Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯାତ୍ରାପୁସ୍ତକ 14:19-31

ସଦାପ୍ରଭୁ ମିଶରର ସୈନ୍ୟମାନଙ୍କୁ ପରାସ୍ତ କଲେ

19 ଏହା ପରେ ସଦାପ୍ରଭୁଙ୍କର ଦୂତ ଯିଏକି ଇସ୍ରାଏଲୀୟ ସୈନ୍ୟମାନଙ୍କ ଆଗରେ ଥିଲେ, ସେମାନଙ୍କ ପଛକୁ ଗଲେ। ତେଣୁ ଘନମେଘ ସେହି ଲୋକମାନଙ୍କ ସମ୍ମୁଖରେ ଗତିକରି ପଛ ପଟକୁ ଗଲା। 20 ଏହି ପ୍ରକାରେ ଘନମେଘ ଇସ୍ରାଏଲୀୟ ସୈନ୍ୟ ଓ ମିଶରୀୟ ସୈନ୍ୟମାନଙ୍କ ମଧ୍ୟରେ ରହିଲା। ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖରେ ଅନ୍ଧକାରଚ୍ଛନ୍ନ ହୋଇ ରହିଲା। ଯେଉଁଥିପାଇଁ ସେହି ରାତ୍ରରେ ମିଶରବାସୀ ଇସ୍ରାଏଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।

21 ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା। 22 ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା। 23 ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ। 24 ପ୍ରଭାତରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦେଇ ମିସ୍ରୀୟ ସୈନ୍ୟମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀୟ ସୈନ୍ୟମାନଙ୍କୁ ଦ୍ୱନ୍ଦରେ ପକାଇଲେ। 25 ରଥର ଚକଗୁଡ଼ିକ ରଥରୁ ବାହାରିଯିବାରୁ, ସେମାନଙ୍କୁ ରଥଗୁଡ଼ିକ ଆଗେଇ ନେବାକୁ ବହୁତ କଷ୍ଟ ହେଲା। ମିଶରୀୟ ଲୋକମାନେ ଚିତ୍କାର କଲେ, “ଗ୍ଭଲ ଏଠାରୁ ପଳାଇ ଯିବା! ସଦାପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।”

26 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥିରେ ସମୁଦ୍ର ଜଳ ମାଡ଼ିଯାଇ ମିଶରର ରଥାରୋହୀ ଓ ଅଶ୍ୱାରୋହୀମାନଙ୍କୁ ବୁଡ଼ାଇ ଦେବ।”

27 ତେଣୁ ମୋଶା ତାଙ୍କର ହସ୍ତ ସମୁଦ୍ର ଉପରେ ବିସ୍ତାର କଲେ। ଏହା ପରେ ଠିକ୍ ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ର ପୂର୍ବପରି ସମାନ ହୋଇଗଲା। ମିଶରୀୟମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତେ ସଦାପ୍ରଭୁ ସେମାନଙ୍କୁ ସମୁଦ୍ରରେ ନିକ୍ଷେପ କଲେ। 28 ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡ଼ିକ, ଅଶ୍ୱାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଉଥିବା ଫାରୋଙ୍କର ସମଗ୍ର ସୈନ୍ୟବାହିନୀ ସମୁଦ୍ରରେ ବୁଡ଼ିଗଲେ। କେହି ଜଣେ ହେଲେବି ସୈନ୍ୟ ବଞ୍ଚିଲେ ନାହିଁ।

29 ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା। 30 ତେଣୁ ସେହି ଦିନ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କଲେ। ଏବଂ ସେଥିପାଇଁ ଇସ୍ରାଏଲର ଲୋକମାନେ ମିଶରୀୟମାନଙ୍କର ମୃତ ଦେହକୁ ସୂଫସାଗର କୂଳରେ ଥିବାର ଦେଖିଲେ। 31 ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ।

ଗୀତସଂହିତା 114

114 ଯେତେବେଳେ ଇସ୍ରାଏଲ ମିଶରରୁ ପରିତ୍ୟାଗ କଲେ,
    ଯାକୁବ ବଂଶ ବିଦେଶୀ ଲୋକଙ୍କଠାରୁ ବାହାରିଲେ।
ସେହି ସମୟରେ ଯିହୁଦା ପରମେଶ୍ୱରଙ୍କର ବିଶେଷ ଲୋକ ହେଲେ।
    ଇସ୍ରାଏଲ ତାଙ୍କର ରାଜ୍ୟ ହେଲା।
ସୂଫସାଗର ତାହା ଦେଖି ଘୁଞ୍ଚି ଗଲା।
    ଯର୍ଦ୍ଦନ ନଦୀ ଉଜାଣି ବହିଲା।
ପର୍ବତଗଣ ମେଷପରି ଡେଇଁଲେ।
    ମେଷ ଛୁଆ ପରି ଉପପର୍ବତଗଣ ଡିଆଁ ମାରିଲେ।

