Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୁଥୂନର ରୀତିନୁସାରେ ଆସଫର ଗୀତ।
77 ମୁଁ, ସ୍ୱର ସହିତ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନ କରିବି।
ମୁଁ ପରମେଶ୍ୱରଙ୍କଠାରେ କ୍ରନ୍ଦନ କରିବି ଯେ, ସେ ମୋ’ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
2 ବିପଦ ସମୟରେ ମୁଁ ମୋର ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଗ୍ଭହିଁଅଛି।
ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି।
କିନ୍ତୁ ମୁଁ ଆଶ୍ୱାସନା ପାଇଲି ନାହିଁ।
3 ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି, ତାଙ୍କୁ ମୋର ଅନୁଭୂତି କହିବାକୁ ଚେଷ୍ଟା କରିଛି।
କିନ୍ତୁ ମୁଁ ପାରୁ ନାହିଁ। ସେଲା
4 ତୁମ୍ଭେ ମୋ’ ଚକ୍ଷୁକୁ ଉଜାଗର କରି ରଖୁଅଛ।
ମୁଁ ଏମନ୍ତ ବ୍ୟାକୁଳ ଯେ କଥା କହିପାରୁ ନାହିଁ।
5 ବହୁତ ଆଗରୁ ଘଟିଯାଇଥିବା ଘଟଣା ବିଷୟରେ
ମୁଁ ଚିନ୍ତା କରେ।
6 ରାତିରେ ମୁଁ ନିଜ ଗୀତ ବିଷୟରେ ଭାବିଲି।
ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ।
ମୋର ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
7 ମୁଁ ଆଶ୍ଚର୍ଯ୍ୟ ହେଲି, “ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ୟାଗ କରିଛନ୍ତି କି?
ଆଉ ସେ କ’ଣ ସୁପ୍ରସନ୍ନ ହେବେ ନାହିଁ?
8 ପରମେଶ୍ୱରଙ୍କ ଦୟା କ’ଣ ଚିରକାଳ ପାଇଁ ଲୁପ୍ତ ହୋଇଛି?
ତାଙ୍କର ପ୍ରତିଜ୍ଞା କ’ଣ ଚିରକାଳ ପାଇଁ ବିଫଳ ହୋଇଛି?
9 ପରମେଶ୍ୱର କ’ଣ କୃପା କରିବାକୁ ପାସୋରି ଅଛନ୍ତି?
ତାଙ୍କର ଦୟା କ’ଣ କ୍ରୋଧରେ ପରିଣତ ହୋଇଅଛି?” ସେଲା
10 ଏହା ପରେ ମୁଁ ଚିନ୍ତା କଲି, “ଏସବୁ ମୋତେ ବିବ୍ରତ କରୁଅଛି,
‘ସର୍ବୋପରିସ୍ଥ ପରମେଶ୍ୱର କ’ଣ ତାଙ୍କର ଶକ୍ତି ହରାଇ ଅଛନ୍ତି?”
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ।
ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ଯ୍ୟ କର୍ମସବୁ ମୁଁ ମନେ ପପାଏ।
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ
ଏବଂ କାର୍ଯ୍ୟକୁ ଅନୁଧ୍ୟାନ କରେ।
13 ହେ ପରମେଶ୍ୱର, ତୁମ୍ଭର ପଥସବୁ ପବିତ୍ର।
ତୁମ୍ଭପରି ମହାନ କେହି ପରମେଶ୍ୱର ନାହାନ୍ତି।
14 ତୁମ୍ଭେ ହେଉଛ ପରମେଶ୍ୱର ଯିଏକି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି।
ତୁମ୍ଭେ ଗୋଷ୍ଠୀୟମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
15 ତୁମ୍ଭର ଶକ୍ତିଦ୍ୱାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ।
ଯାକୁବ ଓ ଯୋଷେଫର ସନ୍ତାନଗଣକୁ ରକ୍ଷା କରିଅଛ। ସେଲା
16 ହେ ପରମେଶ୍ୱର, ତୁମ୍ଭକୁ ଦେଖି ଜଳରାଶି ଡରିଗଲା।
ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
