ବିରିଗଛକୁ ଅଭିଶାପ ଦେଇଥିଲ, ସେ ଗଛ ଆଜି ଶୁଖି ମରି ଯାଇଛି।”
22 ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ। 23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି: ଯଦି କେହି ଲୋକ ଏହି ପର୍ବତକୁ କହିବ, ‘ତୁ ଉପୁଡ଼ି ସମୁଦ୍ରରେ ଯାଇ ପଡ଼ିଯା,’ ଏବଂ ଯଦି ଲୋକଟିର ମନରେ କୌଣସି ପ୍ରକାର ସନ୍ଦେହ ନ ଥାଇ ବିଶ୍ୱାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତେବେ ପରମେଶ୍ୱର ତା’ ପାଇଁ ତାହା କରି ଦେବେ। 24 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ପ୍ରାର୍ଥନା କଲାବେଳେ ଯାହା ମାଗୁଛ, ବିଶ୍ୱାସ କର ଯେ, ତାହା ତୁମ୍ଭକୁ ମିଳିଯାଇଛି ତେବେ ପ୍ରକୃତରେ ତାହା ତୁମ୍ଭେ ପାଇବ। 25 ତୁମ୍ଭେମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଠିଆ ହୋଇଥିବ, ସେତେବେଳେ ଯଦି ତୁମ୍ଭମାନଙ୍କର ମନେ ପଡ଼ିଯାଏ ଯେ, ତୁମ୍ଭେମାନେ କାହାରି ଉପରେ କୌଣସି କାରଣରୁ ରାଗିଛ, ତେବେ ସେହି ଲୋକକୁ କ୍ଷମା କରି ଦିଅ। ତା'ହେଲେ ସ୍ୱର୍ଗରେ ରହୁଥିବା ତୁମ୍ଭମାନଙ୍କର ପରମପିତା ମଧ୍ୟ ତୁମ୍ଭମାନଙ୍କର ପାପ ଗୁଡ଼ିକୁ କ୍ଷମା କରିଦେବେ।”
2010 by World Bible Translation Center