ହେ ସୂଫସାଗର, ତୁମ୍ଭେ କାହିଁକି ଘୁଞ୍ଚିଗଲ?
    ହେ ଯର୍ଦ୍ଦନ ତୁମ୍ଭେ କାହିଁକି ଉଜାଣି ବହୁଛ?
ହେ ପର୍ବତଗଣ, ତୁମ୍ଭେ କାହିଁକି ମେଷମାନଙ୍କ ପରି ଡେଇଁଲ?
    ହେ ଉପପର୍ବତଗଣ, ତୁମ୍ଭେ କାହିଁକି ମେଷ ଶାବକଙ୍କ ପରି ଡେଇଁଲ?

ହେ ପୃଥିବୀ, ଯାକୁବର ପରମେଶ୍ୱରଙ୍କ
    ସମ୍ମୁଖରେ କମ୍ପିତ ହୁଅ।
ପରମେଶ୍ୱର ହେଉଛନ୍ତି ସେହି ଯାହାଙ୍କ ଯୋଗୁଁ ପର୍ବତରୁ ଝରଣା ବୁହାଇଲେ
    ଓ ପରମେଶ୍ୱର ଚ‌କ୍‌ମକି ପଥରରୁ ନିର୍ଝର ବୁହାଇଲେ।

ଯାତ୍ରାପୁସ୍ତକ 15:1-11

ମୋଶାଙ୍କ ସଙ୍ଗୀତ

15 ଏହା ପରେ ମୋଶା ଓ ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ,

“ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା।
    ସେ ମହାନ କାର୍ଯ୍ୟ କରିଛନ୍ତି।
ସେ ଅଶ୍ୱ ଏବଂ ଅଶ୍ୱାରୋହୀଙ୍କୁ
    ସମୁଦ୍ରରେ ନିକ୍ଷେପ କଲେ।
ସଦାପ୍ରଭୁ ହେଉଛନ୍ତି ମୋର ଶକ୍ତି।
    ସେ ମୋତେ ରକ୍ଷା କରନ୍ତି।
    ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି।
ସଦାପ୍ରଭୁ ହେଉଛନ୍ତି ମୋର ପରମେଶ୍ୱର
    ଏବଂ ମୁଁ ତାଙ୍କର ପ୍ରଶଂସା କରିବି।
ସଦାପ୍ରଭୁ ହେଉଛନ୍ତି ମୋର ପୂର୍ବପୁରୁଷମାନଙ୍କର ପରମେଶ୍ୱର
    ଏବଂ ମୁଁ ତାଙ୍କର ସମ୍ମାନ କରିବି।
ସଦାପ୍ରଭୁ ଯୁଦ୍ଧବୀର,
    ସଦାପ୍ରଭୁ ତାଙ୍କର ନାମ।
ସେ ଫାରୋଙ୍କର ରଥ ଏବଂ
    ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି।
ଫାରୋଙ୍କର ବଛା ବୀରମାନେ
    ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି।
ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି।
    ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ି ଗଲେ।

“ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ୱିତ
    ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତରେ ଶତ୍ରୁକୁ ପରାସ୍ତ କଲେ।
ତୁମ୍ଭେ ନିଜର ଉତ୍କୃଷ୍ଟ ମହିମାରେ,
    ନିଜର ପ୍ରତିକୂଳାଗ୍ଭରୀମାନଙ୍କୁ ଧ୍ୱଂସ କରିଛ।
ତୁମ୍ଭେ ତୁମ୍ଭର କ୍ରୋଧାଗ୍ନି ପଠାଅ।
    ତାହା ସେମାନଙ୍କୁ ନଡ଼ାପରି ଗ୍ରାସ କରେ।
ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ
    ପ୍ରାଚୀରତୁଲ୍ୟ ପରିଣତ କଲା।
ଏବଂ ଜଳସ୍ରୋତ ପ୍ରାଚୀରତୁଲ୍ୟ ହୋଇଗଲା।
    ସମୁଦ୍ର ମଧ୍ୟସ୍ଥଳରେ ଜଳ ଜମାଟ ହୋଇଗଲା।

“ଶତ୍ରୁ କହିଲା,
    ‘ମୁଁ ସେମାନଙ୍କୁ ଗୋଡ଼ାଇବି ଓ ଧରିବି।
ମୁଁ ଲୁଟିତ ଦ୍ରବ୍ୟ ଭାଗ କରି ନେବି।
    ସେମାନଙ୍କର ଉପରେ ମୋର ଅଭିଳାଷ ପୂର୍ଣ୍ଣ ହେବ।
    ମୁଁ ଆପଣା ଖ‌ଡ଼୍‌ଗ ନିକ୍ଷେପ କରିବି, ମୋର ହସ୍ତ ସେମାନଙ୍କୁ ବିନାଶ କରିବ।’
10 ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କରେ ଉଡ଼ାଇ ଦେଲ
    ଓ ସମୁଦ୍ରରେ ସେମାନଙ୍କୁ ବୁଡ଼ାଇ ଦେଲ।
ସେମାନେ ସୀସା ପରି
    ଅଗାଧ ସମୁଦ୍ରରେ ବୁଡ଼ିଗଲେ।