17 ମେଘମାଳା ସେମାନଙ୍କର ଜଳବୃଷ୍ଟି କଲେ।
ଆକାଶରେ ମେଘର ଘୋର ଗର୍ଜନ ଲୋକମାନେ ଶୁଣିଲେ।
ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
18 ଘୂର୍ଣ୍ଣିବାତ୍ୟାରେ ତୁମ୍ଭର ବଜ୍ରଧ୍ୱନି ସ୍ୱର ଶୁଣାଗଲା।
ବିଜୁଳି ଜଗତକୁ ଆଲୋକମୟ କଲା।
ପୃଥିବୀ କମ୍ପିତ ହେଲା।
19 ହେ ପରମେଶ୍ୱର, ସମୁଦ୍ରରେ ତୁମ୍ଭେ ପାଦରେ ଗ୍ଭଲି ପାର
କିନ୍ତୁ ତୁମ୍ଭର ପାଦ ଚିହ୍ନ ଦେଖାଗଲା ନାହିଁ।
20 ତୁମ୍ଭେ ମୋଶା ଓ ହାରୋଣକୁ ବ୍ୟବହାର କରି
ଆପଣା ଲୋକମାନଙ୍କୁ ମେଷପଲ ପରି ଚଲାଇଲ।
9 ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ
ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ।
10 ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି
ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ।
କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ
ରୁକ୍ଷ ବ୍ୟବହାର କଲେ।
ଏଣୁ ତୁମ୍ଭେ ଆଜିର ନ୍ୟାୟ
ଆପଣା ନାମ ପ୍ରସିଦ୍ଧ କରିଅଛ।
11 ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ଭାଗ କଲ।
ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗଲେ।
ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ
ତୁମ୍ଭେ ସେମାନଙ୍କ ପଛେ ଗୋଡ଼ଇବା ଲୋକମାନଙ୍କୁ
ଅଗାଧ ସମୁଦ୍ରରେ ନିକ୍ଷେପ କଲ।
12 ତୁମ୍ଭେ ଦିବସରେ ମେଘ ସ୍ତମ୍ଭ ଦ୍ୱାରା,
ରାତ୍ରିରେ ସେମାନଙ୍କ ଯିବା ବାଟକୁ
ଦୀପ୍ତି ଦେବା ନିମନ୍ତେ
ଅଗ୍ନିସ୍ତମ୍ଭ ଦ୍ୱାରା ଗମନ କରାଇଲ।
13 ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସିଲ।
ସ୍ୱର୍ଗରୁ ସେମାନଙ୍କ ସହିତ କଥାବାର୍ତ୍ତା କଲ।
ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା,
ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
14 ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ।
ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା
ଓ ବିଧି ବ୍ୟବସ୍ଥା ଆଦେଶ କଲ।
15 ସେମାନଙ୍କ କ୍ଷୁଧା ନିବାରଣ ନିମନ୍ତେ
ତୁମ୍ଭେ ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲ।
ସେମାନଙ୍କ ତୃଷାପାଇଁ
ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ।
ତୁମ୍ଭେ ଆଜ୍ଞା ଦେଲ,
‘ଯାଅ, ଭୂମିକୁ ନିଅ,’ ଯେଉଁଟାକି ତୁମ୍ଭେ ସେମାନଙ୍କୁ ଦେବା ପାଇଁ ଶପଥ କରିଥିଲ।
କୌଣସି ଲୋକର ପାପର କାରଣ ହୁଅ ନାହିଁ
