Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 121

ଏକ ଆରୋହଣ ଗୀତ।

121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
    କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
    ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
    ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
    କି କେବେ ଶୋଇବେ ନାହିଁ।
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
    ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
    କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
    ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ଯାତ୍ରାପୁସ୍ତକ 12:29-42

29 ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ। 30 ସେହି ରାତ୍ରରେ ମିଶରର ପ୍ରତ୍ୟେକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଗ୍ଭରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।

ଇସ୍ରାଏଲ ମିଶର ଛାଡ଼ିଲେ

31 ସେହି ରାତ୍ରିରେ ରାଜା ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର। ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ଯାତ୍ରା କର। 32 ତୁମ୍ଭେ ତୁମ୍ଭର ମେଷ, ଗାଈ ଗୋରୁ ସମସ୍ତ ନେଇ ଯାଅ ଏବଂ ମୋତେ ଆଶୀର୍ବାଦ କର।” 33 ମିଶରର ଲୋକମାନେ ସେମାନଙ୍କୁ ଶୀଘ୍ର ଶୀଘ୍ର ବିଦାୟ କଲେ। କାରଣ, ସେମାନେ କହିଲେ, “ଯଦି ତୁମ୍ଭେମାନେ ନ ଯାଅ, ଆମ୍ଭେ ସମସ୍ତେ ମରିଯିବୁ।”

34 ଇସ୍ରାଏଲର ଲୋକମାନେ ତାଙ୍କ ଅଟାରେ ତାଡ଼ି ମିଶାଇବାକୁ ସମୟ ପାଇ ନ ଥିଲେ। ସେମାନେ ଅଟା ନେଇ ପଳାଇଲେ। ସେମାନେ ସେମାନଙ୍କର ପାତ୍ରଗୁଡ଼ିକ ଲୁଗାରେ ଗୁଡ଼ାଇଲେ ଏବଂ ସେମାନଙ୍କର କାନ୍ଧରେ ବହିଲେ। 35 ଏହା ପରେ ଇସ୍ରାଏଲୀୟ ଲୋକମାନେ ମୋଶାଙ୍କର ଆଜ୍ଞାନୁସାରେ ଗଲେ। ସେମାନେ ତାଙ୍କର ମିଶରୀୟ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ରୂପା ଅଳଙ୍କାର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ। 36 ସଦାପ୍ରଭୁ ମିଶରବାସୀମାନଙ୍କ ହୃଦୟରେ ଇସ୍ରାଏଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇସ୍ରାଏଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକାରେ ଇସ୍ରାଏଲୀୟମାନେ ମିଶରୀୟମାନଙ୍କୁ ଲୁଣ୍ଠନ କଲେ।

37 ଇସ୍ରାଏଲୀୟ ଲୋକମାନେ ରାମିଷେ‌ଷ୍‌ଠାରୁ ସୁ‌କ୍‌କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ। 38 ସେମାନେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମେଷ, ଛେଳି ଓ ଗୋରୁଗାଈ ସହିତ ଅନେକ ପଶୁ ସେମାନଙ୍କ ସହିତ ଥିଲେ। 39 ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ।

40 ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ। 41 430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ। 42 ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।

ରୋମୀୟଙ୍କ ପ୍ରତି ପତ୍ର 13:1-7

ତୁମ୍ଭ ସରକାରଙ୍କ ନିୟମ ମାନ

13 ପ୍ରତ୍ୟେକ ଲୋକର ସରକାରୀ ଶାସକମାନଙ୍କ ଅଧୀନତା ସ୍ୱୀକାର କରିବା ଉଚିତ୍। କାରଣ ସେମାନଙ୍କ ଏହି କ୍ଷମତା ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଛି ଏବଂ ବର୍ତ୍ତମାନ ଯେଉଁମାନେ ଅଧିକାରୀ, ପରମେଶ୍ୱରଙ୍କ ଦ୍ୱାରା ସେମାନଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି। ଅତଏବ ଅଧିକାର ବିରୋଧ କରୁଥିବା ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ଆଜ୍ଞାର ବିରୋଧୀ। ଏପରି ବିରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ୟବସ୍ଥା କରିଥାଏ। ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।

ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରୟୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ। ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।

ଏହି ଦୃଷ୍ଟିରୁ ତୁମ୍ଭେମାନେ ସରକାରକୁ କର ମଧ୍ୟ ଦିଅ। ସେମାନେ ପରମେଶ୍ୱରଙ୍କ ସେବାରେ ରହିଛନ୍ତି, ଏବଂ ସେହି କାର୍ଯ୍ୟ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଦେଉଛନ୍ତି। ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center