11 “ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ ଆଉ କୌଣସି ଦେବତା ଅଛି କି?
    ନା, ତୁମ୍ଭ ପରି ଆଉ କେହି ନାହାନ୍ତି।
    ତୁମ୍ଭେ ପବିତ୍ର ଅଟ।
    ତୁମ୍ଭେ ଆଶ୍ଚର୍ଯ୍ୟ ଶକ୍ତିରେ ପରିପୂର୍ଣ୍ଣ, ତୁମ୍ଭେ ବଡ଼ ଅ‌ଦ୍‌ଭୂତ କାର୍ଯ୍ୟ କର!

ଯାତ୍ରାପୁସ୍ତକ 15:20-21

20 ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ। 21 ତା'ପରେ ମରିୟମ ଲୋକମାନଙ୍କୁ କହିଲେ,

“ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର।
    ଯେହେତୁ ସେ ମହାନ କାର୍ଯ୍ୟ କରିଛନ୍ତି।
ସେ ଅଶ୍ୱ ଓ ଅଶ୍ୱାରୋହୀ ସୈନ୍ୟମାନଙ୍କୁ
    ସମୁଦ୍ରରେ ନିକ୍ଷେପ କରିଅଛନ୍ତି।”

ରୋମୀୟଙ୍କ ପ୍ରତି ପତ୍ର 14:1-12

ଅନ୍ୟ ଲୋକଙ୍କୁ ସମାଲୋଚନା କର ନାହିଁ

14 ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସେହି ଲୋକର ଭିନ୍ନ ମତ ପାଇଁ, ତା’ ସହିତ ଯୁକ୍ତିତର୍କ କର ନାହିଁ। ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି। ତୁମ୍ଭେ ଅନ୍ୟ ଲୋକର ଗ୍ଭକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କେବଳ ଜାଣିପାରେ ଯେ ଗ୍ଭକରଟି ଭଲ କି ମନ୍ଦ। ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି।

ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍। ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ।

ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୃତ୍ୟୁବରଣ କରୁ। ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁ ବରଣ କରୁ। ତା'ହେଲେ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ। ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।

10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ। 11 ଶାସ୍ତ୍ରରେ ଲେଖା ଅଛି:

“ପ୍ରଭୁ କହିଛନ୍ତି: ପ୍ରତ୍ୟେକ ଲୋକ
    ମୋ’ ଆଗରେ ଆଣ୍ଠୁ ମାଡ଼ି ବସିବ।
    ପ୍ରତ୍ୟେକ ଲୋକ ମୋତେ ପରମେଶ୍ୱର ବୋଲି କହିବ।
    ମୁଁ ଜୀବିତ ଥିବା ଯେପରି ସତ୍ୟ, ସେହିପରି ଏହା ଘଟିବ।”(A)

12 ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ।

ମାଥିଉ ଲିଖିତ ସୁସମାଗ୍ଭର 18:21-35

ପାପ କ୍ଷମାର ଦୃଷ୍ଟାନ୍ତ

21 ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଗ୍ଭରିଲେ, “ପ୍ରଭୁ, ମୋ’ ଭାଇ ଯଦି ମୋ’ ନିକଟରେ ବାରମ୍ବାର ଅପରାଧ କରେ, ତେବେ ମୁଁ ତାକୁ କେତେଥର ପର୍ଯ୍ୟନ୍ତ କ୍ଷମା ଦେବି? ମୁଁ କ’ଣ ତାକୁ ସାତଥର ପର୍ଯ୍ୟନ୍ତ କ୍ଷମା ଦେବି?”

22 ଯୀଶୁ କହିଲେ, “ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥରଠାରୁ ଅଧିକ ଥର କ୍ଷମା କରିବା ଉଚିତ୍। ଏପରିକି ଯଦି ସେ ସାତଗୁଣ ସତୁରି[a] ଥର ପର୍ଯ୍ୟନ୍ତ ମଧ୍ୟ ତୁମ୍ଭ ପ୍ରତି ଅପରାଧ କରେ, ତେବେ ମଧ୍ୟ ତୁମ୍ଭେ କ୍ଷମାଦେବା ଜାରି ରଖ।

23 “ନିଜ ଗ୍ଭକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ୱର୍ଗରାଜ୍ୟର ତୁଳନା କରା ଯାଇପାରେ। 24 ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରିଦେଲେ। ତାହାଙ୍କର ଜଣେ ଗ୍ଭକର ଉପରେ ଦଶ ହଜାର ରୌପ୍ୟମୁଦ୍ରା ବାକି ଥିଲା। 25 ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା'ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।