13 ତା'ହେଲେ ଆମ୍ଭେ ଏକଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍। ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡ଼ିବେ ନାହିଁ। 14 ମୁଁ ପ୍ରଭୁ ଯୀଶୁଙ୍କଠାରେ ରହିଥିବାରୁ, ମୁଁ ଜାଣେ ଯେ, ନିଶ୍ଚୟ କୌମସି ଭୋଜନ ଆପେ ଆପେ ଅଶୁଚି ହୁଏ ନାହିଁ। କିନ୍ତୁ ଯଦି ଜଣେ କୌଣସି ଖାଦ୍ୟକୁ ଅଶୁଚି ବୋଲି ବିଶ୍ୱାସ କରେ, ସେହି ଖାଦ୍ୟ ତା’ ପାଇଁ ଅଶୁଚି ହୁଏ।
15 ତାହାକୁ ସେ ଗ୍ରହଣ କରିବା ଅନୁଚିତ୍। ତୁମ୍ଭ ଖାଦ୍ୟ ଦ୍ୱାରା ତୁମ୍ଭେ ଯଦି ତୁମ୍ଭର ଭାଇର ବିଶ୍ୱାସକୁ ଆଘାତ ଦେଉଛ, ତା'ହେଲେ ତୁମ୍ଭେ ପ୍ରକୃତରେ ପ୍ରେମ ଦ୍ୱାରା ପରିଗ୍ଭଳିତ ବ୍ୟକ୍ତି ଭଳି ବ୍ୟବହାର କରୁ ନାହଁ। ସେ ମନ୍ଦ ଭାବୁଥିବା କୌଣସି ଖାଦ୍ୟ ଗ୍ରହଣ କରି ତୁମ୍ଭେ ତା'ର ବିଶ୍ୱାସକୁ ନଷ୍ଟ କର ନାହିଁ। ଖ୍ରୀଷ୍ଟ ସେ ଲୋକ ଲାଗି ମଧ୍ୟ ପ୍ରାଣତ୍ୟାଗ କରିଥିଲେ। 16 ତୁମ୍ଭ ଦ୍ୱାରା ଭଲ ବୋଲି ଗଣିତ କର୍ମର କୌଣସି ବିଷୟକୁ ଅନ୍ୟମାନେ ମନ୍ଦ ବୋଲି ନ କୁହନ୍ତୁ। 17 ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା। 18 ଯେଉଁମାନେ ଖ୍ରୀଷ୍ଟଙ୍କ ସେବାରେ ରହି ଏହି ପ୍ରକାର ଜୀବନଯାପନ କରୁଛନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ୟ ସେହି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।
19 ଅତଏବ ଆସ, ଆମ୍ଭେ ଶାନ୍ତି ଆଣୁଥିବା କାର୍ଯ୍ୟଗୁଡ଼ିକ ପରିଶ୍ରମ ପୂର୍ବକ କରିବା। ପରସ୍ପରକୁ ସାହାଯ୍ୟ ପ୍ରଦାନ କରୁଥିବା କାର୍ଯ୍ୟମାନ କରିବା। 20 ଖାଦ୍ୟ ଯେପରି ପରମେଶ୍ୱରଙ୍କ କାମକୁ ନଷ୍ଟ ନ କରେ। ସମସ୍ତ ପ୍ରକାରର ଖାଦ୍ୟ ଖାଇବା ପାଇଁ ଯୋଗ୍ୟ। କିନ୍ତୁ ଏପରି ଖାଦ୍ୟ ଖାଇବା ଭୁଲ୍, ଯଦି ତାହା ଅନ୍ୟ ଜଣକୁ ପାପରେ ପଡ଼ିଯିବାର କାରଣ ହୋଇଥାଏ। 21 ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ୱାରା, ପାପକର୍ମ କରିବାକୁ ବାଧ୍ୟ କରେ, ତା'ହେଲେ ତୁମ୍ଭେ ମାଂସ ନ ଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ୍ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।
22 ନିଜର ଏହିଭଳି ବିଶ୍ୱାସ ଗୁଡ଼ିକୁ ପରମେଶ୍ୱର ଓ ତୁମ୍ଭ ନିଜ ଭିତରେ ଗୋପନୀୟ ଭାବେ ରଖ। ଯେଉଁ ଲୋକ ନିଜେ ବିଶ୍ୱାସ କରୁଥିବା କର୍ମମାନ କଲାବେଳେ ନିଜକୁ ଦୋଷୀ ବୋଲି ଭାବେ ନାହିଁ, ସେହି ଲୋକ ବାସ୍ତବରେ ସୁଖୀ ଓ ଧନ୍ୟ। 23 କିନ୍ତୁ ଯଦି ଜଣେ, ସେ ଠିକ୍ କାମକରୁଛି ବୋଲି ନିଶ୍ଚିତ ଭାବରେ ନ ଜାଣି ଭୋଜନ କରେ, ତା'ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ୍ ନୁହେଁ ବୋଲି ଜାଣିପାରି ମଧ୍ୟ କୌଣସି କାମ କରେ, ତା'ହେଲେ ସେ ପାପ କରୁଛି।
15 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ। 2 ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ୍। ସେମାନଙ୍କ ବିଶ୍ୱାସକୁ ବଳବାନ କରିବା ଓ ବଢ଼ାଇବା ଦୃଷ୍ଟିରୁ ଆମ୍ଭେ ସେମାନଙ୍କ ପାଇଁ କ’ଣ ଭଲ ତାହା ଭାବିବା ଉଚିତ୍।
2010 by World Bible Translation Center