26 “ଗ୍ଭକରଟି ରାଜାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା। ସେ ପ୍ରାର୍ଥନା କଲା, ‘ଆପଣ ମୋ’ ପାଇଁ ଧୈର୍ଯ୍ୟବାନ ହୁଅନ୍ତୁ। ମୁଁ ଆପଣଙ୍କର ସମସ୍ତ ଋଣ ପରିଶୋଧ କରିଦେବି।’ 27 ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ।

28 “ଗ୍ଭକର ବାହାରୁଥିବା ସମୟରେ ରାସ୍ତାରେ ସେ ତା'ର ଜଣେ ସଙ୍ଗୀ ଗ୍ଭକରକୁ ଦେଖିଲା। ସେ ଜଣକ ତା'ଠାରୁ ଶହେ ମୁଦ୍ରା ଋଣ କରିଥିଲା। ପ୍ରଥମ ଗ୍ଭକର ଦ୍ୱିତୀୟ ଗ୍ଭକରର ତଣ୍ଟି ଚିପି ଧରି କହିଲା, ‘ମୋ'ଠାରୁ ଯେଉଁ ଋଣ ନେଇଛୁ, ତାହାକୁ ଶୁଝିଦେ।’

29 “ତା'ପରେ ଦ୍ୱିତୀୟ ଗ୍ଭକର ତା’ ନିକଟରେ ଆଣ୍ଠୁମାଡ଼ି ବସି ପ୍ରାର୍ଥନା କଲା, ‘ମୋ’ ପାଇଁ ଧୈର୍ଯ୍ୟ ଧର। ମୁଁ ଯାହା ନେଇଛି ସବୁତକ ଶୁଝିଦେବି।’

30 “କିନ୍ତୁ ପ୍ରଥମ ଗ୍ଭକର ଧୈର୍ଯ୍ୟ ଧରିବାକୁ ମନାକଲା। କେବଳ ଏତିକି ନୁହେଁ, ସେ ବିଗ୍ଭରପତିଙ୍କ ନିକଟକୁ ଯାଇ ଦ୍ୱିତୀୟ ଗ୍ଭକର ବିରୁଦ୍ଧରେ ଅଭିଯୋଗ ମଧ୍ୟ କଲା। ଦ୍ୱିତୀୟ ଗ୍ଭକରକୁ କାରାଗାରକୁ ପଠାଇ ଦିଆଗଲା। ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାକୁ କାରାଗାରରେ ରହିବାକୁ ପଡ଼ିଲା। 31 ଅନ୍ୟ ଗ୍ଭକରମାନେ ଏ ସମସ୍ତ ଘଟଣା ଦେଖିଲେ, ଓ ବଡ଼ ଦୁଃଖିତ ହେଲେ। ତେଣୁ ଯାହାସବୁ ଘଟିଥିଲା, ସେ ସବୁ ସେମାନେ ସେମାନଙ୍କ ମାଲିକଙ୍କ ଆଗରେ ଯାଇ କହିଲେ।

32 “ତା'ପରେ ମାଲିକ ପ୍ରଥମ ଗ୍ଭକରକୁ ଡାକି କହିଲେ, ‘ରେ ଦୁଷ୍ଟ ଗ୍ଭକର! ତୁ ମୋ'ଠାରୁ ବହୁତ ଅଧିକ ଧନ ଋଣ କରିଥିଲୁ, କିନ୍ତୁ ତୁ ମୋତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦେଲି। 33 ମୁଁ ତୋତେ ଯେଉଁଭଳି ଦୟା ଦେଖାଇଥିଲି, ତୁ କ’ଣ ତୋର ସଙ୍ଗୀ ଗ୍ଭକରକୁ ସେହିଭଳି ଦୟା ଦେଖାଇ ନ ଥା’ନ୍ତୁ?’ 34 ତା'ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।

35 “ମୋର ସ୍ୱର୍ଗୀୟ ପରମପିତା ତୁମ୍ଭକୁ ଯେଭଳି ବ୍ୟବହାର ଦେଖାଇବେ, ଏହି ରାଜା ଗ୍ଭକରକୁ ଠି‌କ୍‌ ସେହିଭଳି ବ୍ୟବହାର ଦେଖାଇଲେ। ଅତଏବ ତୁମ୍ଭେମାନେ ନିଜ ଭାଇ ବା ଭଉଣୀକୁ ହୃଦୟରୁ କ୍ଷମା ଦେବ। ନଚେତ ମୋର ସ୍ୱର୍ଗୀୟ ପିତା ତୁମ୍ଭମାନଙ୍କୁ କ୍ଷମା ଦେବେ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center